Gen-Z Impact On Govt:ଜେନ-ଜି ଓ ସୋସିଆଲ ମିଡିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଫୋକସ
ଦିନ ଥିଲା, ଏମାନଙ୍କ ସ୍ୱରକୁ ହାଲୁକା ଭାବେ ନିଆଯାଉଥିଲା। ଅଣଦେଖା କରି ଫାଙ୍କି ଦିଆଯାଉଥିଲା। ହେଲେ ଏବେ ସେମାନେ ଏତେ ସଂଗଠିତ ତାପୁଣି ସୋସିଆଲ ମିଡିଆରେ ଏତେ ସକ୍ରିୟ ଯେ, ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି। କୌଣସି ମହତ ଉଦ୍ଦେଶ୍ୟ ଲାଗି ଗୋଟିଏ ପ୍ଲାଟଫର୍ମରେ ଆପେ ଆପେ ଯୋଡ଼ି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆଗେଇ ଆସୁଛନ୍ତି।

ଜନସଂଖ୍ୟାର ଅଧିକାଂଶ ପ୍ରତିଶତ ହେଉଛନ୍ତି ଜେନ-ଜି। ଏମିତିରେ ଭାରତକୁ ବିଶ୍ୱର ସବୁଠୁ ଯୁବା ଦେଶ ବୋଲି କୁହାଯାଏ। ଆଉ ଏହା ପଛର ମୁଖ୍ୟ ଆଧାର ହେଉଛନ୍ତି ଜେନ-ଜି। ବିଶେଷ କରି ୧୯୯୭ରୁ ୨୦୧୨ ଭିତରେ ଜନ୍ମିତ ପିଲାଙ୍କ ଜେନେରେସନର ଇଛାଶକ୍ତି, ଟେକ୍ ଡ୍ରାଇଭ୍ ଥିଓରୀ ଓ ଦେଶର ଭବିଷ୍ୟତକୁ ଶିକ୍ଷା, ଟେକ୍ନୋଲୋଜି, ଷ୍ଟାର୍ଟଅପସ ଓ ସାମାଜିକ ପରିବର୍ତ୍ତନ ଜରିଆରେ ସମୃଦ୍ଧି ଲାଗି ଏମାନେ ସଂକଳ୍ପବଦ୍ଧ ଥାଆନ୍ତି। ସେଥିଲାଗି ନିକଟରେ ଜେନ-ଜିଙ୍କ ଦାବିକୁ ଆଉ ଅଣଦେଖା କରି କେହି ନିଜ ଗାଦି ଲାଗି କୌଣସି ପ୍ରକାର ବିପଦ ସୃଷ୍ଟି କରିବାକୁ ଚାହୁଁନାହାନ୍ତି। କାରଣ ଦିନ ଥିଲା, ଏମାନଙ୍କ ସ୍ୱରକୁ ହାଲୁକା ଭାବେ ନିଆଯାଉଥିଲା। ଅଣଦେଖା କରି ଫାଙ୍କି ଦିଆଯାଉଥିଲା। ହେଲେ ଏବେ ସେମାନେ ଏତେ ସଂଗଠିତ ତାପୁଣି ସୋସିଆଲ ମିଡିଆରେ ଏତେ ସକ୍ରିୟ ଯେ, ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି। କୌଣସି ମହତ ଉଦ୍ଦେଶ୍ୟ ଲାଗି ଗୋଟିଏ ପ୍ଲାଟଫର୍ମରେ ଆପେ ଆପେ ଯୋଡ଼ି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆଗେଇ ଆସୁଛନ୍ତି। ଜେନ-ଜିଙ୍କ ଜନସଂଖ୍ୟା କେବଳ ଏକ ଡେମୋଗ୍ରାଫିକ ପାଇଁ ଆଉ ସୀମିତ ରହିନି। ବରଂ ଦେଶର ଡିଜିଟାଲ ନେଟଓ୍ୱର୍କକୁ ମଝଭୁତ କରି ସାଂସ୍କୃତିକ ସମନ୍ୱୟକୁ କାଏମ ରଖି ଅର୍ଥନୀତିର ପ୍ରମୁଖ ବାହକ ଭାବେ ଉଭା ହେଲେଣି। ସେମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଉପସ୍ଥିତି ସବୁକ୍ଷେତ୍ରରେ ଏକପ୍ରକାର ବ୍ୟବସ୍ଥାକୁ ଚେକମେଟ୍ ଦେବାରେ ସଫଳ ହେଲାଣି। ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟୋଗ ସବୁଠି ସେମାନଙ୍କ ଉପସ୍ଥିତି। ତେବେ ଜନସଂଖ୍ୟାରେ ଜେନ୍ -ଜିଙ୍କୁ ନେଇ ଆମ ଦେଶର କେଉଁ ୧୦ଟି ରାଜ୍ୟ ଆଗରେ ଅଛି ନଜର ପକାନ୍ତୁ। ସବା ଆଗରେ ୩୨.୫ ପ୍ରତିଶତ ସହ ରହିଛି ବିହାର। ତା ପଛକୁ ୩୦.୮ ପ୍ରତିଶତ ସହ ଜମ୍ମୁକଶ୍ମୀର, ୩୦ ପ୍ରତିଶତ ସହ ୟୁପି, ୨୯.୨ ପ୍ରତିଶତ ସହ ରାଜସ୍ଥାନ, ୨୮.୬ ପ୍ରତିଶତ ସହ ଆସାମ ରହିଛି। ସେହିଭିଳ ମଧ୍ୟପ୍ରଦେଶରେ ଜନସଂଖ୍ୟାର ୨୮.୨ ପ୍ରତିଶତ ଜେନ-ଜି ଥିଲା ବେଳେ ୨୭.୮ ପ୍ରତିଶତ ସହ ଛତିଶଗଡ଼,୨୬.୬ ପ୍ରତିଶତ ସହ ହରିଆଣା ରହିଛି। ଆଉ ନବମ ସ୍ଥାନରେ ରହିଛି ଓଡିଶା। ଏଠାରେ ଜେନ-ଜି ଜନସଂଖ୍ୟାର ୨୫.୯ ପ୍ରତିଶତ। ଓଡ଼ିଶା ପଛରେ ରହିଛି ୨୫.୮ ପ୍ରତିଶତ ସହ ଦିଲ୍ଲୀ ଓ ୨୫.୭ ପ୍ରତିଶତ ସହ ଗୁଜୁରାଟ। ଭାରତରେ Gen Z ଯୁବବର୍ଗଙ୍କ ସଂଖ୍ୟା ଓ ଭୋଟର ଭାବେ ସେମାନଙ୍କ ଗୁରୁତ୍ୱ ଏବେ ଚର୍ଚ୍ଚାର ବିଷୟ। ବିଶେଷକରି ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ରାଜସ୍ଥାନ ଭଳି ରାଜ୍ୟରେ ଯୁବବର୍ଗଙ୍କ ଅନୁପାତ ଅଧିକ ରହିଛି। ୨୦୨୬ରେ ପ୍ରକାଶିତ ଜନସଂଖ୍ୟା ଆକଳନ ଆଧାରିତ ରିପୋର୍ଟ ଅନୁସାରେ, ଏହି ରାଜ୍ୟଗୁଡ଼ିକରେ ଯୁବ ଭୋଟରଙ୍କ ଅନୁପାତ ଜାତୀୟ ହାରଠାରୁ ଅଧିକ। ସବୁଠାରୁ ଅଧିକ Gen Z ଜନସଂଖ୍ୟା ଥିବା ରାଜ୍ୟ ଏବଂ Gen Zଙ୍କ ଅନୁପାତ ସର୍ବାଧିକ ଥିବା ରାଜ୍ୟ ଦୁଇଟି ଭିନ୍ନ ତଥ୍ୟ।
ଏହି ପୀଢ଼ିର ବିଶେଷତା ହେଉଛି ଡିଜିଟାଲ୍ ଜ୍ଞାନ, ସ୍ମାର୍ଟଫୋନ୍ ଓ ସୋସିଆଲ୍ ମିଡିଆର ବ୍ୟବହାର, ଅନଲାଇନ୍ ଶିକ୍ଷା ଏବଂ ନୂଆ ରୋଜଗାର ସୁଯୋଗ ପ୍ରତି ଆଗ୍ରହ।
ଭାରତରେ Gen Zଙ୍କ ସଂଖ୍ୟା କେତେ?
୨୦୨୬ରେ ପ୍ରକାଶିତ ବିଶ୍ଳେଷଣ ଅନୁସାରେ, ଭାରତରେ ୧୪–୨୯ ବର୍ଷ ବୟସର ପ୍ରାୟ ୩୯.୧ କୋଟି ଯୁବକ-ଯୁବତୀ ଅଛନ୍ତି ବୋଲି ଆକଳନ କରାଯାଇଛି। ଜାତିସଂଘର ଅନ୍ୟ ଏକ ଆକଳନରେ Gen Zଙ୍କ ସଂଖ୍ୟା ପ୍ରାୟ ୪୦.୭ କୋଟି ଦର୍ଶାଯାଇଛି। ଏହି ଦୁଇ ସଂଖ୍ୟାରେ ବ୍ୟବହୃତ ବୟସ ସୀମା ଓ ଗଣନା ପଦ୍ଧତିର ପାର୍ଥକ୍ୟ ରହିଛି।
ଓଡ଼ିଶାର ସ୍ଥାନ କେଉଁଠି?
ଓଡ଼ିଶାରେ ମଧ୍ୟ ଯୁବ ଭୋଟରଙ୍କ ଗୁରୁତ୍ୱ ବଢ଼ୁଛି। ୨୦୨୬ର ଉକ୍ତ ବିଶ୍ଳେଷଣ ଅନୁସାରେ, ଓଡ଼ିଶା ସମେତ ଅନେକ ରାଜ୍ୟରେ ଯୁବ ଭୋଟରଙ୍କ ଅନୁପାତ ୨୫%ରୁ ୩୦% ମଧ୍ୟରେ ରହିଛି।
ଏହି ତଥ୍ୟର ଗୁରୁତ୍ୱ କ’ଣ?
ନିର୍ବାଚନ: ଯୁବ ଭୋଟରଙ୍କ ମତାମତ ନିର୍ବାଚନୀ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ।
ରୋଜଗାର: ନିଯୁକ୍ତି, ଦକ୍ଷତା ବିକାଶ ଓ ଉଦ୍ୟୋଗ ପାଇଁ ଯୁବବର୍ଗଙ୍କ ଆବଶ୍ୟକତା ଗୁରୁତ୍ୱ ରଖେ।
ଶିକ୍ଷା: ଉଚ୍ଚଶିକ୍ଷା, ଡିଜିଟାଲ୍ ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣର ଚାହିଦା ବଢ଼ିପାରେ।
ଡିଜିଟାଲ୍ ମିଡିଆ: ସୋସିଆଲ୍ ମିଡିଆ ଓ ଅନଲାଇନ୍ ଯୋଗାଯୋଗ ଯୁବବର୍ଗଙ୍କ ସୂଚନା ଗ୍ରହଣର ଏକ ମୁଖ୍ୟ ମାଧ୍ୟମ।
ସେଥିଲାଗି ତ ଆଜି ଉଦବେଗ ଝାଡ଼ିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନା ସେବାରେ କେମିତି ଓଡ଼ିଶା ପଛରେ ପଡ଼ିଛି କହି କ୍ଷୋଭ ଝାଡ଼ିଛନ୍ତି। ଓଡ଼ିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି। ଏହାକୁ ଆଗକୁ ନେବା ପାଇଁ ସୋସିଆଲ ମିଡିଆରେ ଅଧିକ ଫୋକସ କରିବାକୁ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। GEN - Z ଶବ୍ଦ ନ କହିବାକୁ ନିର୍ଦ୍ଦେଶ ରହିଛି, ତାହାକୁ ମଧ୍ୟ ସେ ପାଳନ କରୁଥିବା କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ କେତେ ଅଗ୍ରସର ହୋଇଛି, ପ୍ରଧାନମନ୍ତ୍ରୀ ତାହା ଦେଖିଛନ୍ତି । ଆଉ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଏତେ ତଳେ ଥିବା ଦେଖି ପ୍ରଧାନମନ୍ତ୍ରୀ ଯେଉଁ ରିପୋର୍ଟ ଦେଲେ, ତାକୁ ଦେଖି ସେ ନିଜେ ତାଜୁବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସେଥିରେ କିପରି ଉନ୍ନତି ଆସିବ ସେ ରିପୋର୍ଟକୁ ମୁଖ୍ୟ ଶାସନ ସଚିବ ଏବଂ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତାହାକୁ ପ୍ରଦାନ କରି ଯାହା ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୂଚନା ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ। ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସେମାନଙ୍କର ପ୍ରମୁଖ ଦାୟିତ୍ୱ।ସରକାରଙ୍କ ଯୋଜନା କିଭଳି ତଳସ୍ତରରେ ପହଞ୍ଚିବ ଓ ସାଧାରଣ ଲୋକ କିଭଳି ଲାଭାନ୍ୱିତ ହେବେ, ସେଥିରେ I&PR ବିଭାଗର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି। ଖୁବ କମ ସମୟରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ:
1. କଣ୍ଟେଣ୍ଟ ଉପରେ ଫୋକସ: ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ହେବ।
2. AI ର ବ୍ୟବହାର: AI, ChatGPT ର ସହଯୋଗ ନେବା ଜରୁରୀ, କିନ୍ତୁ ଏହାର ସଦୁପଯୋଗ ହେବା ଦରକାର। ଡିପଫେକ୍ ର କୁପ୍ରଭାବ ରୋକିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି।
3. ଲୋକଙ୍କ କଥା ଶୁଣିବା: ସୋସିଆଲ ମିଡିଆ ଜରିଆରେ ଲୋକେ କଣ କହୁଛନ୍ତି, ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ହେବ।
4. Emerging Trend: ଯୁବପିଢ଼ି, ବିଶେଷ କରି Gen-Z ଏବେ ସୋସିଆଲ ମିଡିଆରେ ବହୁ ଆଗରେ। ସେମାନଙ୍କୁ ଟାର୍ଗେଟ କରି 'ଇମର୍ଜିଂ ଟ୍ରେଣ୍ଡ ଇନ୍ ସୋସିଆଲ ମିଡିଆ' ଉପରେ କାମ କରିବାକୁ ପରାମର୍ଶ।
5. 3S ଫର୍ମୁଲା: ଖବର ସଠିକ୍, ଶୀଘ୍ର ଏବଂ ସରଳ ହେବା ଦରକାର। ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ବଡ଼ ଭୂମିକା ନିଭାଉଛି।
