ନିଜକୁ ନିର୍ଦୋଷ ବୋଲି କହିଛନ୍ତି ବିଜୟ ମାଲ୍ୟା |
ବିଜୟ ମାଲ୍ୟା ଦାବି କରିଛନ୍ତି ଯେ, ତାଙ୍କର ବ୍ରିଟେନ୍ରେ ରହିବା ଭାରତ ଆସିବା ଉପରେ ଲାଗିଥିବା ଆଇନଗତ ପ୍ରତିବନ୍ଧକର ଏକ ଅଂଶ | ଭାରତ ଛାଡି ଯାଇଥିବା ବିଜୟ ମାଲ୍ୟା ନିଜକୁ ନିର୍ଦୋଷ ବୋଲି କହିଛନ୍ତି ଏବଂ ଦାବି କରିଛନ୍ତି ଯେ ତାଙ୍କୁ ଆଇନଗତ ଭାବେ ବ୍ରିଟେନ୍ ଛାଡ଼ିବାକୁ ବାରଣ କରାଯାଇଛି ।

ବିଜୟ ମାଲ୍ୟା ଦାବି କରିଛନ୍ତି ଯେ, ତାଙ୍କର ବ୍ରିଟେନ୍ରେ ରହିବା ଭାରତ ଆସିବା ଉପରେ ଲାଗିଥିବା ଆଇନଗତ ପ୍ରତିବନ୍ଧକର ଏକ ଅଂଶ | ଭାରତ ଛାଡି ଯାଇଥିବା ବିଜୟ ମାଲ୍ୟା ନିଜକୁ ନିର୍ଦୋଷ ବୋଲି କହିଛନ୍ତି ଏବଂ ଦାବି କରିଛନ୍ତି ଯେ ତାଙ୍କୁ ଆଇନଗତ ଭାବେ ବ୍ରିଟେନ୍ ଛାଡ଼ିବାକୁ ବାରଣ କରାଯାଇଛି । ବିଜୟ ମାଲ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଅନେକ ପୋଷ୍ଟ କରିଛନ୍ତି । ଲୋକସଭାରେ କହିଥିଲେ ଯେ, ‘ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ୨୦୧୮’(FEOA) ଅନୁଯାୟୀ ମୋଟ ୧୫ ଜଣଙ୍କୁ ‘ପଳାତକ ଆର୍ଥିକ ଅପରାଧୀ’ (FEO) ଘୋଷଣା କରାଯାଇଛି। ଏହି ତାଲିକାରେ ବିଜୟ ମାଲ୍ୟା ଓ ନୀରବ ମୋଦୀଙ୍କ ଭଳି ଅନେକ ବଡ଼ ନାମ ସାମିଲ ଅଛନ୍ତି । ମାଲ୍ୟାଙ୍କ ଦାବି ହେଉଛି, ତାଙ୍କର ବ୍ରିଟେନ୍ରେ ରହିବା ଭାରତ ଆସିବା ଉପରେ ଲାଗିଥିବା ଆଇନଗତ ପ୍ରତିବନ୍ଧକର ଅଂଶ । ସେ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “ଯେଉଁମାନେ କହୁଛନ୍ତି ଯେ ମୁଁ ଭାରତ ଫେରିବାକୁ ମନା କରୁଥିବା ଜଣେ ପଳାତକ, ସେମାନେ ଜାଣିବା ଉଚିତ୍ ଯେ ମୁଁ ୧୯୯୨ ମସିହାରୁ ୟୁନାଇଟେଡ୍ କିଙ୍ଗଡମ୍ର ସ୍ଥାୟୀ ବାସିନ୍ଦା ଏବଂ ବର୍ତ୍ତମାନ ଆଇନଗତ ଭାବେ ମୋତେ ଏହି ଦେଶ ଛାଡ଼ିବାକୁ ବାରଣ କରାଯାଇଛି | ଗତ ବର୍ଷ ଡିସେମ୍ବରରେ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ, ଭାରତରେ ଆଇନଗତ ଭାବେ ଆବଶ୍ୟକ ଥିବା ପଳାତକମାନଙ୍କୁ ଦେଶକୁ ଫେରାଇ ଆଣିବା ଏବଂ ସେମାନଙ୍କୁ ଅଦାଲତରେ ମାମଲାର ସମ୍ମୁଖୀନ କରାଇବା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ମନ୍ତ୍ରଣାଳୟ କହିଥିଲା ଯେ, ଏଥିରେ ଅନେକ ଆଇନଗତ ପ୍ରକ୍ରିୟା ସାମିଲ ରହିଛି । ତଥାପି, ଆର୍ଥିକ ଅପରାଧୀମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ସରକାର ପ୍ରତିବଦ୍ଧ କରିଛି । ନିଜ ପୋଷ୍ଟରେ ସେ ଏକ ଟେବୁଲ୍ ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ଟଙ୍କା ଆଦାୟର ଆକାଉଣ୍ଟ ଷ୍ଟେଟମେଣ୍ଟ ଥିବା ସେ ଦାବି କରିଛନ୍ତି । ତାଙ୍କୁ ଭୁଲ ଭାବେ ‘ପଳାତକ’ ଘୋଷଣା କରାଯାଇଥିବା ମଧ୍ୟ ସେ କହିଛନ୍ତି । ମାଲ୍ୟାଙ୍କ ମୁତାଵକ୍ , “ଯେଉଁମାନେ ମୋତେ ସମାଲୋଚନା କରୁଛନ୍ତି, ସେମାନେ ଦୟାକରି ସ୍ୱାଧୀନ ଭାବେ ଯାଞ୍ଚ କରନ୍ତୁ ଏବଂ ଦେଖନ୍ତୁ ଯେ ED ମୋର ଜବତ ହୋଇଥିବା ପାଣ୍ଠିରୁ କିଙ୍ଗଫିଶରର କର୍ମଚାରୀମାନଙ୍କୁ ଦେୟ ଦେବା ପାଇଁ ୩୫୦କୋଟି ଟଙ୍କାରୁ ଅଧିକ ଜାରି କରିଛି। ମୁଁ ଦେୟ ଦେଇପାରିନଥିଲି, କାରଣ ED ମୋର ସମ୍ପତ୍ତି ଜବତ କରିଥିଲା।”
