Aditya Birla Brand Value:ବିଦେଶରେ ପ୍ରଥମେ ଭାରତୀୟ କାରଖାନା ବସେଇଥିବା ଶିଳ୍ପପତି ,୨୪ ବର୍ଷ ବୟସରେ ଆରମ୍ଭ କରିଥିଲେ ବ୍ୟବସାୟ
ଛୋଟ ବୟସରେ MITରୁ କେମିକାଲ ଇଞ୍ଜିନିୟରିଙ୍ଗ ପାଠପଢା କରି ଭାରତକୁ ଆସି ଏକ ଏମିତି ନିର୍ଣ୍ଣୟ ନେଇଥିଲେ ,ଯେଉଁଥିରେ ଆଗକୁ ଯାଇ ସାରା ବିଶ୍ୱରେ ୧୨୦ ବିଲିୟନ ଡଲାର୍ ସାମ୍ରାଜ୍ୟ ତିଆରି କରିଛନ୍ତି | ବର୍ତ୍ତମାନ ଏହି ସାମ୍ରାଜ୍ୟ ୪୧ ଦେଶକୁ ବ୍ୟାପିଛି | କାହାଣୀ ହେଉଛି- ଆଦିତ୍ୟ ବିକ୍ରମ ବିର୍ଲା , ଯିଏ ଭାରତର ପ୍ରାରମ୍ଭିକ ଗ୍ଲୋବାଲ ଇଣ୍ଡଷ୍ଟ୍ରିଆଲିଷ୍ଟ ଭାବେ ଗଣାଯାଉଛି |

୨୪ ବର୍ଷ ବୟସରେ MIT ରୁ ପାଠପଢା ସାରି ଭାରତକୁ ଫେରିବା ପରେ ଲାଇସେନ୍ସ ରାଜ୍ ର ସମୟରେ ବିଦେଶରେ ପ୍ରଥମ ଭାରତୀୟ କାରଖାନା ସ୍ଥାପନ କରିଥିଲେ | ବର୍ତ୍ତମାନ ଏହି ଗ୍ରୁପ ବ୍ୟବସାୟ ୪୧ଟି ଦେଶରେ ବ୍ୟାପିଛି | ଛୋଟ ବୟସରେ MITରୁ କେମିକାଲ ଇଞ୍ଜିନିୟରିଙ୍ଗ ପାଠପଢା କରି ଭାରତକୁ ଆସି ଏକ ଏମିତି ନିର୍ଣୟ ନେଇଥିଲା ,ଯେଉଁଥିରେ ଆଗକୁ ଯାଇ ସାରା ବିଶ୍ୱରେ ୧୨୦ ବିଲିୟନ ଡଲାର୍ ସାମ୍ରାଜ୍ୟ ତିଆରି କରିଛନ୍ତି | ବର୍ତ୍ତମାନ ଏହି ସାମ୍ରାଜ୍ୟ ୪୧ରେ ବ୍ୟାପିଛି | କାହାଣୀ ହେଉଛି- ଆଦିତ୍ୟ ବିକ୍ରମ ବିର୍ଲା , ଯାହାଙ୍କୁ ଭାରତର ପ୍ରାରମ୍ଭିକ ଗ୍ଲୋବାଲ ଇଣ୍ଡଷ୍ଟ୍ରିଆଲିଷ୍ଟ ଭାବେ ଗଣାଯାଉଛି | ୧୯୬୫ରେ ଭାରତରେ ଯେବେ ଲାଇସେନ୍ସ ରାଜ୍ ଚାଲିଥିଲା | ନୂଆ ବ୍ୟବସାୟ ଆରମ୍ଭ କରିବା ସହଜ ନଥିଲା | କାରଖାନା ବସେଇବା ପାଇଁ ମାସ ମାସ ଧରି କାଗଜପତ୍ର ପ୍ରକ୍ରିୟା ଓ ସରକାରୀ ଅନୁମୋଦନ ଦେଇ ଯିବାକୁ ପଡୁଥିଲା | ସେହି ସମୟରେ୨୪ ବର୍ଷ ବୟସରେ ଆଦିତ୍ୟ ବିକ୍ରମ ବିର୍ଲା ଆମେରିକାର Massachusetts Institute of Technology ରୁ କେମିକାଲ ଇଞ୍ଜିନିୟରିଙ୍ଗ ଡିଗ୍ରୀ ନେଇ କୋଲକାତା ଆସିଥିଲେ | ତାଙ୍କର ପିତା ତାଙ୍କୁ ଇଣ୍ଡଷ୍ଟ୍ରିୟାଲ ଲାଇନସେନ ଦେଇ କହିଥିଲେ " ନିଜର ଟେକ୍ସଟାଇଲ ମିଲ ନିଜେ ତିଆରି କର |" ପରିବାରଙ୍କ କାରଖାନା ପୂର୍ବରୁ ଥିଲା , କିନ୍ତୁ ଆଦିତ୍ୟ ନିଜ ପରିବାରକୁ ଶିଳ୍ପକୁ ନଯାଇ ନିଜ କାରଖାନା ଖୋଲିଥିଲେ | ସେ କୋଲକାତାରେ ଇଷ୍ଟନ ସ୍ପିନିଙ୍ଗ ମିର୍ଲସ ଆଣ୍ଡ ଇଣ୍ଡଷ୍ଟ୍ରି ତିଆରି କରିଥିଲେ | ତା ସହିତ ଟେଷ୍ଟଟାଇଲ ଓ ରିୟାନ ବ୍ୟବସାୟ କରିବା ଆରମ୍ଭ ଆକରିଥିଲେ | କିନ୍ତୁ ପ୍ରକୃତ ମୋଡ ଏହାର ୪ ବର୍ଷ ପରେ ଆସିଥିଲା | ୧୯୬୯ରେ ତାଙ୍କୁ ମାତ୍ର ୨୫ବର୍ଷ ବୟସ ହୋଇଥିଲା | ଆଦିତ୍ୟ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ପହଞ୍ଚିଥିଲେ | ସେଠାରେ ସେ Indo- Thai Synthetics ନାମରେ ଏକ ଟେକ୍ସଟାଇଲ ଆରମ୍ଭ କରିଥିଲେ | ଏହା କେବଳ ନୂଆ କମ୍ପାନୀ ନଥିଲା | ବରଂ ଭାରତୀୟ ଦ୍ୱାରା ବିଦେଶରେ ତିଆରି ହୋଇଥିବା ଭାରତୀୟ ପ୍ରଥମ କାରଖାନା ଥିଲା | ସେହି ସମୟରେ ଭାରତ ଆର୍ଥିକ ଦୃଷ୍ଟିରୁ ଏତେ ବ୍ୟାପକ ନଥିଲା | ଭାରତରେ ସେହି ସମୟରେ ଲାଇନସେନର ରାଜ ଚାଲିଥିଲା | ବ୍ୟବସାୟ ଭାରତ ଭିତରେ ବା ସେଇ ରାଜ୍ୟ ଯାଏ ସୀମିତ ଥିଲା | କିନ୍ତୁ ବିର୍ଲା ଭାରତ ବାହାରେ ବ୍ୟବସାୟ କରିବା ନିଷ୍ପତି ନେଇଥିଲେ | ଏହାପରେ ସେ ପଛକୁ ବୁଲି ଦେଖିନଥିଲେ | ପାଖାପାଖି ୨ ଦଶନ୍ଧି ପରେ ଆଦିତ୍ୟ ବିକ୍ରମ ବିର୍ଲା ଥାଇଲାଣ୍ଡ,ଇଣ୍ଡୋନେସିଆ , ଫିଲିପିନ୍ସ ଓ ମିସ୍ତ୍ର ଭଳି ଦେଶରେ ନିଜର ବ୍ୟବସାୟ ତିଆରି କରିଥିଲେ | ଶେଷରେ ତାଙ୍କ ପାଖରେ ଭାରତ ବାହାରେ ୧୯ଟି କମ୍ପାନୀ ଥିଲା | ୧୯୯୩ ଵର୍ଷରେ ଆଦିତ୍ୟଙ୍କୁ ପ୍ରୋଷ୍ଟେଟ କ୍ୟାନସର ଥିବାର ଜଣ ପଡିଥିଲା | ତାର ୨ ବର୍ଷରେ ତାଙ୍କର ସ୍ୱାସ୍ଥ ଖରାପ ହେବାକୁ ଲାଗିଥିଲା | ଅକ୍ଟୋବର ୧୯୯୫ ମସିହାରେ ବ୍ଳଟିମୋର ଏକ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା | ସେହି ସମୟରେ ତାଙ୍କ ବୟସ ୫୧ବର୍ଷ ହୋଇଥିଲା | ଏହାପରେ ତାଙ୍କ ୨୮ ବର୍ଷର ପୁଅ କୁମାର ମଙ୍ଗଳ ବିର୍ଲା ଏହି ଗ୍ରୁପ ସମ୍ଭାଳି ଥିଲେ | ତାଙ୍କୁ ୯୦୦୦ କୋଟି ଟଙ୍କାର ସମ୍ପତ୍ତିର ବ୍ୟବସାୟିକ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ | ବିର୍ଲା ଗ୍ରୁପ ବର୍ତ୍ତମାନ ତାର ଓ କେବଲ୍ ବ୍ୟବସାୟରେ ନିଜ ପାଦ ପାକାଇଛି | 'ଅଲ୍ଟ୍ରାବୋଲ୍ଟ' ନାମକ ଏକ ନୂଆ ବ୍ରାଣ୍ଡ ଲଞ୍ଚ କରିଛି |
