ଭାଲୁ ଘୋଡ଼େଇ ବାକୁ ବନବିଭାଗ ନାକେଦମ
କୋକସରା ଫରେଷ୍ଟ ସେକ୍ସନ ଚିକିଲି ଗ୍ରାମରେ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶିଲା ଦୁଇଟି ଭାଲୁ | ଭାଲୁ ଘୋଡ଼େଇ ବାକୁ ବନବିଭାଗ ନାକେଦମ |
ଭବାନୀପାଟଣା: କୋକସରା ଫରେଷ୍ଟ ସେକ୍ସନ ଚିକିଲି ଗ୍ରାମରେ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶିଲା ଦୁଇଟି ଭାଲୁ | ଭାଲୁ ଘୋଡ଼େଇ ବାକୁ ବନବିଭାଗ ନାକେଦମ | କଳାହାଣ୍ଡି ଜିଲ୍ଲା କୋକସରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚିକିଲି ଗ୍ରାମରେ ଭିତରେ ଭାଲୁ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଭାଲୁ ଦୁଇଟି ଗାଁ ଭିତରକୁ ପଶି ଆସିଥିବା ସୂଚନା ମିଳିଛି। ପରେ ଏନେଇ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନବିଭାଗ, ପୋଲିସ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ଭାଲୁ ଦୁଇଟିକୁ ସୁରକ୍ଷିତ ଭାବେ ଗାଁ ବାହାରକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ତେବେ ପୁଣି ଭାଲୁ ଗାଁ ମୁହାଁ ହେବାର ଆଶଙ୍କା ଥିବାରୁ ବନ ବିଭାଗ କର୍ମଚାରୀମାନେ ଚିକିଲି ଗାଁରେ ଡେରା ପକାଇ ନଜର ରଖିଛନ୍ତି। ଗ୍ରାମବାସୀଙ୍କୁ ସତର୍କ ରହିବା ସହ ଏକାକୀ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
