ଫିଫା ବିଶ୍ୱକପ୍- କାହା ନାଁରେ ଅଧିକ ମ୍ୟାଚ୍ ଓ ଗୋଲର ରେକର୍ଡ?
ଫିଫା ବିଶ୍ୱକପ୍- ଏକନମ୍ୱରରେ ଲିଓନେଲ ମେସି। ପର୍ତ୍ତୁଗାଲର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋ ବିଶ୍ୱକପରେ ୨୩ ମ୍ୟାଚ୍ ଖେଳିଛନ୍ତି।

ପୁରା ଦୁନିଆର ଫୁଟବଲ ଫ୍ୟାନ୍ସଙ୍କ ନଜର ଫିଫା ବିଶ୍ୱକପ ଉପରେ। ନିଜର ମନପସନ୍ଦର ଟିମ ଓ ଖେଳାଳୀଙ୍କ ଉପରେ ନଜର ରହିଛି। ହେଲେ ବିଶ୍ୱକପ୍ ଇତିହାସରେ ସବୁଠୁ ଅଧିକା ମ୍ୟାଚ୍ ଖେଳି ରେକର୍ଡ କେଉଁ ଖେଳାଳୀଙ୍କ ନାଁରେ ଅଛି। ଏହାର ଉତ୍ତରରେ ୮ ପ୍ରମୁଖ ଖେଳାଳୀଙ୍କ ତାଲିକା ଆପେ ଆପେ ଆସିବ। ଏକ ନମ୍ୱରରେ ଆସିବେ ଲିୟୋନେଲ ମେସି। ଯିଏ ଓ୍ୱାର୍ଲଡ କପରେ ୨୬ ମ୍ୟାଚ୍ ଖେଳିଛନ୍ତି। ଆର୍ଜେଣ୍ଟିନାର କ୍ୟାପଟେନ୍ ମେସି ଏହି ତାଲିକାରେ ଏକନମ୍ୱରରେ ଅଛନ୍ତି। ୨୦୦୬ରୁ ୨୦୨୨ ଯାଏ ସେ ୫ଟି ଫିଫା ବିଶ୍ୱକପ୍ ଖେଳିଛନ୍ତି ଓ ୨୬ ମୁକାବିଲାରେ ମୈଦାନକୁ ଓହ୍ଲାଇଛନ୍ତି। ମେସି ସବୁଥର ନିଜ ଟିମକୁ ନକଆଉଟ୍ ପର୍ଯ୍ୟାୟ ଯାଏଁ ନେବାକୁ ସଫଳ ହୋଇଛନ୍ତି। ୨୦୨୨ରେ କ୍ୟାପଟେନ ଭାବେ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିଅନ କରିଥିଲେ। ନିଜ କ୍ୟାରିଅରର ସବୁଠୁ ବଡ଼ ସ୍ୱପ୍ନ ପୂରଣ କରିଥିଲେ। ସେ ଦୁଇଥର ଗୋଲଡେନ ବଲ ଆଓ୍ୱାର୍ଡ ୨୦୧୪ ଓ ୨୦୨୨ରେ ଜିତିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜର୍ମାନୀର ମହାନ ମିଡଫିଲଡର ଲୋଥାର ମୈଥାଉସ୍। ୧୯୮୨ରୁ ୧୯୯୮ ଯାଏ ସେ ଲଗାତାର ୫ଟି ବିଶ୍ୱକପ୍ ଖେଳିଛନ୍ତି। ମୋଟ୍ ୨୫ ମ୍ୟାଚ୍ ଖେଳି ୧୯୯୦ରେ ନିଜ ଟିମକୁ ବିଶ୍ୱ ବିଜୟୀ କରିଥିଲେ। ସେହି ବର୍ଷ ତାଙ୍କୁ ବୈଲନ ଡିଓର ପୁରସ୍କାର ମିଳିଥିଲା। ଜର୍ମାନୀର ଷ୍ଟାର ଷ୍ଟ୍ରାଇକର ମିରୋସ୍ଲାବ କ୍ଲୋଜେ ୪ଟି ବିଶ୍ୱକପରେ ମୋଟ୍ ୨୪ ମୁକାବିଲା ଖେଳିଛନ୍ତି। ଫିଫା ବିଶ୍ୱକପ ଇତିହାସରେ ସର୍ବାଧିକ ୧୬ ଗୋଲ୍ କରିବାର ରେକର୍ଡ ରହିଛି ତାଙ୍କ ନାଁରେ। ୨୦୧୪ରେ ଜର୍ମାନୀ ବିଶ୍ୱକପ ଜିତିବା ସହ କ୍ଲୋଜେ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ଫରଓ୍ୱାର୍ଡ ଖେଳାଳୀ ହୋଇଥିଲେ। ଇଟାଲୀର ଡିଫେଣ୍ଡର ପାଓଲୋ ମାଲାଦିନି ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ବିଶ୍ୱକପ୍ ମ୍ୟାଚରେ ୨୩ ମ୍ୟାଚ୍ ଖେଳିଛନ୍ତି। ସେ ୪ଟି ବିଶ୍ୱକପରେ ଇଟାଲିକୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୪ରେ ଟିମକୁ ଫାଇନାଲ ଯାଏ ପହଞ୍ଚାଇଥିଲେ। ହେଲେ ବିଶ୍ୱକପ ହାସଲ କରିପାରିନଥିଲେ। ପର୍ତ୍ତୁଗାଲର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋ ବିଶ୍ୱକପରେ ୨୩ ମ୍ୟାଚ୍ ଖେଳିଛନ୍ତି। ୨୦୦୬ରୁ ୨୦୨୨ ଯାଏଁ ୫ଟି ବିଶ୍ୱକପରେ ୨୩ ମ୍ୟାଚ୍ ଖେଳିଛନ୍ତି। ୨୦୦୬ ପରେ ସମସ୍ତ ବିଶ୍ୱକପରେ ଗୋଲ କରିବାର ରେକର୍ଡ ରୋନାଲଡୋଙ୍କ ନାଁରେ ଅଛି। ଆର୍ଜେଣ୍ଟିନାର ଡିଏଗୋ ମାରାଡୋନା ବିଶ୍ୱକପରେ ୨୧ ମ୍ୟାଚ୍ ଖେଳିଛନ୍ତି। ୧୯୮୬ରେ ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ଫୁଟବଲ ଇତିହାସରେ ସବୁଠୁ ବ୍ୟକ୍ତିଗତ ପ୍ରଦର୍ଶନରେ ବିବେଚନା କରାଯାଏ। ଏହି ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଚାମ୍ପିଅନ ସାଜିବା ସହ ତାଙ୍କ ପ୍ରସିଦ୍ଧ ହେଡ ଅଫ ଗଡ୍ ଗୋଲ ସଦା ସ୍ମରଣୀୟ ହୋଇ ରହିଛି।
