fastest double century:୫୨ ବଲ୍ରେ ଦ୍ୱିଶତକ, ଇତିହାସ ରଚିଲେ ବୈଭବ
କ୍ରିକେଟ୍ ଜଗତରେ ପୁଣି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୫୨ ବଲ୍ରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ୍ରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ୟୁଏଇ ବିପକ୍ଷରେ ଇଣ୍ଡିଆ-ଏ ପକ୍ଷରୁ ଖେଳି ୨୦୪ ରନ୍ର ବିସ୍ଫୋରକ ଇନିଂସ ଖେଳିଛନ୍ତି ବୈଭବ। ଏହି ଐତିହାସିକ ପାଳିରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ଯୁବ ବ୍ୟାଟର।

କ୍ରିକେଟ୍ ମୈଦାନରେ ଇତିହାସ ରଚିଲେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ନିଜ ବିସ୍ଫୋରକ ବ୍ୟାଟିଂରେ କ୍ରିକେଟ୍ ଜଗତକୁ ଚମକାଇ ଦେଇଛନ୍ତି ଏହି ଯୁବ ତାରକା। ୟୁଏଇ ବିପକ୍ଷରେ ଇଣ୍ଡିଆ-ଏ ପକ୍ଷରୁ ଖେଳି ମାତ୍ର ୫୨ ବଲ୍ରେ ଦ୍ୱିଶତକ ହାସଲ କରିଛନ୍ତି। ଏଥିସହ ପୁରୁଷ ଲିଷ୍ଟ-ଏ କ୍ରିକେଟ୍ରେ ସବୁଠାରୁ କମ୍ ବଲ୍ରେ ଦ୍ୱିଶତକ ହାସଲ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି।
ଏହି ମ୍ୟାଚ୍ରେ ବୈଭବ ମାତ୍ର ୨୮ ବଲ୍ରେ ଶତକ ପୂରଣ କରିଥିବା ବେଳେ ୫୨ ବଲ୍ରେ ୨୦୦ ରନ୍ର ମାଇଲଖୁଣ୍ଟ ଛୁଇଁଥିଲେ। ଶେଷରେ ୨୦୪ ରନ୍ର ଏକ ବିଶାଳ ଇନିଂସ ଖେଳିଥିଲେ। ଏହି ପାଳି ସହ ଏକାଧିକ ରେକର୍ଡ ନିଜ ନାଁରେ କରିଛନ୍ତି ବୈଭବ।ଏହା ପୂର୍ବରୁ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଦ୍ୱିଶତକର ରେକର୍ଡ ନ୍ୟୁଜିଲାଣ୍ଡର ଚାଡ୍ ବୋୱେସଙ୍କ ନାଁରେ ଥିଲା। ସେ ୧୦୩ ବଲ୍ରେ ଦ୍ୱିଶତକ ହାସଲ କରିଥିଲେ। ଏବେ ମାତ୍ର ୫୨ ବଲ୍ରେ ଏହି ରେକର୍ଡ ଭାଙ୍ଗିଛନ୍ତି ବୈଭବ। କେବଳ ଦ୍ୱିଶତକ ନୁହେଁ, ଦ୍ରୁତତମ ଶତକ ତାଲିକାରେ ମଧ୍ୟ ଶୀର୍ଷରେ ପହଞ୍ଚିଛନ୍ତି। ୨୯ ବଲ୍ରେ ଶତକ କରିଥିବା ଜେକ୍ ଫ୍ରେଜର-ମ୍ୟାକଗର୍କଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ବୈଭବଙ୍କ ଏହି ଐତିହାସିକ ପ୍ରଦର୍ଶନ ଭାରତୀୟ କ୍ରିକେଟ୍ରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।
