Boys Bunk School For Match: କ୍ୟାମେରାରେ କାହିଁକି ମୁହଁ ଲୁଚାଇଲେ ପିଲାଏ..
ଅତି ଉତଫୁଲ୍ଲିତ ହୋଇ ପପକର୍ଣ୍ଣ ଖାଇ ମ୍ଯାଚର ଆନନ୍ଦ ନେବା ବେଳେ ମ୍ୟାଚର ଲାଇଭ ପ୍ରସାରଣ ପାଇଁ ଲାଗିଥିବା କ୍ୟାମେରା ଯେତେବେଳେ ସେମାନଙ୍କ ଉପରେ ପଡ଼ିଲା। ସେମାନଙ୍କ ଚପଳତା ପୁରା କଏଦ ହୋଇଗଲା। ଭୟରେ ମୁହଁ ଲୁଚାଇଦେଲେ। ଷ୍ଟାଡିୟମରେ ଲାଗିଥିବା ବଡ଼ ପରଦାରେ ସେମାନଙ୍କ ମୁହଁ ଦେଖାଯିବା ପରେ କାଳେ ଘର ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ଜାଣିଦେଲେ ଭାବି ସେମାନଙ୍କ ହୋସ୍ ଉଡ଼ିଗଲା। ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଗଲେ।

ସ୍କୁଲ ନ ଯାଇ ଲୁଚିଛପି ମ୍ୟାଚ୍ ଦେଖିବାକୁ ଆସିଥିଲେ। ହେଲେ ଲାଇଭ କ୍ୟାମେରା ସବୁ ଧରାପକାଇଦେଲା। ଭାରତ- ନ୍ୟୁଜିଲ୍ୟାଣ୍ଡ ମ୍ଯାଚ୍ ବେଳେ କିଛି ଏଭଳି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଏମିତିରେ ସ୍କୁଲ ବନ୍ଦ କରି ମଉଜମସ୍ତି କରିବା ପିଲାଙ୍କ ଲାଗି ସାଧାରଣ କଥା। ସ୍କୁଲ ବନ୍ଦ କରି ଯଦି ଲାଇଭ କ୍ରିକେଟ ମ୍ଯାଚ୍ ଦେଖିବାକୁ ମଉକା ମିଳିବ, କିଏ ବା କାହିଁକି ମଉକା ଛାଡ଼ିବ। କିଛି ପିଲା ସ୍କୁଲ ୟୁନିଫର୍ମ ପିନ୍ଧି ସ୍କୁଲକୁ ତ
ବାହାରିଲେ। ହେଲେ ସ୍କୁଲ ନଯାଇ ସିଧା ଇଣ୍ଟରନ୍ୟାସନାଲ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ହାଜର ହୋଇଗଲେ। ଅତି ଉତଫୁଲ୍ଲିତ ହୋଇ ପପକର୍ଣ୍ଣ ଖାଇ ମ୍ଯାଚର ଆନନ୍ଦ ନେବା ବେଳେ ମ୍ୟାଚର ଲାଇଭ ପ୍ରସାରଣ ପାଇଁ ଲାଗିଥିବା କ୍ୟାମେରା ଯେତେବେଳେ ସେମାନଙ୍କ ଉପରେ ପଡ଼ିଲା। ସେମାନଙ୍କ ଚପଳତା ପୁରା କଏଦ ହୋଇଗଲା। ଭୟରେ ମୁହଁ ଲୁଚାଇଦେଲେ। ଷ୍ଟାଡିୟମରେ ଲାଗିଥିବା ବଡ଼ ପରଦାରେ ସେମାନଙ୍କ ମୁହଁ ଦେଖାଯିବା ପରେ କାଳେ ଘର ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ଜାଣିଦେଲେ ଭାବି ସେମାନଙ୍କ ହୋସ୍ ଉଡ଼ିଗଲା। ନ୍ୟୁଜିଲାଣ୍ଡର ଓ୍ୱିଲିଙ୍ଗଟନ୍
ଚାଲିଥିବା ଟେଷ୍ଟ ମ୍ଯାଚ୍ କୁ ଏମାନେ ସ୍କୁଲ ୟୁନିଫର୍ମରେ ମଜା ନେଉଥିଲେ। ଆରାମରେ ବସି ଲଞ୍ଚ୍ ବି କରୁଥିଲେ। ହେଲେ ଯେତେବେଳେ କ୍ୟାମେରା
ସେମାନଙ୍କ ଉପରେ ପଡ଼ିଲା, ସେମାନଙ୍କ ମୁହଁର ଭାବ ଓ ମସ୍ତି ଦେଖି ଲୋକଙ୍କର ବି ଆପେ ଆପେ ହସ ବାହାରିଯିବ। କିଏ ନିଜ ଚେହେରା ଲୁଚାଇଥିଲା ତ କିଏ ଆଉ କାହା ପଛରେ ଲୁଚିବାକୁ ପ୍ରୟାସ କରିଥିଲା। ମ୍ୟାଚର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଦିନ ଷ୍ଟାଡିୟମରେ ଏଣ୍ଟ୍ରି ଫ୍ରି ଥିଲା। ଆଉ ଏହାର ମଉକା ଉଠାଇବାକୁ କିଛି ସ୍କୁଲ ପିଲା ନିଷ୍ପତ୍ତି ନେଇଥିଲେ। ଏହି ମଜାଦାର ମୂହୂର୍ତ୍ତର କ୍ଷଣକୁ ଭିଡିଓ @blackcapsnz ନାଁରେ ହୋଇଥିବା ହ୍ୟାଣ୍ଡେଲରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହା ସହ କ୍ୟାପସନ ଲେଖାଯାଇଛି, ଆଶା ଅଛି ଯେ, ମା ମ୍ୟାଚ୍ ଦେଖୁନଥିବେ।ସୋସିଆଲ ମିଡିଆରେ ପିଲାଙ୍କ ଏହି ଅନ୍ଦାଜ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି। ଅନେକ ନିଜ ସ୍କୁଲ ସମୟ କଥା ସ୍ମରଣ କରିଛନ୍ତି ତ ଅନେକ କେମିତି କ୍ଲାସରୁମରୁ ବର୍ତ୍ତିବାକୁ ନାନା ବାହାନା କରୁଥିଲେ, ସେ କଥାକୁ ମନେ ପକାଇଛନ୍ତି। ଆଉ କେତେକଙ୍କ ମତର, ଆଜିକାଲିକା ପିଲା ଅଧିକାଂଶ ସମୟ ମୋବାଇଲ ଓ ସୋସିଆଲ ମିଡିଆରେ ବିତାଇ ଏକୁଟିଆପଣର ଶୀକାର ହୋଇଗଲେଣି। ସେତିକିବେଳେ ଏ ପିଲାଏ ନିଜ ସାଙ୍ଗସାଥୀଙ୍କ ସହ ଏକାଠି ବସି ଏକା ସାଙ୍ଗରେ ଖାଇ ମ୍ଯାଚର ଆନନ୍ଦ ଉଠାଇବା କଥା ନିହାତି ଭଲ କଥା। ବଡ଼ ମଜାଦାର କଥା କି, କ୍ୟାମେରାରେ କଏଦ ହେବା ପରେ ସ୍କୁଲ ଓ ଘରଲୋକଙ୍କୁ ଜଣାପଡ଼ିଗଲା, ସେ ଦିନ ପିଲାଏ କାହିଁକି ସ୍କୁଲ ଯାଇନଥିଲେ।
