Factory Owner Beat Employee To Death:ଝିଅ ସହ କର୍ମଚାରୀ-ପିଟିପିଟି ମାରିଦେଲେ ବାପା
ଝିଅକୁ କହିକି ଯାଇଥିଲେ ଯେ, ସେମାନେ ଦିନ ଯାକ ବାହାରେ ରହିବେ। କିନ୍ତୁ କିଛି ଘଣ୍ଟା ପରେ ଯେବେ ଉଭୟ ଘରକୁ ଫେରି ଦେଖନ୍ତି ଯେ, କିରଣ ତାଙ୍କ ଝିଅ ସହ ରୁମ ଭିତରେ ଅଛି। ଏହା ପରେ ଝିଅକୁ ଚିକ୍କାବଲ୍ଲାପୁରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇଦେଇଥିଲେ। ଆଉ କିରଣକୁ ନିର୍ଧୁମ ପିଟିଥିଲେ।

ଝିଅ ସହ କର୍ମଚାରୀକୁ ଗୋଟିଏ ଘରେ ଦେଖି ବାପାଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ। ଶେଷରେ ପିଟି ପିଟି ମାରିଦେଲେ କର୍ମଚାରୀକୁ। ବେଙ୍ଗାଲୁରୁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ୨୨ ବର୍ଷୀୟ କର୍ମଚାରୀ କିରଣକୁ ମାରିଥିବା ବ୍ୟବସାୟୀ ଆନନ୍ଦରାଜଙ୍କୁ ପୁଲିସ ଗିରଫ କରିଛି। ଆନନ୍ଦରାଜଙ୍କ ଫ୍ୟାକଟ୍ରିରେ ଅନେକ ବର୍ଷ ହେଲା କାମ କରୁଥିଲେ କିରଣ। ଆନନ୍ଦ ନିଜ ୧୯ ବର୍ଷର ଝିଅ ସହ ତାକୁ ରୁମରେ ଦେଖି ରାଗରେ ନିଆଁବାଣ ହୋଇଯାଇଥିଲେ। ବେଙ୍ଗାଲୁରୁର ୟେଲହଙ୍କା ଏରିଆର ଘଟଣା। ମୃତକ କିରଣ କେରଳର ପଲକ୍କଡ଼ ଜିଲ୍ଲାର। ସେ ବେଙ୍ଗାଲୁରୁରେ ଆନନ୍ଦଙ୍କ ଫ୍ୟାକଟ୍ରିରେ କାମ କରୁଥିଲେ। ଏହି ଫ୍ୟାକଟ୍ରିରେ ସୁଇଟକର୍ଣ୍ଣ ତିଆରି କରୁଥିବା ମେସିନ ଓ ଠେଲା ଗାଡ଼ି ତିଆରି ହୁଏ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ନିକଟରେ ଆନନ୍ଦରାଜଙ୍କୁ ନିଜ ଝିଅ ଓ କିରଣ ଭିତରେ ପ୍ରେମସମ୍ପର୍କ ଥିବା କଥା ସୂଚନା ମିଳିଥିଲା। ତାଙ୍କ ଝିଅ ଅଲଗା ସହରରେ ପଢ଼ନ୍ତି। ଆଉ ଏବେ ଛୁଟିରେ ଘରକୁ ଆସିଥିଲେ। ଏହାକୁ ନେଇ ଗଲା ମଙ୍ଗଳବାର ଘରେ ବିବାଦ ହୋଇଥିଲା। ଆଉ ବଳି ପଡ଼ିଗଲେ କିରଣ। ମଙ୍ଗଳବାର ସକାଳୁ ଆନନ୍ଦ ଓ ତାଙ୍କ ପତ୍ନୀ ଘରୁ ବାହାରିଥିଲେ। ସେ ଝିଅକୁ କହିକି ଯାଇଥିଲେ ଯେ, ସେମାନେ ଦିନ ଯାକ ବାହାରେ ରହିବେ। କିନ୍ତୁ କିଛି ଘଣ୍ଟା ପରେ ଯେବେ ଉଭୟ ଘରକୁ ଫେରି ଦେଖନ୍ତି ଯେ, କିରଣ ତାଙ୍କ ଝିଅ ସହ ରୁମ ଭିତରେ ଅଛି। ଏହା ପରେ ଝିଅକୁ ଚିକ୍କାବଲ୍ଲାପୁରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇଦେଇଥିଲେ। ଆଉ କିରଣକୁ ନିର୍ଧୁମ ପିଟିଥିଲେ। ପ୍ରବଳ ମାଡ଼ରେ କିରଣ ବେହୋସ ହୋଇଯାଇଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଏ ବାବଦରେ ପୁଲିସକୁ ସୂଚନା ଦେଇଥିଲେ।
ହତ୍ୟା ପୂର୍ବରୁ ହୋଇଥିଲା କି ଷଡ଼ଯନ୍ତ୍ର?
ଏ ମାମଲାରେ ଆଉ ଏକ ଗମ୍ଭୀର ଆରୋପ ସାମ୍ନାକୁ ଆସିଛି। କିରଣଙ୍କ ମାମୁଁ ପୁଅ ଭାଇ ପ୍ରସାଦ କହିଛନ୍ତି ଯେ, ଏ ହତ୍ୟା ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ର। ଆନନ୍ଦରାଜ କିରଣଙ୍କ ଭାଇକୁ ଚଳିତ ସପ୍ତାହରେ ଡେଲିଭରି କାମରେ ୟୁପି ପଠାଇ ଦେଇଥିଲେ। ଘଟଣା ସମୟରେ କିରଣ ପାଖରେ କେହି ଯେମିତି ରହିବେନି, ତାକୁ ନେଇ ପ୍ଲାନିଂ କରିଥିଲେ ଆନନ୍ଦ। ଯାହାଦ୍ୱାରା କିରଣ ଏକୁଟିଆ ରହିବେ ଏବଂ ତାଙ୍କୁ ସହାୟତା କରିବାକୁ କେହି ନଥିବେ। କିରଣ ଗତ କିଛି ବର୍ଷ ଧରି ଆନନ୍ଦରାଜଙ୍କ ନିର୍ମାଣ ୟୁନିଟ୍ରେ କାମ କରୁଥିଲେ। ତାଙ୍କ ଭାଇ ମଧ୍ୟ ସେହି ବ୍ୟବସାୟରେ କାମ କରୁଥିଲେ। ନର୍ଥ ଇଷ୍ଟ ଡିଭିଜନର ଡିସିପି ଜିକେ ମିଥୁନ କୁମାର କହିଛନ୍ତି, ଅଭିଯୁକ୍ତ ଗିରଫ ହୋଇସାରିଛି। ଆଉ ଆନନ୍ଦରାଜ ଜାଣିଶୁଣି କିରଣକୁ ହତ୍ୟା କରିଛନ୍ତି। କର୍ମଚାରୀ ଓ ମାଲିକଙ୍କ ସମ୍ପର୍କ ଏତେ ଭୟଙ୍କର ରୂପ ନେବ, ତାହା କେହି କଳ୍ପନା କରିନଥିଲେ। ନିଜ ଝିଅ ସହ ଘରେ ଜଣେ କର୍ମଚାରୀଙ୍କୁ ଦେଖିବା ପରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ କ୍ରିକେଟ୍ ବ୍ୟାଟ୍ ଓ ଲୁହା ପାଇପ୍ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ବ୍ୟବସାୟୀ ଆନନ୍ଦଙ୍କ ବିରୁଦ୍ଧରେ।
କାହିଁକି ଘଟିଲା ଏହି ହତ୍ୟାକାଣ୍ଡ?
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଆନନ୍ଦରାଜଙ୍କ ୧୯ ବର୍ଷୀୟ ଝିଅ ମହୀଶୂରରେ ପ୍ରି-ୟୁନିଭର୍ସିଟି କୋର୍ସ (PUC) ପଢ଼ୁଥିଲେ। ଛୁଟିରେ ସେ ଘରକୁ ଆସିଥିଲେ।କିରଣ ଓ ଆନନ୍ଦରାଜଙ୍କ ଝିଅଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା କଥା ଆନନ୍ଦରାଜ ଜାଣିଥିଲେ। ଏହି ସମ୍ପର୍କକୁ ସେ ପସନ୍ଦ କରୁନଥିବା ପୋଲିସ କହିଛି। ମଙ୍ଗଳବାର ଦିନ ଆନନ୍ଦରାଜ ନିଜ ସ୍ତ୍ରୀଙ୍କ ସହ ଘରୁ ବାହାରିବା ସମୟରେ ଝିଅକୁ କହିଥିଲେ ଯେ ସେମାନେ ତାମିଲନାଡୁ ଯାଉଛନ୍ତି ଏବଂ ରାତିରେ ଫେରିବେ। କିନ୍ତୁ କିଛି ଘଣ୍ଟା ପରେ ଦମ୍ପତି ଘରକୁ ଫେରି ଆସିଥିଲେ। ସେତେବେଳେ ନିଜ ଝିଅ ସହ ଏକ ରୁମ୍ରେ କିରଣଙ୍କୁ ଦେଖିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
କ୍ରିକେଟ୍ ବ୍ୟାଟ୍ ଓ ଲୁହା ପାଇପ୍ରେ ଆକ୍ରମଣ
ଝିଅ ସହ କିରଣଙ୍କୁ ଦେଖିବା ପରେ ଆନନ୍ଦରାଜ ରାଗିଯାଇଥିଲେ। ପୋଲିସର କହିବା ଅନୁସାରେ: ଝିଅକୁ ଚିକ୍କାବଲ୍ଲାପୁରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇଦେଇଥିଲେ। ଏହାପରେ କିରଣଙ୍କୁ ଘର ଭିତରେ ଅଟକ ରଖିଥିଲେ। କ୍ରିକେଟ୍ ବ୍ୟାଟ୍ ଓ ଲୁହା ପାଇପ୍ରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ।କିରଣଙ୍କ ହାତ, ଗୋଡ଼ ଓ ପେଟରେ ଗୁରୁତର ଆଘାତ ଲାଗିଥିଲା।ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ପରେ ଆନନ୍ଦରାଜ ନିଜେ ଏକ ଅଟୋରିକ୍ସାରେ କିରଣଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
