Half Burnt Body: ରାଜଧାନୀରେ ଚାଞ୍ଚଲ୍ୟ! କେଳୁଚରଣ ପାର୍କ ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଭୁବନେଶ୍ୱର କେଳୁଚରଣ ପାର୍କ ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ, ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି।
S
By Subhadra DasPublished: Nov 4, 2026, 05:17 PM •1 min read •1 Views
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କେଳୁଚରଣ ପାର୍କ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତଦେହରେ ସାରା ଶରୀରରେ ପୋଡ଼ା ଚିହ୍ନ ଥିବାବେଳେ ଯୁବକ ପିନ୍ଧିଥିବା ସାର୍ଟ ମଧ୍ୟ ଜଳିଯାଇଥିବା ଜଣାପଡ଼ିଛି। ପ୍ରାଥମିକ ସନ୍ଦେହ ଅନୁଯାୟୀ, ଯୁବକଙ୍କୁ ହତ୍ୟା କରିବା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପୋଡ଼ି ଦିଆଯାଇଥାଇପାରେ। ତେବେ ଏହା ହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ, ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ, ଚନ୍ଦ୍ରଶେଖରପୁର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହର ପରିଚୟ ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।
S
Subhadra DasContent Writer
Comments0
Leave a Reply
Loading comments...
