କୁଖ୍ୟାତ ଅପରାଧୀ ପ୍ରଭାତଙ୍କୁ ଏନକାଉଣ୍ଟର
ଏନକାଉଣ୍ଟର ଆହତ କୁଖ୍ୟାତ ଅପରାଧୀ ପ୍ରଭାତ। ଏନକାଉଣ୍ଟର କଲା କେନ୍ଦୁଝର ପୋଲିସ। ପୋଲିସ ଉପରକୁ ଗୁଳି କରି ଖସିଯିବା ବେଳେ ଖାଇଲା ଗୁଳି।
କେନ୍ଦୁଝରରେ ଏନକାଉଣ୍ଟର। ଅପରାଧ ନିୟନ୍ତ୍ରଣ ପାଇଁ କେନ୍ଦୁଝର ପୋଲିସର ଅପରାଧ ଦମନ ଅଭିଯାନ ଆରମ୍ଭ। ଅଭିଯାନରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ, କୁଖ୍ଯାତ ଅପରାଧୀ ପ୍ରଭାତ ନାଁରେ ବିଭିନ୍ନ ଥାନାରେ 40 ରୁ ଉର୍ଦ୍ଧ୍ୱ କେସ ରହିଥିବା ବେଳେ, କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ପ୍ରଭାତର ସମ୍ପୃକ୍ତି ଥିବା ଜାଣି ଟାଙ୍ଗରାଣୀରୁ ତାକୁ ଗିରଫ୍ କରିଥିଲା ପୋଲିସ । ତେବେ ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ। ବାକି ପଇସା ସଦର ଥାନା ମହୁଲ ଡିହା ଜଙ୍ଗଲରେ ରଖିଥିବା କହିଥିଲା। ସୋମବାର ବିଳମ୍ବିତ ରାତିରେ ଯେତେବେଳେ ପୋଲିସ ତାକୁ ମହୁଲ ଡିହା ଜଙ୍ଗଲକୁ ପଇସା ଉଦ୍ଧାର କରିବା ପାଇଁ ନେଇଥିଲା ସେ ମାଟି ତଳୁ ପଇସା ବାହାର କରିବା କୁ ଯାଇ ମାଟି ତଳେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଫାଇରିଙ୍ଗ କରି ଖସିଯିବାକୁ ଉଦ୍ୟମ କରିବା ଥିଲା। ଫଳରେ ପୋଲିସ ନିଜ ସୁରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲେ । ଯାହା ଫଳରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ପରେ ତାକୁ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ, ଚିକି୍ସା ଜାରି ରହିଛି।
ରିପୋର୍ଟ- ପାର୍ଥ ମିଶ୍ର, କେନ୍ଦୁଝର
