ED RAID ON KARNATAK MINISTER:ମନିଲଣ୍ଡରିଂ ମାମଲାରେ ମନ୍ତ୍ରୀଙ୍କ ଘରେ ଇଡି ରେଡ୍
ଏଜେନ୍ସି ଖୋଳତାଡ଼ କରୁଛି କି, ଏ ଟଙ୍କା କେଉଁଠୁ ଆସିଲା ଓ ବିଦେଶ ଯାଏ କେମିତି ପହଞ୍ଚିଲା।ଏହି କାର୍ଯ୍ୟାନୁଷ୍ଠାନର ପ୍ରାୟ ୩ ମାସ ପୂର୍ବରୁ ଜୁନ୍ ୨୪ରେ ଇଡି ଅବକାରୀ ବିଭାଗର ଅତିରିକ୍ତ କମିଶନର ଓ୍ୱାଇଡି ମଞ୍ଜୁନାଥଙ୍କ ବେଲଗାମିସ୍ଥିତ ଘରେ ରେଡ୍ କରିଥିଲା। ସତୀଶଙ୍କ ଭିଣୋଇ ଅଟନ୍ତି ମଞ୍ଜୁନାଥ।

କର୍ଣ୍ଣାଟକରେ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ଘରେ ଇଡି ରେଡ୍। ତାଙ୍କ ଝିଅ ସାଂସଦ ପ୍ରିୟଙ୍କାଙ୍କ ଘର ସମେତ ୧୮ଟି ଠିକଣାରେ ତଲାସି ଅଭିଯାନ ଜାରି ରଖିଛି ଇଡି। ମନି ଲଣ୍ଡରିଂ ମାମଲା ସହ ବିଦେଶକୁ ଟଙ୍କା ପଠାଇଥିବାର ଆରୋପ ରହିଛି। ତଦନ୍ତ ଏଜେନ୍ସି ଖୋଳତାଡ଼ କରୁଛି କି, ଏ ଟଙ୍କା କେଉଁଠୁ ଆସିଲା ଓ ବିଦେଶ ଯାଏ କେମିତି ପହଞ୍ଚିଲା। ସତୀଶଙ୍କ ଝିଅ ପ୍ରିୟଙ୍କା ଜାରକିହୋଲି ଚିକ୍କୋଡୀ ଲୋକସଭାରୁ ସାଂସଦ ଅଛନ୍ତି। ଏହି କାର୍ଯ୍ୟାନୁଷ୍ଠାନର ପ୍ରାୟ ୩ ମାସ ପୂର୍ବରୁ ଜୁନ୍ ୨୪ରେ ଇଡି ଅବକାରୀ ବିଭାଗର ଅତିରିକ୍ତ କମିଶନର ଓ୍ୱାଇଡି ମଞ୍ଜୁନାଥଙ୍କ ବେଲଗାମିସ୍ଥିତ ଘରେ ରେଡ୍ କରିଥିଲା। ସତୀଶଙ୍କ ଭିଣୋଇ ଅଟନ୍ତି ମଞ୍ଜୁନାଥ। ସେତେବେଳେ ତାଙ୍କ ସମ୍ପର୍କୀୟ ଓ ପାଖ ଲୋକଙ୍କ ଘର ଓ ବିଭିନ୍ନ ଠିକଣାରେ ହୋଇଥିଲା ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଓ ମନି ଲଣ୍ଡରିଂ ସହ ଜଡ଼ିତ ମାମଲା ଥିଲା। ଯେଉଁଠି ଲାଞ୍ଚ ଓ ସମ୍ପତ୍ତି ସହ ଜଡ଼ିତ ନେଣଦେଣର ତଦନ୍ତ କରାଯାଇଥିଲା। ତାଙ୍କ ଘରୁ କିଛି ଆପତ୍ତିଜନକ ଦସ୍ତାବିଜ୍ ମିଳିଥିଲା। ଯେଉଁଥିରେ ଏକ ଡାଏରୀ ବି ସାମିଲ ଥିଲା। ସେତେବେଳେ ଏହି ରେଡ୍ କୁ ନେଇ ମନ୍ତ୍ରୀ ସତୀଶ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଥିଲେ। ଆଉ କହିଥିଲେ ଯେ, ତାଙ୍କ ଭିଣୋଇଙ୍କ ବିରୁଦ୍ଧରେ ଚାଲୁଥିବା ଯାଞ୍ଚର ପରିଣାମକୁ ସେ ଅପେକ୍ଷା କରିବେ। ସେପଟେ ଇଡି କହିଛି, ହେଲେ ଆଜିର ରେଡ୍ ନୂଆ ଯାଞ୍ଚର ପରିଧି ଅଟେ। ଏ ରେଡ୍ ସହ ମଞ୍ଜୁନାଥଙ୍କ ସହ ଜଡ଼ିତ ପୁରୁଣା ମାମଲାରେ କୌଣସି ସମ୍ପର୍କ ନାହିଁ। ସତୀଶ କର୍ଣ୍ଣାଟକର ପିଡବ୍ଲୁଡି ମନ୍ତ୍ରୀ ଅଛନ୍ତି।
