Dunguripali Firing: ସମିତି ସଭ୍ୟଙ୍କୁ ଗୁଳି କରି ହତ୍ଯା
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ: ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକଙ୍କୁ ଗୁଳି କରି ହତ୍ୟା। କିଏ ଓ କାହିଁକି ମାରିଲା ସେନେଇ ପୋଲିସର ଛାନଭିନ୍ ଜାରି ।
S
By Subhadra DasPublished: Sep 11, 2026, 01:37 PM •1 min read •6 Views
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚୀନାଜୁରୀ-କେବାଡ଼ କେନାଲ ରାସ୍ତାରେ ଗୁଳିକାଣ୍ଡ। ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଆଗଲପୁର ପଞ୍ଚାୟତର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକଙ୍କୁ ଗୁଳି କରି ହତ୍ଯା। ସୂଚନା ଅନୁସାରେ, ଚୀନାଜୁରୀ-କେବାଡ଼ କେନାଲ ରାସ୍ତାରେ ଅଚ୍ୟୁତାନନ୍ଦଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ରେ ସେ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ କିଏ ଏବଂ କେଉଁ କାରଣରୁ ଅଚ୍ୟୁତାନନ୍ଦଙ୍କୁ ଗୁଳି କରି ହତ୍ୟା କରିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ଡୁଙ୍ଗୁରିପାଲି ଥାନା ପୋଲିସ ଓ ବରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଛାନଭିନ୍ କରାଯାଉଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
S
Subhadra DasContent Writer
Comments0
Leave a Reply
Loading comments...
