ସଂସଦରେ ଦାନଚୋରିର ସେଟ୍ ଲଗାଇଲେ ବିରୋଧୀ!
ସଂସଦ ପରିସରରେ ହିଁ ଶ୍ରୀରାମ ଜନ୍ମଭୂମିର ସେଟ୍ ଲଗାଇଦେଲେ ବିରୋଧୀ। ଦାନ ଟଙ୍କା ପାଇବା ପରେ ତୁରନ୍ତ ଦାନପେଟି ଧରି ଦୌଡ଼ିଥିଲେ ପପୁ ଯାଦବ। ଶ୍ରୀରାମ ଜନ୍ମଭୂମିର ପୂଜାରୀ, ଦାନ ଚୋରଙ୍କ ଭୂମିକା ଓ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଓ ଭାବାବେଗ ସହ କେମିତି ଖେଳ ହୋଇଛି, ତାହାର ନିଛକ ଅଭିନୟ କରି ସଂସଦ ପରିସରର ମକରଦ୍ୱାରରେ ବସିଥିଲେ ବିରୋଧୀ।

ପୂଜାରୀ ସାଜିଲେ ସାଂସଦ ପପୁ ଯାଦବ। ଅଓ୍ୱଧେଶ ପ୍ରସାଦ ସାଜିଲେ ଚମ୍ପତ ରାୟ। ଆଉ ଡିମ୍ପଲ ଯାଦବ ଶ୍ରଦ୍ଧାଳୁ। ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲାରେ ସଂସଦ ପରିସରରେ ଏଭଳି ବେଶ ସାଜି ନିଆରା ପ୍ରତିବାଦ କରିଛନ୍ତି ବିରୋଧୀ ଦଳର ସାଂସଦ। ସଂସଦ ପରିସରରେ ହିଁ ଶ୍ରୀରାମ ଜନ୍ମଭୂମିର ସେଟ୍ ଲଗାଇଦେଲେ ବିରୋଧୀ। ଦାନ ଟଙ୍କା ପାଇବା ପରେ ତୁରନ୍ତ ଦାନପେଟି ଧରି ଦୌଡ଼ିଥିଲେ ପପୁ ଯାଦବ। ଶ୍ରୀରାମ ଜନ୍ମଭୂମିର ପୂଜାରୀ, ଦାନ ଚୋରଙ୍କ ଭୂମିକା ଓ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଓ ଭାବାବେଗ ସହ କେମିତି ଖେଳ ହୋଇଛି, ତାହାର ନିଛକ ଅଭିନୟ କରି ସଂସଦ ପରିସରର ମକରଦ୍ୱାରରେ ବସିଥିଲେ ବିରୋଧୀ। ରାହୁଲ ଗାନ୍ଧୀ ବି ଜଣେ ଶ୍ରଦ୍ଧାଳୁ ବେଶରେ ଆସି ଦାନ ଅର୍ଥ ପେଟିରେ ପକାଇଥିଲେ। ରାମମନ୍ଦିର ଦାନ ଚୋରି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି। ଟ୍ରଷ୍ଟର ପଦପଦବୀଧାରୀଙ୍କୁ ହଟାଇ ଦିଆଯାଇଛି। ଦାନ ଟଙ୍କା ଗଣତିରେ ନିୟୋଜିତ ସମସ୍ତ ବ୍ୟକ୍ତିଙ୍କୁ କାମରୁ ହଟାଇ ଦିଆଯାଇଛି। ଏଣିକି ଗଣତି କରିବେ ଏସବିଆଇ ଅଧିକାରୀ। ଦାନଚୋରିକୁ ରୋକିବାକୁ ଅନେକ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ୟୁପି ସରକାର। ଦାନପାତ୍ରରୁ ବାହାରୁଥିବା ପ୍ରତି ଟଙ୍କା, ସୁନାଗହଣାର ରେକର୍ଡ କ୍ୟାମେରାରେ ରହିବ। କେବଳ ସିସିଟିଭି ନୁହେଁ, ବରଂ ଭିଡ଼ିଓଗ୍ରାଫର ବି ପୁରା ପ୍ରକ୍ରିୟାର ରେକର୍ଡିଂ କରିବେ। ଅର୍ଥାତ୍ ଦାନପାତ୍ର ଖୋଲିବାରୁ ନେଇ ଦାନ ଚଢ଼ାଇବା ଯାଏ, ସମସ୍ତ ଗଣତିର ମୁଭମେଣ୍ଟର ଭିଡ଼ିଓ ପ୍ରମାଣ ରହିବ। ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲାରେ ବ୍ୟାନର ଓ ହୋର୍ଡିଂ ଧରି ବିରୋଧୀ ନାରାବାଜି କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ସହ ଖେଳିଛନ୍ତି ମୋଦି ସରକାର। ଶ୍ରଦ୍ଧାଳୁଙ୍କ ଦାନ ଚୋରି କରି ବିଶ୍ୱାସଘାତକ କରିଛନ୍ତି ବୋଲି ଆରୋପ ଲଦିଛନ୍ତି ରାହୁଲ ଗାନ୍ଧୀ। ଏଥିରେ ସ୍ୱଛତା ଆଣିବାକୁ ଦାବି କରିଛନ୍ତି। ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଟ୍ରଷ୍ଟର ସମସ୍ତ ଫାଇନାନ୍ସିଆଲ ରେକର୍ଡକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଏହା କେବଳ ରାଜନୀତି ବି ଧାର୍ମକ ଭାବାବେଗର କଥା ନୁହେଁ। ବରଂ ଉତ୍ତରଦାୟିତ୍ୱ ଓ ଦାନ ଅର୍ଥର ସୁରକ୍ଷାର କଥା ପଡିଛି।
