ବିଶ୍ୱ ମଞ୍ଚରେ ଚମକିଲେ ଢେଙ୍କାନାଳର ବିଭାସିନ୍ଧୁ, ଜିତିଲେ ୩ଟି ପଦକଜିତିଲେ ୩ଟି ପଦକ
ତୁର୍କିର ମର୍ସିନ୍ ସହରରେ ଆୟୋଜିତ ବିଶ୍ୱ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ବିଭାସିନ୍ଧୁ ବାରିକ ଜିତିଲେ ୩ଟି ପଦକ ।
B
By BHAKTILATA BARALPublished: Jun 25, 2026, 11:20 AM •1 min read •9 Views

ଢେଙ୍କାନାଳ: ବିଶ୍ୱ ମଞ୍ଚରେ ଚମକିଲେ ଢେଙ୍କାନାଳର ବିଭାସିନ୍ଧୁ, ଜିତିଲେ ୩ଟି ପଦକ । ତୁର୍କିର ମର୍ସିନ୍ ସହରରେ ଆୟୋଜିତ ବିଶ୍ୱ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ବିଭାସିନ୍ଧୁ ବାରିକ ସଫଳତା ହାସଲ କରିଛନ୍ତି। ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ମୋଟ ୩ଟି ପଦକ ଜିତି ଢେଙ୍କାନାଳ ଜିଲ୍ଲା, ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି ବିଭାସିନ୍ଧୁ । ବିଭାସିନ୍ଧୁଙ୍କ ଏହି ସଫଳତା ପାରା କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ବଡ଼ ଉପଲବ୍ଧି ଭାବେ ବିବେଚିତ ହେଉଛି। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ଯୁବ ଖେଳାଳିମାନଙ୍କ ପାଇଁ ପ୍ରେରଣା ସାଜିଛି। ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ବିଭାସିନ୍ଧୁ ବାରିକଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଳରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଉଛି।
B
BHAKTILATA BARALContent Writer,Naxatra News
Comments0
Leave a Reply
Loading comments...
