Dhenkanal Laxmi Puja:ବାତ୍ୟା ହଟିବା ପରେ ଜମିଲା ଢେଙ୍କାନାଳ ଲକ୍ଷ୍ମୀପୂଜା
ବାତ୍ୟାର ପ୍ରଭାବ ହଟିବା ପରେ ପୁଣି ଚଳଚଞ୍ଚଳ ହୋଇଛି ଢେଙ୍କାନାଳ ସହର। ସନ୍ଧ୍ୟା ହେବା ମାତ୍ରେ ଲକ୍ଷ୍ମୀପୂଜା ମଣ୍ଡପରେ ଜମୁଛି ଭିଡ଼। ପିଲାଠୁ ବୟସ୍କ, ସମସ୍ତେ ପରିବାର ସହ ବୁଲି ଉପଭୋଗ କରୁଛନ୍ତି ପୂଜା ମାହୋଲ।
ଢେଙ୍କାନାଳ:ଢେଙ୍କାନାଳରେ ଜମିଛି ମା' ଲକ୍ଷ୍ମୀଙ୍କ ପୂଜା ମାହୋଲ। ବାତ୍ୟାର ପ୍ରଭାବ ହଟିବା ପରେ ସହରରେ ପୁଣି ଫେରିଛି ଉତ୍ସବର ରଙ୍ଗ। ସନ୍ଧ୍ୟା ହେଉ ହେଉ ବିଭିନ୍ନ ପୂଜା ମଣ୍ଡପ ସମ୍ମୁଖରେ ଜମୁଛି ଦର୍ଶନାର୍ଥୀଙ୍କ ଭିଡ଼। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନରେ ପୂଜା ବୁଲିବାର ଉତ୍ସାହ ଓ ଉତ୍କଣ୍ଠା। ବାତ୍ୟା ଯୋଗୁଁ ପୂଜା ମାହୋଲ କିଛିଟା ପ୍ରଭାବିତ ହୋଇଥିବାବେଳେ ପାଗ ସ୍ୱାଭାବିକ ହେବା ପରେ ଲୋକେ ପରିବାର ସହ ବାହାରକୁ ବାହାରିଛନ୍ତି। ବିଭିନ୍ନ ମଣ୍ଡପରେ ମା' ଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ପୂଜା ବଜାରର ଆନନ୍ଦ ଉଠାଉଛନ୍ତି। ସହରର ରାସ୍ତାଘାଟରେ ମଧ୍ୟ ଦେଖିବାକୁ ମିଳୁଛି ଲୋକଙ୍କ ଗହଳି। ବିଶେଷକରି କାଞ୍ଚନ ବଜାର ପୂଜା ମଣ୍ଡପ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଓ ଭିଡ଼ ବେଶ୍ ଆକର୍ଷଣୀୟ ହୋଇଛି। ପୂଜା ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଉତ୍ସାହ ପ୍ରକାଶ ପାଇଛି। ମା'ଙ୍କ ଦର୍ଶନ ସହ ମେଳା ଓ ବଜାର ବୁଲିବାର ମଜା ନେଉଛନ୍ତି ସହରବାସୀ। ବାତ୍ୟା ପରେ ଏଭଳି ଜନସମାଗମ ଢେଙ୍କାନାଳ ଲକ୍ଷ୍ମୀପୂଜାର ଉତ୍ସବମୁଖର ପରିବେଶକୁ ପୁଣି ଫେରାଇ ଆଣିଛି।

