A Family Shattered by a Deadly Fire:ଆଖି ଖୋଲିବାକୁ ବି ମିଳିଲାନି ସୁଯୋଗ! ନିଆଁ ଛଡ଼ାଇନେଲା ୬ ଜୀବନ
ଗଭୀର ନିଦରେ ଥିବା ବେଳେ ଜଳିଗଲା ୬ ଜୀବନ। ଗୋଟିଏ ଘରରେ ଖେଳିଗଲା ଶୋକର ଛାୟା |

ତିନି ମହଲା ଘର ପାଲଟିଲା ମୃତ୍ୟୁର ଘର | ମଧ୍ୟପ୍ରଦେଶର ସିୱନୀ ଜିଲ୍ଲାର ଛପାରାସ୍ଥିତ ମହାବୀର ୱାର୍ଡର ଜୈନ ମହଲ୍ଲାରେ ଜଣେ ସୁନା ଓ ରୂପା ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ଏହି ଅଗ୍ନିକାଣ୍ଡରେ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି | ଦୁର୍ଘଟଣାରେ ସମୟରେ ଘରରେ ପାଖାପାଖି ୧୦ଲୋକ ଉପସ୍ଥିତ ଥିଲେ | ସୂଚନା ମିଳିବା ପରେ ଘଟଣାସ୍ଥଳରେ ଉଦ୍ଧାରକାଳି ଦଳ ତତ୍ପରତା ଦେଖାଇ ୪ ଜଣଙ୍କୁ ସୁରକ୍ଷିତ ଭାବେ ଘରୁ ବାହାରକୁ ଉଦ୍ଧାର କରିଥିଲେ |
ଶୋଇଥିବା ଲୋକଙ୍କୁ ନିଜକୁ ସମ୍ଭାଳିବାକୁ ମିଳିଲା ନାହିଁ ସୁଯୋଗ
ସୂଚନା ଅନୁସାରେ , ଏହି ଦୁର୍ଘଟଣା ଜୈନ ମହଲ୍ଲାରେ ରହୁଥିବା ପ୍ରତିଷ୍ଠିତ ସର୍ରାଫା ବ୍ୟବସାୟୀ କୁନ୍ଦନ ଲାଲ ସୋନିଙ୍କ ଘରେ ଘଟିଥିଲା | ସକାଳ ପାଖାପାଖି ୪ଟା ସମୟରେ ,ଯେବେ ସମସ୍ତ ପରିବାର ଗଭୀର ନିଦରେ ଶୋଇଥିଲା ,ସେତେବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା | ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା ଏବଂ ସମଗ୍ର ଘର ଧୂଆଁ ଓ ନିଆଁରେ ଭରିଯାଇଥିଲା | ଘଟଣା ସମ୍ପର୍କରେ ଜଣାପଡ଼ିବା ମାତ୍ରେ ଅଞ୍ଚଳରେ ଆତଙ୍କ ଓ ହଇଚଇ ସୃଷ୍ଟି ହୋଇଥିଲା | ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ |
ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କଲେ
ଦୁର୍ଘଟଣାର ସୂଚନା ମିଳିବାପରେ ପୋଲିସ ବାହିନୀ ଓ ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ,ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ SDPO ଅପୂର୍ବ ଭଲାବି ସୂଚନା ଦେଇଛନ୍ତି ,ସର୍ରାଫା ବ୍ୟବସାୟୀଙ୍କ ୩ ମହଲା ବିଶିଷ୍ଟ ଘରେ ଲାଗିଥିବା ନିଆଁକୁ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ଦୀର୍ଘ ସମୟର କଠିନ ପରିଶ୍ରମ ପରେ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଛନ୍ତି | ସେ କହିଛନ୍ତି ଯେ , ବର୍ତ୍ତମାନ ଘରେ ନିଆଁ ଲାଗିଥିବାର ସ୍ପଟ କାରଣ ଜଣାପଡିନାହିଁ | ପୋଲିସ ଶବକୁ ପୋଷ୍ଟମାର୍ଟମ ପାଇଁ ପଠେଇଛନ୍ତି ଓ ମାମଲାର ତଦନ୍ତ ଆରମ୍ଭ କରିଦେଇଛି |
