Cyclone Impact Heavy Rain: ଗୋପାଳପୁରରେ ଲ୍ୟାଣ୍ଡଫଲ- ବଢିବ ନଦୀର ଜଳସ୍ତର
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ନଦୀଗୁଡ଼ିକରେ ବଢ଼ିପାରେ ଜଳସ୍ତର। ବଡ଼ ବନ୍ୟା ଆସିବନି। ବଂଶଧାରା, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ସତର୍କ ରଖାଯାଇଛି। ପୂର୍ବ ଗୋପାଳପୁରରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଅକାଭନ। ଦିନ 12 ଟାରେ ଲ୍ୟାଣ୍ଡଫଲ କରିବ

ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ନଦୀଗୁଡ଼ିକରେ ବଢ଼ିପାରେ ଜଳସ୍ତର, ବିଭିନ୍ନ ନଦୀ ଅବବାହିକା ପାଇଁ ବର୍ଷା ଆକଳନ ଜାରି କଲା ପାଣିପାଗ ବିଭାଗ। ବୈତରଣୀ ନଦୀ ଅବବାହିକାରେ ହାରାହାରି ୨୬ରୁ ୩୭ ମିଲିମିଟର, ବୁଢ଼ାବଳଙ୍ଗରେ ୩୮ରୁ ୫୦ ମିଲିମିଟର ଏବଂ ଲୋୟର ବ୍ରାହ୍ମଣୀ ଅବବାହିକାରେ ୨୬ରୁ ୩୭ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ଲୋୟର ମହାନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର, ନାଗାବଳୀରେ ୫୧ରୁ ୭୫ ମିଲିମିଟର ଏବଂ ଋଷିକୂଲ୍ୟା ନଦୀ ଅବବାହିକାରେ ୭୬ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଅନ୍ୟପଟେ ଶାବରୀ ଓ ସୁବର୍ଣ୍ଣରେଖା ଅବବାହିକାରେ ୨୬ରୁ ୩୭ ମିଲିମିଟର, ଅପର ବ୍ରାହ୍ମଣୀରେ ୧ରୁ ୧୦ ମିଲିମିଟର ଏବଂ ବଂଶଧାରା ଅବବାହିକାରେ ୫୧ରୁ ୭୫ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର ବର୍ଷା ହେବାର ପୂର୍ବାନୁମାନ ରହିଛି। ଅନ୍ୟ ନଦୀ ଅବବାହିକାଗୁଡ଼ିକରେ ୧୧ରୁ ୨୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି। ସେପଟେ ଆଜିଠୁ ସବୁ ଗେଟ୍ ବନ୍ଦ ରହିବ। ସବୁ ଜଳଭଣ୍ଡାରର ଜଳସ୍ତର ୫୦ ପ୍ରତିଶତ କମାଇ ଦିଆଯାଇଛି। ଏବେକାର ସ୍ଥିତିକୁ ଦେଖିଲେ ବଡ଼ ବନ୍ୟା ଆସିବନି। ବଂଶଧାରା, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ସତର୍କ ରଖଯାଇଛି। ଆସନ୍ତାକାଲି ସର୍ବାଧିକ ବର୍ଷାଥିବାରୁ ଜଳସ୍ତର ବଢ଼ିପାରେ। ସମସ୍ତ ଘାଇର ମରାମତି ସରିଛି ବୋଲି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ଆଉ ପୂର୍ବ ଗୋପାଳପୁରରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଅକାଭନ। ଦିନ 12 ଟାରେ ଲ୍ୟାଣ୍ଡଫଲ କରିବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ପବନର ବେଗ 90 ରୁ 100 କିମି ଓ 110 କିମି ଝଟକା ପବନ ହେବ। 19 ଏବଂ 20 ରେ ଗଜପତି, ଗଞ୍ଜାମ ପୁରୀ, କନ୍ଧମାଳ, କେନ୍ଦ୍ରାପଡା ରେଡ ଜୋନରେ ରହିବେ। 21 ରେ ମୟୁରଭଞ୍ଜ, ବାଲେଶ୍ବର ରେଡ ଜୋନରେ ରହିବ। ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ. 20 ଜିଲ୍ଲା 250 ବ୍ଲକ 6109 ସ୍ଥାନରେ ସ୍ଥାନାନ୍ତରିତ କାମ ଚାଲିଛି. 1 ଲକ୍ଷ 5 ହଜାର 304 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି. 9299 ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି. 1024 ଟି କାର୍ଯ୍ୟକ୍ଷମ ହେଲାଣି. 3526 ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଛନ୍ତି. 395 ଉଦ୍ଧାରକାରୀ ଦଳ 60 ଓଡ୍ରାଫ 14 ଏନଡିଆରଏଫ ମୁତୟନ ହୋଇଛନ୍ତି. 941 ଟି ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନକୁ ସରକାରଙ୍କ ଅଧିକ ଫୋକସ. ସେଠାରେ ଲୋକମାନଙ୍କୁ ସୁରକ୍ଷୀତ ଜାଗାକୁ ନିଆଯାଉଛି. ପର୍ଯ୍ୟଟନ ସ୍ଥଳ ଗୁଡିକରେ କଟକଣା ଜାରି ହୋଇଛି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି. ଜିଲ୍ଲା ଗୁଡିକୁ ବରିଷ୍ଠ ଆଇଏଏସ ମାନଙ୍କୁ ପଠାଯାଇଛି. 1 ହଜାର 50 ଏମର୍ଜେନ୍ସି ଏବଂ ରେସପନ୍ସ ଟିମ ପହଂଚି ସାରିଲାଣି ଗ୍ରାଉଣ୍ଡରେ. ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆସିବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ।.
