River Warning: ବାତ୍ୟା ‘ଅକ୍ୱାନ୍’ ପ୍ରଭାବ: ବଢ଼ିପାରେ ନଦୀର ଜଳସ୍ତର, ବିଭିନ୍ନ ଅବବାହିକା ପାଇଁ ବର୍ଷା ଆକଳନ ଜାରି
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ନଦୀ ଅବବାହିକାରେ ବର୍ଷା ଆକଳନ ଜାରି। ଋଷିକୂଲ୍ୟାରେ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, ବଢ଼ିପାରେ ନଦୀ ଜଳସ୍ତର।
ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବଢ଼ିପାରେ ଜଳସ୍ତର। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ବିଭିନ୍ନ ନଦୀ ଅବବାହିକା ପାଇଁ ବର୍ଷା ଆକଳନ ଜାରି କରାଯାଇଛି। ଏଥିରେ ଋଷିକୂଲ୍ୟା ନଦୀ ଅବବାହିକାରେ ସର୍ବାଧିକ ୭୬ରୁ ୧୦୦ ମିଲିମିଟର ବର୍ଷା ହେବାର ଆକଳନ କରାଯାଇଛି। ପୂର୍ବାନୁମାନ ଅନୁଯାୟୀ, ବୈତରଣୀ ନଦୀ ଅବବାହିକାରେ ହାରାହାରି ୨୬ରୁ ୩୭ ମିଲିମିଟର, ବୁଢ଼ାବଳଙ୍ଗରେ ୩୮ରୁ ୫୦ ମିଲିମିଟର ଏବଂ ଲୋୟର ବ୍ରାହ୍ମଣୀ ଅବବାହିକାରେ ୨୬ରୁ ୩୭ ମିଲିମିଟର ବର୍ଷା ହୋଇପାରେ। ସେହିପରି ଲୋୟର ମହାନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର, ନାଗାବଳୀରେ ୫୧ରୁ ୭୫ ମିଲିମିଟର ଏବଂ ଋଷିକୂଲ୍ୟା ଅବବାହିକାରେ ୭୬ରୁ ୧୦୦ ମିଲିମିଟର ବର୍ଷା ଆକଳନ କରାଯାଇଛି। ଅନ୍ୟପଟେ ଶାବରୀ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୨୬ରୁ ୩୭ ମିଲିମିଟର, ଅପର ବ୍ରାହ୍ମଣୀରେ ୧ରୁ ୧୦ ମିଲିମିଟର ଏବଂ ବଂଶଧାରା ଅବବାହିକାରେ ୫୧ରୁ ୭୫ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର ବର୍ଷା ହୋଇପାରେ। ଅନ୍ୟ ନଦୀ ଅବବାହିକାଗୁଡ଼ିକରେ ୧୧ରୁ ୨୫ ମିଲିମିଟର ବର୍ଷା ଆକଳନ କରାଯାଇଛି। ସମ୍ଭାବ୍ୟ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ସ୍ଥିତି ଉପରେ ନଜର ରଖାଯାଉଛି।
