No Foreign Pressure On UPI Charges:ୟୁପିଆଇ ଚାର୍ଜରେ ବିଦେଶୀ ଚାପକୁ ସରକାରଙ୍କ ଖଣ୍ଡନ
ୟୁପିଆଇ ସହ ଜଡ଼ିତ ନିଷ୍ପତ୍ତି ଭାରତ ସରକାର ନିଜ ସ୍ତରରେ କରନ୍ତି। ନୂଆ ଚାର୍ଜ ଲଗାଇବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ଏୟା ଯେ, ଡିଜିଟାଲ ପେମେଣ୍ଟକୁ କେବଳ ଆତ୍ମନିର୍ଭର ଓ ସହଜ କରିବା। ଫୈସଲା ସରକାର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନି। ଅକ୍ଟୋବର ୧୫ରୁ ଲାଗୁ ହେବ ନୂଆ ନିୟମ।

ୟୁପିଆଇ ଚାର୍ଜ ପଛରେ ବିଦେଶୀ ଚାପର ଆରୋପକୁ ଖାରଜ କଲେ ସରକାର। ଏମଡିଆରକୁ ନେଇ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କଲେ। ୟୁପିଆଇ ଟ୍ରାନ୍ସଆକ୍ସନ ଉପରେ ଏମଡିଆର ଲଗାଇବା ପଛରେ ବିଦେଶୀ ଚାପର ଆରୋପ ଲଦିଥିବା ବିରୋଧୀଙ୍କ ଦାବିକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ୟୁପିଆଇ ଟ୍ରାନ୍ସଆକ୍ସନ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଲଗାଇବା ନେଇ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟିକରଣ ଦେଇଛି। ୟୁପିଆଇ ସହ ଜଡ଼ିତ ନିଷ୍ପତ୍ତି ଭାରତ ସରକାର ନିଜ ସ୍ତରରେ କରନ୍ତି। ନୂଆ ଚାର୍ଜ ଲଗାଇବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ଏୟା ଯେ, ଡିଜିଟାଲ ପେମେଣ୍ଟକୁ କେବଳ ଆତ୍ମନିର୍ଭର ଓ ସହଜ କରିବା। ଫୈସଲା ସରକାର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନି। ଅକ୍ଟୋବର ୧୫ରୁ ଲାଗୁ ହେବ ନୂଆ ନିୟମ। ମନ୍ତ୍ରାଳୟ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ସାଧାରଣ ଉପଭୋକ୍ତାଙ୍କ ଲାଗି ୟୁପିଆଇ ନେଣଦେଣ ପୂର୍ବ ଭଳି ଫ୍ରି ରହିବ। ସାଙ୍ଗକୁ ଟଙ୍କା ପଠାଇବା, ଦୋକାନରେ ପେମେଣ୍ଟ କରିବା ବା କ୍ୟୁଆର କୋଡ୍ ସ୍କାନ କରିବାରେ କୌଣସି ଚାର୍ଜ ଲାଗିବନି। ପର୍ସନ -ଟୁ- ପର୍ସନ ବା P2P ରେ ଟଙ୍କା ପଠାଇଲେ କୌଣସି ଚାର୍ଜ ଲାଗିବନି। ଯେତେ ଟଙ୍କା ହେଉ ପଛେ। ୟୁପିଆଇ କ୍ୟୁଆର କୋଡ୍ ଜରିଆରେ ପ୍ରତି ମାସରେ ୧ଲକ୍ଷ ଟଙ୍କା ଯାଏ ବେପାର କରୁଥିବା ବେପାରୀଙ୍କୁ କୌଣସି ଚାର୍ଜ ଲାଗିବନି। ୯୫ ପ୍ରତିଶତରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟ ୨ହଜାର ଟଙ୍କାରୁ କମ୍ ହେଲେ, ସେ ଫ୍ରି ରହିବ। ୨ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ଟ୍ରାନ୍ସଆକ୍ସନ ଉପରେ ବେପାରୀଙ୍କୁ ଏକ ଛୋଟ ଶୁଳ୍କ ୦.୧୪ ପ୍ରତିଶତ ଦେବାକୁ ହେବ। ଯାହା କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ନେଟଓ୍ୱର୍କ ଚାର୍ଜ ତୁଳନାରେ ବହୁତ୍ କମ୍। ଜରୁରୀ ସେବା ଉପରେ ଲାଗିବ ଶୁଳ୍କ। ଯେମିତିକି ରେଲଓ୍ୱେ, ଇନ୍ଧନ, ଟେଲିକମ, ବିଲ୍ ପେମେଣ୍ଟ, ଇନସୁରାନ୍ସ ଲାଗି ୨ହଜାର ଟଙ୍କାରୁ ଅଧିକ ଟ୍ରାନ୍ସଆକ୍ସନ ଉପରେ ୫ ଟଙ୍କାର ଫ୍ଲାଟ୍ ଶୁଳ୍କ ଲାଗିବ। ମ୍ୟୁଚୁଆଲ ଫଣ୍ଡ ଓ ସିକ୍ୟୁରିଟିଜ ପେମେଣ୍ଟ ଉପରେ କେବଳ ୦.୧୦୨ ପ୍ରତିଶତ ଶୁଳ୍କ ଲାଗିବ। ଯାହାର ସର୍ବାଧିକ ସୀମା ୩ଶହ ଟଙ୍କା ହେବ। ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି, ବେପାରୀ ଏମଡିଆରର ଖର୍ଚ୍ଚ ଗ୍ରାହକଙ୍କ ଉପରେ ପକାଇ ପାରିବେନି। ନୂଆ ଫ୍ରେମଓ୍ୱର୍କ ପକ୍କା କରେ ଯେ, ଅଧିକ ଦରର ମର୍ଚ୍ଚାଣ୍ଟ ଟ୍ରାନ୍ସଆକ୍ସନରୁ ମିଳିବାକୁ ଥିବା ସଂଶାଧନର ବ୍ୟବହାର ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବ ଓ ପୁରା ଦେଶରେ ଡିଜିଟାଲ ପେମେଣ୍ଟକୁ ମଝଭୁତ କରିବ।
