UPI Traffic By Foreign Apps: ୟୁପିଆଇ - ଦୁଇ ବିଦେଶୀ ଆପ୍ସ ହାତରେ ୮୦ ପ୍ରତିଶତ ଟ୍ରାଫିକ!
ପ୍ରଥମତଃ ଦେଶରେ ହେଉଥିବା ପ୍ରତି ୧୦ ଡିଜିଟାଲ ରିଟେଲ ପେମେଣ୍ଟରୁ ୮ରୁ ଅଧିକ ଏବେ ଗୋଟିଏ ସିଷ୍ଟମ, ୟୁପିଆଇ ଜରିଆରେ ହେଉଛି। ଦ୍ୱିତୀୟରେ ସିଷ୍ଟମକୁ ଗୋଟିଏ ସଂସ୍ଥା ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା NPCI ପ୍ରସ୍ତୁତ କରେ। ଏହାକୁ ଚଳାଏ ଓ ପରିଚାଳନା ବି କରେ। ତୃତୀୟରେ ଏହି ସିଷ୍ଟମରେ ଦୁଇଟି ଆପ୍ ଫୋନ-ଫେ ଓ ଗୁଗଲ -ପେ ପ୍ରାୟ ୮୦ ପ୍ରତିଶତ ଟ୍ରାଫିକ ସମ୍ଭାଳେ।

ୟୁପିଆଇ ଭାରତର ଡିଜିଟାଲ ଇନଫ୍ରାଷ୍ଟ୍ରକଚର। କିନ୍ତୁ ୮୦ ପ୍ରତିଶତ ଟ୍ରାଫିକ ଦୁଇ ବିଦେଶୀ ଆପ୍ସ ପାଖରେ। ୨୦୨୦ରେ ଏନପିସିଆଇ ୟୁପିଆଇ ମୋଟ୍ ମାସିକ ଟ୍ରାନ୍ସଆକ୍ସନରେ କୌଣସି ଏକ ଥାର୍ଡ-ପାର୍ଟି ଆପ୍ ର ଅଂଶୀଦାର ୩୦ ପ୍ରତିଶତ ଯାଏ ସୀମିତ କରିବାକୁ ସର୍କୁଲାର ଜାରି କରିଥିଲା। ଏହାର ଉଦ୍ଦେଶ୍ୟ, ରିସ୍କକୁ କମ୍ କରିବା ଓ ୟୁପିଆଇ ସିଷ୍ଟମର ସୁରକ୍ଷା କରିବା। ଏହାର ନୂଆ ସମୟସୀମା ଡିସେମ୍ୱର ୩୧,୨୦୨୬ ଯାଏ ଅଛି। ଗଲା କିଛି ବର୍ଷ ହେଲା ଭାରତର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ଦ୍ରୁତ ଗତିରେ ଏଭଳି ଅର୍ଥବ୍ୟବସ୍ଥାକୁ ଡିଜିଟାଲି ମଝଭୁତ କରିବାରେ ଲାଗିଛି। ଯେଉଁଠି ଆଗରୁ ଅଧିକ ନଗଦ ଅର୍ଥର ବ୍ୟବହାର ହେଉଥିଲା। କେବଳ ଚଳିତ ବର୍ଷ ୟୁପିଆଇ ଜରିଆରେ ୨୩.୨ ଅରବ ଟ୍ରାନ୍ସଆକ୍ସନ ହୋଇଛି। ଯାହାର ମୋଟ୍ ମୂଲ୍ୟ ପ୍ରାୟ ୩୦ଲକ୍ଷ କୋଟି ଟଙ୍କା। କିନ୍ତୁ ଏତେ ବଡ଼ସ୍ତରରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ସହ ଦାୟିତ୍ୱ ବି ବଡ଼ ଅଛି। ଆର୍ଥିକ ନିୟମର ଏମିତି ଏକ କଥା, ଯାହା ଏଭଳି ସ୍ଥିତିରେ ପୁରା ଲାଗୁ ହୁଏ। ଭାରତର ପେମେଣ୍ଟ ସିଷ୍ଟମରେ ଏଭଳି ରିସ୍କ ୩ଟି ସ୍ତରରେ ଅଛି। ଏହି ୩ଟି ରିସ୍କ ପରସ୍ପରଠୁ ଉପରେ ଅଛନ୍ତି। ପ୍ରଥମତଃ ଦେଶରେ ହେଉଥିବା ପ୍ରତି ୧୦ ଡିଜିଟାଲ ରିଟେଲ ପେମେଣ୍ଟରୁ ୮ରୁ ଅଧିକ ଏବେ ଗୋଟିଏ ସିଷ୍ଟମ, ୟୁପିଆଇ ଜରିଆରେ ହେଉଛି। ଦ୍ୱିତୀୟରେ ସିଷ୍ଟମକୁ ଗୋଟିଏ ସଂସ୍ଥା ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା NPCI ପ୍ରସ୍ତୁତ କରେ। ଏହାକୁ ଚଳାଏ ଓ ପରିଚାଳନା ବି କରେ। ତୃତୀୟରେ ଏହି ସିଷ୍ଟମରେ ଦୁଇଟି ଆପ୍ ଫୋନ-ଫେ ଓ ଗୁଗଲ -ପେ ପ୍ରାୟ ୮୦ ପ୍ରତିଶତ ଟ୍ରାଫିକ ସମ୍ଭାଳେ। ମେ ୨୦୨୬ରେ ଏହି ଦୁଇଟି ଆପ୍ସ ର ମୋଟ୍ ଅଂଶୀଦାର ୭୯ ପ୍ରତିଶତ ଥିଲା। ଏହା ପ୍ରଥମ ଥର ଥିଲା ଯେତେବେଳେ ଦୁହିଁଙ୍କ ମିଳିତ ଅଂଶୀଦାର ୮୦ ପ୍ରତିଶତ ତଳକୁ ରହିଲା। ନଭେମ୍ୱର ୫, ୨୦୨୦ରେ ଏନପିସିଆଇ ଜାରି କରିଥିବା ସର୍କୁଲାର ଅନୁସାରେ, କୌଣସି ଏକ ଥାର୍ଡପାର୍ଟି ଆପକୁ ୟୁପିଆଇର ମୋଟ୍ ମାସିକ ଟ୍ରାନ୍ସଆକ୍ସନର ୩୦ ପ୍ରତିଶତରୁ ଅଧିକ ଅଂଶର ଅନୁମତି ଦିଆଯାଇନଥିଲା। ସେଥିଲାଗି ଏହି ସୀମାରୁ ଅଧିକ ଅଂଶୀଦାର ରଖୁଥିବା ପୁରୁଣା ଆପ୍ସକୁ ଲାଗୁ କରିବାକୁ ଡିସେମ୍ୱର ୨୦୨୨ ଯାଏ ସମୟ ଦିଆଯାଇଥିଲା। ଏହି ସମୟସୀମାକୁ ଦୁଇ ଥର ବୃଦ୍ଧି କରାଗଲାଣି। ଆଉ ଏବେ ଏହାକୁ ଡିସେମ୍ୱର ୨୦୨୬ ଯାଏ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି। ଏମିତି କାହିଁକି କରାଯାଉଛି। ଯଦି ଦେଖିବା, ଯେବେ ୟୁପିଆଇ କାମ କରିବା ବନ୍ଦ ହୋଇଯାଏ। ଏହାର କାରଣ ଏନପିସିଆଇ କହିଥାଏ। କୌଣସି ବେତନଭୋଗୀ କର୍ମଚାରୀଙ୍କ ଲାଗି ଯଦି ୪ ଘଣ୍ଟା ଯାଏ ୟୁପିଆଇ କାମ ନକରେ, ତାହେଲେ ସେ ଏତେ ବ୍ୟସ୍ତବିବ୍ରତ ହେବନି। କିନ୍ତୁ ଠେଲା ବାଲା କି ଅଟୋ ଡ୍ରାଇଭର ଲାଗି ଏହା ପୁରା ଦିନକର ରୋଜଗାରକୁ କ୍ଷତି ପହଞ୍ଚାଇଥାଏ। କାରଣ ସେମାନଙ୍କ ପାଖରେ କୌଣସି କାର୍ଡ ମେସିନ ନଥାଏ। ଅଲଗା ଆପ୍ ବି ନଥାଏ କି କୌଣସି ଦ୍ୱିତୀୟ ବିକଳ୍ପ ନଥାଏ। ଏହା ପରେ ଧୋକାଦାରିର ମାମଲା କଥା ବି ପଡ଼ିଛି। ଏଥିରେ ହାତଗଣତି ପ୍ଲାଟଫର୍ମ ଉପରେ ଅଧିକ ନିର୍ଭରଶୀଳତା ପୁରା ସିଷ୍ଟମକୁ ଦୁର୍ବଳତା ଆଡ଼କୁ ବଢ଼ାଇଥାଏ। କାରଣ ସଂସଦରେ ସରକାରଙ୍କ ଉତ୍ତର ଅନୁସାରେ, ନଭେମ୍ୱର ୨୦୨୫ ଯାଏ ୟୁପିଆଇ ସହ ଜଡ଼ିତ ୧୦.୬୪ଲକ୍ଷ ଧୋକାଦାରି ଘଟଣା ଘଟିଛି। ଏଥିରେ ୮୦୫ କୋଟି ଟଙ୍କାର କ୍ଷତି ହୋଇଛି। ୫ ବର୍ଷରେ ଡିଜିଟାଲ ପେମେଣ୍ଟ ସହ ଜଡ଼ିତ ୫.୮୬ଲକ୍ଷ ଧୋକାଦାରି ମାମଲା ସାମ୍ନାକୁ ଆସିଛି। ଏଥିରେ ୩,୫୯୦ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି। କଥା ପଡ଼ିଛି। ୟୁପିଆଇ ଏବେ ଦେଶର ଡିଜିଟାଲ ଇନଫ୍ରାଷ୍ଟ୍ରକଚର ହୋଇସାରିଛି। ପ୍ରତି ମାସରେ ୨୩ ଅରବରୁ ଅଧିକ ଟ୍ରାନ୍ସଆକ୍ସନ ପ୍ରୋସେସ ହେଉଛି। ଏତେ ବଡ଼ ଇନଫ୍ରାଷ୍ଟ୍ରକଚରର ଏତେ ବଡ଼ ଅଂଶ ମାତ୍ର କିଛି ଆପ୍ସ ଉପରେ ନିର୍ଭର ରହିବ। ତାହେଲେ ଡାଟାର ବ୍ୟବସ୍ଥା, ସିଷ୍ଟମର ମଝଭୁତି ଓ ଲଗାତାର କାମ କରୁଥିବା ଭଳି ପ୍ଲାଟଫର୍ମ ଉପରେ ଧ୍ୟାନ ବି ଦେବା ଜରୁରୀ। ଭାରତରେ ୟୁପିଆଇ ଏଥିଲାଗି ବି ତିଆରି ହେଲା ଯେ, ବିଦେଶୀ କାର୍ଡ ନେଟଓ୍ୱର୍କ ଉପରେ ନିଜର ନିର୍ଭରଶୀଳତାକୁ ହ୍ରାସ କରିବା। କିନ୍ତୁ ଏବେ ତ ପେମେଣ୍ଟ ଆପ୍ସ ମାମଲାରେ ଏଭଳି ନିର୍ଭରଶୀଳତା ବଢ଼ିଚାଲିଛି। ସଂସଦର ସଞ୍ଚାର ଓ ସୂଚନା ପ୍ରାଦ୍ୟୋଗିକର ସ୍ଥାୟୀ ସମିତି ୨୦୨୩ରେ କହିଥିଲା ଯେ, ଭାରତରେ ବିକଶିତ BHIM UPI ର UPI ଟ୍ରାନ୍ସଆକ୍ସନରେ ଅଂଶୀଦାର ସଂଖ୍ୟାର ପ୍ରତିଶତ ମାତ୍ର ୦.୨୨ ପ୍ରତିଶତ ଥିଲା। ଏହାର ତୁଳନାରେ ଗୁଗଲ-ପେର ଅଂଶୀଦାର ୩୬.୩୯ ପ୍ରତିଶତ ଓ ଫୋନ-ପେର ଅଂଶୀଦାର ଥିଲା ୪୬.୯୧ ପ୍ରତିଶତ। ଗୁଗଲ ଓ ଓ୍ୱାଲମାର୍ଟ ଦୁହେଁ ବିଦେଶୀ କମ୍ପାନୀ। ଆଉ ଏ ଦୁହିଁଙ୍କ ପାଖରେ ଏହି ଦୁଇଟି ଆପ୍ସର ମାଲିକାନାର ହକ୍ ରହିଛି। ସମିତି ପ୍ରସ୍ତାବ ଦେଇଥିଲା ଯେ, ଯଦି ଏଭଳି ଆପ୍ସର ମାଲିକାନାର ହକ୍ ବିଦେଶରେ ରହିବ ଯିଏ ଅନେକ ଦେଶର ନିୟମ ଆଧାରରେ କାମ କରନ୍ତି। ତାହଲେ ନିୟାମକକୁ ଏଭଳି ଆପ୍ସକୁ ଜବାବଦେହୀ କରିବା ଅଧିକ ମୁସ୍କିଲ ହୋଇପଡ଼ିବ। ଫିନଟେକ୍ କ୍ଷେତ୍ରରେ ଭାରତୀୟ କମ୍ପାନୀକୁ ପ୍ରୋତ୍ସାହନ ଦେବାକୁ ସମିତି ସୁପାରିଶ କରିଥିଲା। ହେଲେ ୨ ବର୍ଷରୁ ଅଧିକ ସମୟ ବିତିଗଲା ସତ୍ତ୍ୱେ ଏ କ୍ଷେତ୍ରରେ ସେମିତି କୌଣସି ବିଶେଷ ପରିବର୍ତ୍ତନ ହୋଇନି। କଂଗ୍ରେସ ସାଂସଦ କାର୍ତ୍ତି ପି.ଚିଦାମ୍ୱରମ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଭଳି ଲେଖି ଯୁକ୍ତି ଦର୍ଶାଇଛନ୍ତି।
