Dear PM Ambani:ଅମ୍ୱାନୀଙ୍କୁ ପ୍ରାଇମ୍ ମିନିଷ୍ଟର କହିଲେ ମସ୍କ- ଭାରତର REAL BOSS!
ଭାରତରେ ଷ୍ଟାରଲିଂକର ଏଣ୍ଟ୍ରିକୁ ନେଇ ଜାରି ସାର୍ବଜନୀନ ବିବାଦକୁ ଏଲନ ମସ୍କଙ୍କ ଏହି ମନ୍ତବ୍ୟ ଅଧିକ ତେଜିଦେଇଛି। ଶୁକ୍ରବାର ଆସିଛି ମସ୍କଙ୍କ ଏହି ତାଜା ଟିପ୍ପଣୀ ।ରି ଏହି ସମ୍ୱୋଧନକୁ ସ୍ୱୀକାର କରନ୍ତୁ ଯେ, ଆପଣ ହିଁ ଭାରତର ଅସଲ ବସ୍ ଅଟନ୍ତି। ସେଥିଲାଗି ଏହା ସ୍ୱାଭାବିକ ଯେ, ସାଧାରଣ ଲୋକଙ୍କ ଅଧିକାରକୁ ନିଜର ଏକଚାଟିଆ ମନୋଭାବ ଜରିଆରେ ଆପଣ ଶୋଷଣ ଜାରି ରଖିବାକୁ ଚାହିଁବେ।

ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କୁ ପ୍ରାଇମ୍ ମିନିଷ୍ଟର ଅମ୍ୱାନୀ ବୋଲି କାହିଁକି କହିଲେ ଏଲନ ମସ୍କ। କାହିଁକି ଗୋହି ଖୋଳିଲେ ମସ୍କ। ଅମ୍ୱାନୀ ଏକଛତ୍ରବାଦ ଚଳାଇବାକୁ ପ୍ରୟାସ କରୁଥିବାର ଗମ୍ଭୀର ଆରୋପ ଲଦିଛନ୍ତି ମସ୍କ। ଭାରତରେ ଷ୍ଟାରଲିଂକର ଏଣ୍ଟ୍ରିକୁ ନେଇ ଜାରି ସାର୍ବଜନୀନ ବିବାଦକୁ ଏଲନ ମସ୍କଙ୍କ ଏହି ମନ୍ତବ୍ୟ ଅଧିକ ତେଜିଦେଇଛି। ଶୁକ୍ରବାର ମସ୍କଙ୍କ ଏହି ତାଜା ଟିପ୍ପଣୀ କେନ୍ଦ୍ର ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବୟାନର କିଛି ଘଣ୍ଟା ପରେ ଆସିଥିଲା। ସିନ୍ଧିଆ କହିଥିଲେ, ଭାରତ କୌଣସି କ୍ଷେତ୍ରରେ କାହାକୁ ବି ଏକଚାଟିଆ ଅନୁମତି ଦିଏନା। ଯଦିଓ ଏକ ଖାସ୍ କମ୍ପାନୀକୁ ନେଇ ବିଶେଷ ଚର୍ଚ୍ଚା ହେଉଛି। କିନ୍ତୁ ୩ଟି କମ୍ପାନୀକୁ ସାଟେଲାଇଟ ଟେଲିକମ ସେବା ଲାଇସେନ୍ସ ମିଳିସାରିଛି। ଏ ସବୁ କମ୍ପାନୀ ସୁରକ୍ଷା ସମ୍ୱନ୍ଧୀୟ ଆବଶ୍ୟକତା ଓ ନିର୍ଦ୍ଧାରିତ ମାନକୁ ପୂରଣ କରିବା ପରେ ହିଁ ନିଜର ସେବା ଆରମ୍ଭ କରିପାରିବେ। ତେବେ ଏଭଳି ସମୟରେ ମସ୍କଙ୍କ ଏଭଳି ପୋଷ୍ଟ ଷ୍ଟାରଲିଂକର ସେଟକମ ସେବାକୁ ନେଇ ଜାରି ବିବାଦକୁ ଅଧିକ ତେଜିଦେଇଛି। ନିକଟରେ ଆମେରିକାର ଏହି ଅରବପତି ବ୍ୟବସାୟୀ ଆରୋପ ଲଦିଥିଲେ ଯେ, ଭାରତ ବଜାରରେ ନିଜର ଦବଦବା ବଜାୟ ରଖିବାକୁ ପ୍ରଭାବଶାଳୀ ଉଦ୍ୟୋଗପତି ତାଙ୍କର ସେବା ଆରମ୍ଭ କରିବା ପ୍ରୟାସକୁ ରୋକ୍ ଲଗାଇବାକୁ ଚାହୁଁଛନ୍ତି। ଗୁରୁବାର ବି ଏକ ପୋଷ୍ଟରେ ମସ୍କ ପ୍ରଶ୍ନ କରିଥିଲେ ଯେ, କଅଣ ଅମ୍ୱାନୀ ଭାରତର ଅସଲ ବସ୍ କି। ଆଉ ଶୁକ୍ରବାର ପୋଷ୍ଟରେ ଲେଖିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ ଅମ୍ୱାନୀ। ସେ ବୁଝିବାକୁ ଅସମର୍ଥ। ଦୟାକରି ଏହି ସମ୍ୱୋଧନକୁ ସ୍ୱୀକାର କରନ୍ତୁ ଯେ, ଆପଣ ହିଁ ଭାରତର ଅସଲ ବସ୍ ଅଟନ୍ତି। ସେଥିଲାଗି ଏହା ସ୍ୱାଭାବିକ ଯେ, ସାଧାରଣ ଲୋକଙ୍କ ଅଧିକାରକୁ ନିଜର ଏକଚାଟିଆ ମନୋଭାବ ଜରିଆରେ ଆପଣ ଶୋଷଣ ଜାରି ରଖିବାକୁ ଚାହିଁବେ। କିନ୍ତୁ ତ ପରେ ବି ଆପଣ କଅଣ ଷ୍ଟାରଲିଂକକୁ ଭାରତରେ ସେବା ଯୋଗାଇବାକୁ ସୁଯୋଗ ଦେବାରେ ବିଚାର କରିବେ କି। ଭାରତର ଅନେକ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ। ସେଥିଲାଗି ପିଲାଏ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଛୋଚ ବେପାରୀ ନିଜ ଉତ୍ପାଦ ସାମଗ୍ରୀ ବୈଶ୍ୱିକ ବଜାରରେ ବିକ୍ରି ଲାଗି ଅନୁମତି ପାଉନି। ଷ୍ଟାରଲିଂକକୁ ସୁଯୋଗ ଦେଲେ ସେ ଏମାନଙ୍କ ଜୀବନଶୈଳୀକୁ ଉତ୍କୃଷ୍ଟ କରିପାରନ୍ତା। ଏ ବିବାଦ ଏତିକିବେଳେ ଆସିଛି, ଯେତେବେଳେ ସାଟେଲାଇଟ ଇଣ୍ଟରନେଟ ବଜାରରେ ଭାରତର ପ୍ରତିସ୍ପର୍ଦ୍ଧା ବଢୁଛି। ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ ବି ନିଜ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଲେଣି। ମାର୍ଚ୍ଚ ୨୦୨୫ରେ ଏ ଦୁଇ କମ୍ପାନୀ ଭାରତରେ ଷ୍ଟାରଲିଂକ ଉପକରଣ ଓ ସେବାର ବିତରଣ ଲାଗି ସ୍ପେଶଏକ୍ସ ସହ ସରକାରୀ ଅନୁମତି ଅଧୀନରେ ହୋଇଥିବା ବୁଝାମଣାରେ ସ୍ୱାକ୍ଷର କରିଛନ୍ତି। ମସ୍କଙ୍କ ଆରୋପରେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ, ଭାରତ କୌଣସି ପ୍ରକାର ଭେଦଭାବକୁ ପ୍ରଶ୍ରୟ ଦିଏନା। ତାହେଲେ ଭାରତରେ କାହିଁକି ଷ୍ଟାରଲିଂକ ଏଣ୍ଟ୍ରିରେ ବିଳମ୍ୱ ହେଉଛି କି ମସ୍କ ପ୍ରଶ୍ନ କରିଛନ୍ତି ଯେ, ଷ୍ଟାରଲିଂକ ପୂର୍ବରୁ ୧୬୫ର ଅଧିକ ଦେଶରେ ଲାଇସେନ୍ସ ହାସଲ କରିଛି। ଭାରତ ସରକାରଙ୍କ ଆଇନ ଓ ଆବଶ୍ୟକତାକୁ ଅନୁପାଳନ କରିବାରେ ୫ ବର୍ଷ ବିତାଇସାରିଲାଣି ଷ୍ଟାରଲିଂକ। ତା ସତ୍ତ୍ୱେ ବି କାହିଁକି ମିଳୁନି ଲାଇସେନ୍ସ। ତାହେଲେ କଅଣ ସତରେ ଅମ୍ୱାନୀ ହିଁ ଭାରତର ଅସଲ ବସ୍ କହି ଛିଗୁଲେଇଛନ୍ତି। ଷ୍ଟାରଲିଂକ ୨୦୨୧ରୁ ଭାରତରେ ପ୍ରବେଶ ଲାଗି ଚେଷ୍ଟା ଚଳାଇଛି। ଯଦିଓ ମହତ୍ତ୍ୱପୂର୍ଣ୍ଣ ଲାଇସେନ୍ସ ହାସଲ କରିଛି। କିନ୍ତୁ ବ୍ୟବସାୟିକ ସେବା ଆରମ୍ଭ କରିବା ଆଗରୁ ଅନ୍ତିମ ସୁରକ୍ଷା ଅନୁମତି ଓ ସ୍ପେକଟ୍ରମ ଆବଣ୍ଟନର ଆବଶ୍ୟକତା ଅଛି। ତେବେ କଥା ପଡ଼ିଛି। ଏମିତି ଟକ୍କର କାହିଁକି ନେଉଛନ୍ତି ମସ୍କ। ବୁଧବାର ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏକାଠି ହୋଇଥିଲେ ଷ୍ଟାରଲିଂକ, ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲର ବରିଷ୍ଠ ଅଧିକାରୀ। ଯେଉଁଠି କମ୍ପାନୀମାନେ ସାଟେଲାଇଟ ଇଣ୍ଟରନେଟ ସେବା ଲାଗି ନିଜ ନିଜ ଯୋଜନା ବାବଦରେ ଚର୍ଚ୍ଚା କରିଥିଲେ। ଭାରତରେ ଷ୍ଟାରଲିଂକର ଏଣ୍ଟ୍ରିରେ ସୁରକ୍ଷାକୁ ନେଇ ପ୍ରମୁଖ ଚିନ୍ତା ରହିଛି। ୨୦୨୪ରେ ଭାରତର ଅଧିକାରୀ କହିଥିଲେ ଯେ, ସୁଦୂର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମାଦକ ପଦାର୍ଥର ତସ୍କରୀର ଯାଞ୍ଚ ଓ ପୂର୍ବୋତ୍ତର ରାଜ୍ୟ ମଣିପୁରରେ ସେନାର ଏକ ଅଭିଯାନ ବେଳେ ଷ୍ଟାରଲିଂକର ଉପକରଣ ଜବତ କରାଯାଇଥିଲା। ସେତେବେଳେ ମସ୍କ କହିଥିଲେ, ଷ୍ଟାରଲିଂକର ସେବା ଭାରତରେ କେବେ ବି ସକ୍ରିୟ ନଥିଲା। ଆଉ ତର୍କ ଦେଇଥିଲେ କି, ଅଧିକାରୀଙ୍କ ଦ୍ୱାରା ଜବତ ଉପକରଣ ତାଙ୍କର ଉପଗ୍ରହ ନେଟଓ୍ୱର୍କର ଉପଯୋଗ କରିନଥିବେ।
