SpiceJet In Severe Financial Crisis:ସପ୍ତାହକ ଭିତରେ ବନ୍ଦ ହେବ ସ୍ପାଇସଜେଟ୍!
କମ୍ପାନୀର ଆର୍ଥିକ ସ୍ଥିତି ସୁଧାରିବା ଏବଂ ବିମାନ ସେବାକୁ ପୁନଃ ସ୍ୱାଭାବିକ କରିବା ପାଇଁ ବୋର୍ଡ ୫,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ସଂଗ୍ରହ କରିବାକୁ ଅନୁମୋଦନ ଦେଇଛି। ସ୍ପାଇସଜେଟ୍ର ବର୍ତ୍ତମାନର ସଙ୍କଟର ପ୍ରମୁଖ କାରଣ ହେଉଛି ଆର୍ଥିକ ସମସ୍ୟା ଓ ବିମାନ ଉପଲବ୍ଧତାର ଅଭାବ। କମ୍ପାନୀ ପାଖରେ ଅର୍ଥର ଅଭାବ ଥିବାରୁ ଅନେକ ବିମାନ ଗ୍ରାଉଣ୍ଡରେ ରହିଛି। ବିମାନ ଲିଜ୍ରେ ନେଇଥିବା କମ୍ପାନୀଗୁଡ଼ିକୁ ଦେୟ ଦେବାରେ ବିଳମ୍ବ ହୋଇଛି।

ସ୍ପାଇସଜେଟ୍ର ଅଧାରୁ ଅଧିକ ବିମାନ ବାତିଲ୍, ଆର୍ଥିକ ସଙ୍କଟରେ ଏବେ ଏୟାରଲାଇନ୍। ଦୈନିକ ୫୦%ରୁ ଅଧିକ ଫ୍ଲାଇଟ୍ ବାତିଲ୍ ହେଉଛି। ୫,୫୦୦ କୋଟି ଉଠାଇବାକୁ ବୋର୍ଡ ନେଲା ନିଷ୍ପତ୍ତି। ଭାରତର ବଜେଟ୍ ଏୟାରଲାଇନ୍
ସ୍ପାଇସଜେଟ୍ରେ ବଡ଼ ଆର୍ଥିକ ଓ ପରିଚାଳନା ସଙ୍କଟ ଦେଖାଦେଇଛି।ଏୟାରଲାଇନ୍ର ଅନେକ ବିମାନ ଉଡ଼ାଣ କରିପାରୁନଥିବାରୁ ଦୈନିକ
ନିର୍ଦ୍ଧାରିତ ଫ୍ଲାଇଟ୍ର ଅଧାରୁ ଅଧିକ ବାତିଲ୍ ହେଉଥିବା ଖବର ଆସିଛି।
ଏହା ଫଳରେ ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି।
ଏପଟେ କମ୍ପାନୀର ଆର୍ଥିକ ସ୍ଥିତି ସୁଧାରିବା ଏବଂ ବିମାନ ସେବାକୁ ପୁନଃ ସ୍ୱାଭାବିକ କରିବା ପାଇଁ ବୋର୍ଡ ୫,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ସଂଗ୍ରହ କରିବାକୁ ଅନୁମୋଦନ ଦେଇଛି। ସ୍ପାଇସଜେଟ୍ର ବର୍ତ୍ତମାନର ସଙ୍କଟର ପ୍ରମୁଖ କାରଣ ହେଉଛି ଆର୍ଥିକ ସମସ୍ୟା ଓ ବିମାନ ଉପଲବ୍ଧତାର ଅଭାବ। କମ୍ପାନୀ ପାଖରେ ଅର୍ଥର ଅଭାବ ଥିବାରୁ ଅନେକ ବିମାନ ଗ୍ରାଉଣ୍ଡରେ ରହିଛି। ବିମାନ ଲିଜ୍ରେ ନେଇଥିବା କମ୍ପାନୀଗୁଡ଼ିକୁ ଦେୟ ଦେବାରେ ବିଳମ୍ବ ହୋଇଛି। ଅନେକ ବିମାନ ଲିଜ୍ରେ ନେଇଥିଲେ ମଧ୍ୟ ସେଗୁଡ଼ିକ ଚଳାଚଳ କରୁନାହିଁ।ଇନ୍ଧନ, ରକ୍ଷଣାବେକ୍ଷଣ, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଓ ଅନ୍ୟାନ୍ୟ ଅପରେସନାଲ୍ ଖର୍ଚ୍ଚ ମଧ୍ୟ ଚାପ ସୃଷ୍ଟି କରିଛି। ନିର୍ଦ୍ଧାରିତ ଶୀତକାଳୀନ ସୂଚୀରେ DGCAପ୍ରାୟ ୬୬ଟି ଦୈନିକ ଫ୍ଲାଇଟ୍କୁ ଅନୁମୋଦନ କରିଥିଲା। କିନ୍ତୁ ବାସ୍ତବରେ ସ୍ପାଇସଜେଟ୍ ଏହାଠାରୁ ଅନେକ କମ୍ ଫ୍ଲାଇଟ୍ ଚଳାଉଥିବା ଜଣାପଡିଛି।ନଭେମ୍ବର ୧୭ ଓ ୧୮ରେ ମୁମ୍ବାଇ ବିମାନବନ୍ଦରରେ
ସ୍ପାଇସଜେଟ୍ ଯାତ୍ରୀଙ୍କୁ ନେଇ ବଡ଼ ସମସ୍ୟା ଦେଖାଦେଇଥିଲା। ସୋମବାର ମୁମ୍ବାଇ Terminal 1ରୁ ସ୍ପାଇସଜେଟ୍ର କୌଣସି ଫ୍ଲାଇଟ୍ ଉଡ଼ାଣ ଭରିନଥିବା ରିପୋର୍ଟ ହୋଇଥିଲା। ଅନେକ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ଫ୍ଲାଇଟ୍ ବାତିଲ୍ ଓ ବିଳମ୍ବର ସମ୍ମୁଖୀନ ହୋଇଥିଲେ। ମଙ୍ଗଳବାର ରାତିରେ କିଛି ଯାତ୍ରୀ ପ୍ରାୟ ୯ ଘଣ୍ଟା ଧରି ଅପେକ୍ଷା କରିଥିବା ଖବର ଆସିଥିଲା।ଯାତ୍ରୀମାନେ ଏୟାରଲାଇନ୍ର କାଉଣ୍ଟରରେ ଅସନ୍ତୋଷ ପ୍ରକାଶ କରି ହଙ୍ଗାମା କରିଥିଲେ। ମୁମ୍ବାଇ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କୁ ଫ୍ଲାଇଟ୍ ଷ୍ଟାଟସ୍ ଯାଞ୍ଚ କରି ବିମାନବନ୍ଦରକୁ ଆସିବାକୁ
ପରାମର୍ଶ ଦିଆଯାଇଥିଲା। ସ୍ପାଇସଜେଟ୍ର ଦୁବାଇ ସେବା ମଧ୍ୟ ଦେୟ ପ୍ରସଙ୍ଗକୁ ନେଇ ପ୍ରଭାବିତ ହୋଇଥିଲା।ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ DNATA
ଦେୟ ବକେୟା ଥିବାରୁ ନଭେମ୍ବର ୧୨ରେ ଚେକ୍-ଇନ୍ ସେବା ସ୍ଥଗିତ କରିଥିଲା। ସ୍ପାଇସଜେଟ୍ DNATAକୁ ୧୪ ନିୟୁତ UAE ଦିରହାମ୍ରୁ ଅଧିକ ଦେୟ ଦେବାକୁ ଥିଲା। ଏହା ଫଳରେ ଦୁବାଇରୁ ଚାରିଟି ଫ୍ଲାଇଟ୍ ବାତିଲ୍ ହୋଇଥିଲା।ଚେକ୍-ଇନ୍
ସେବା ସ୍ଥଗିତ ହେବାର ପ୍ରଭାବ ନଭେମ୍ବର ୧୨ ଯାଏ ରହିଥିଲା। ସ୍ପାଇସଜେଟ୍ର ଫ୍ଲାଇଟ୍ ସୂଚୀ ଅନୁସାରେ ସେବା ଚଳାଇବାରେ ବିଫଳତା ନେଇ ଏୟାରଲାଇନ୍କୁ Show-cause notice ଦେଇଛି DGCA । DGCA ଏୟାରଲାଇନ୍ର ଫ୍ଲାଇଟ୍ ସୂଚୀ, ବିମାନ ଉପଲବ୍ଧତା, କର୍ମଚାରୀ ଓ ଅପରେସନାଲ୍ କ୍ଷମତା ଆଧାରରେ ଅନୁମୋଦନ ଦେଇଥାଏ। କିନ୍ତୁ ଅନୁମୋଦିତ ଫ୍ଲାଇଟ୍ ସୂଚୀ ଅନୁସାରେ ସେବା ଚଳାଇବାରେ ସମସ୍ୟା ଥିବା ସତ୍ତ୍ୱେ ଟିକେଟ୍ ବୁକିଂ ଜାରି ରହିଥିବାରୁ ନିୟାମକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। DGCA ଏୟାରଲାଇନ୍ରୁ ଉତ୍ତର ମାଗିଛି ଏବଂ
ଆଗକୁ କ'ଣ ପଦକ୍ଷେପ ନିଆଯିବ ସେଥିପାଇଁ ସରକାରୀ ସ୍ତରରେ ବିଚାର ଚାଲିଛି।
କମ୍ପାନୀର ବୋର୍ଡ ₹୫,୫୦୦ କୋଟି ପର୍ଯ୍ୟନ୍ତ ପୁଞ୍ଜି ସଂଗ୍ରହ କରିବାକୁ ଅନୁମୋଦନ ଦେଇଛି। ନଭେମ୍ବର ୧୮ରେ ବୋର୍ଡର ନିଷ୍ପତ୍ତି ଅନୁସାରେ, କମ୍ପାନୀ ଇକ୍ୱିଟି ଓ ଅନ୍ୟ ଅନୁମୋଦିତ ଆର୍ଥିକ ଉପାୟ ମାଧ୍ୟମରେ ପୁଞ୍ଜି ସଂଗ୍ରହ କରିପାରିବ। ଆର୍ଥିକ ସଙ୍କଟ ଦୂର କରିବା, ବକେୟା ଦେୟ ପରିଚାଳନା କରିବା, ବିମାନ ସେବା ପୁନଃ ସ୍ୱାଭାବିକ କରିବା, ବିମାନ ସଂଖ୍ୟା ବୃଦ୍ଧି ଓ ରୁଟ୍ ବିସ୍ତାର କରିବା ଓ କମ୍ପାନୀର Balance sheet ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ସ୍ପାଇସଜେଟ୍। ବିଭିନ୍ନ ରିପୋର୍ଟ ଅନୁସାରେ, ଏୟାରଲାଇନ୍ର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ ନୂଆ ପୁଞ୍ଜି ନ ମିଳିଲେ ଅପରେସନ୍ ଜାରି ରଖିବା କଷ୍ଟକର ହୋଇପାରେ। ଯଦି ଏକ ସପ୍ତାହ ମଧ୍ୟରେ ନୂଆ ପୁଞ୍ଜି ଆସିନଥାଏ, ତେବେ କମ୍ପାନୀର ବ୍ୟବସାୟ ଚଳାଇବା ଅସମ୍ଭବ ହୋଇପାରେ।
Yes Bank ସ୍ପାଇସଜେଟ୍କୁ ₹୩୫୦ କୋଟିର Emergency Credit Line Guarantee Scheme (ECLGS)ଋଣ ଦେବାକୁ ଅନୁମତି ଦେଇନଥିଲା। ଏହାର କାରଣ ଭାବେ କମ୍ପାନୀର ପୂର୍ବ ଋଣ ଅନିୟମିତତା ଓ ଡିଫଲ୍ଟ ସମ୍ପର୍କିତ ଚିନ୍ତା ଉଲ୍ଲେଖ କରାଯାଇଛି। ଏହି ଋଣ ନମିଳିବା ଫଳରେ ସ୍ପାଇସଜେଟ୍ର ଆର୍ଥିକ ଚାପ ଆହୁରି ବଢ଼ିଛି। ମୋଲଡୋଭାର ଏୟାରଲାଇନ୍ FlyOne ସ୍ପାଇସଜେଟ୍କୁ ଲିଜ୍ରେ ଦେଇଥିବା ୩ଟି Airbus A321 ବିମାନର ଚୁକ୍ତି ବକେୟା ଦେୟ ପ୍ରସଙ୍ଗରେ ଶେଷ କରିଛି। ଏହା ଫଳରେ ସ୍ପାଇସଜେଟ୍ର ବିମାନ ଉପଲବ୍ଧତା ଓ ଫ୍ଲାଇଟ୍ ସୂଚୀ
ପରିଚାଳନା ଉପରେ ଅଧିକ ଚାପ ପଡ଼ିଛି। ଏହି ସଙ୍କଟରେ ସାଧାରଣ ଯାତ୍ରୀ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ହଠାତ୍ ଫ୍ଲାଇଟ୍ ବାତିଲ୍,ବିମାନବନ୍ଦରରେ ଦୀର୍ଘ ସମୟ ଅପେକ୍ଷା, ଅନ୍ୟ ବିମାନର ଟିକେଟ୍ କିଣିବା ପାଇଁ ଅଧିକ ଖର୍ଚ୍ଚ ସହ ହୋଟେଲ୍ ଓ ଅନ୍ୟ ଯାତ୍ରା ସମ୍ପର୍କିତ ଖର୍ଚ୍ଚ, Refund ପାଇବାରେ ବିଳମ୍ବ ହେବାର ଆଶଙ୍କା।ସ୍ପାଇସଜେଟ୍ର ଭବିଷ୍ୟତ ବର୍ତ୍ତମାନ ନୂଆ ପୁଞ୍ଜି ସଂଗ୍ରହ, ବକେୟା ଦେୟ
ପରିଚାଳନା, ବିମାନ ଫ୍ଲିଟ୍ ପୁନଃ ସକ୍ରିୟ କରିବା ଏବଂ DGCAର ନିୟାମକ ପଦକ୍ଷେପ ଉପରେ ନିର୍ଭର କରୁଛି। ୫,୫୦୦ କୋଟିର ପୁଞ୍ଜି ସଂଗ୍ରହ ଯୋଜନା ସଫଳ ହେଲେ କମ୍ପାନୀର ଅପରେସନ୍ ସୁଧାରିବାର ସୁଯୋଗ ରହିଛି। କିନ୍ତୁ ଏହା କେବେ ଏବଂ କେତେ ପୁଞ୍ଜି ସଂଗ୍ରହ କରିପାରିବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ।
