DA Hike: ଦୀପାବଳି ପୂର୍ବରୁ ଖୁସି ଖବର। 3 ପ୍ରତିଶତ ବଢିଲା କେନ୍ଦ୍ରୀୟ କମର୍ଚାରୀଙ୍କ ଡିଏ
କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ DA ଓ DR ୩% ବୃଦ୍ଧି। ସପ୍ତମ ବେତନ ଆୟୋଗ ଅଧୀନରେ DA ୬୩% ହେଲା। ୧ ଜୁଲାଇ ୨୦୨୬ରୁ ଲାଗୁ ହେବ ନୂଆ ହାର।

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଖୁସି ଖବର। କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ଡିଏ ବଢିଲା 3 ପ୍ରତିଶତ। କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR)ରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ୩% ବୃଦ୍ଧି ପରେ ୬୩% ହେଲା ମହଙ୍ଗା ଭତ୍ତା। ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦%ରୁ ବୃଦ୍ଧି ପାଇ ୬୩% ହୋଇଥିବା ଜଣାପଡିଛି। ଏହି ବର୍ଦ୍ଧିତ ହାର ୧ ଜୁଲାଇ ୨୦୨୬ରୁ ଲାଗୁ ହେବ । ଏହା ସହିତ ଷଷ୍ଠ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ DA ୨୬୨%ରୁ ବୃଦ୍ଧି ପାଇ ୨୬୯% ଏବଂ ପଞ୍ଚମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ DA ୪୮୩%ରୁ ବୃଦ୍ଧି ପାଇ ୪୯୭% ହୋଇଛି। କ୍ୟାବିନେଟ୍ ବୈଠକରେ ମୋଟ ୨୯,୨୬୭ କୋଟି ଟଙ୍କାର ବିକାଶ ଓ କଲ୍ୟାଣମୂଳକ ପ୍ୟାକେଜ୍କୁ ମଞ୍ଜୁରି ଦିଆଯାଇଛି। ଏହି ନିଷ୍ପତ୍ତି ଫଳରେ କର୍ମଚାରୀଙ୍କ ଦରମା ଏବଂ ପେନ୍ସନ୍ଭୋଗୀଙ୍କ ପେନ୍ସନ୍ରେ ବୃଦ୍ଧି ହେବ। ଏହି DA ବୃଦ୍ଧି ପାଇଁ ସରକାରଙ୍କୁ ପ୍ରାୟ ୧୦,୦୧୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ୱାରା ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷରୁ ଅଧିକ ପେନ୍ସନ୍ଭୋଗୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି। ୧ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ।
