Celina Jaitley Crying: ପୁଅର କବର ପାଖରେ କାନ୍ଦିଲେ ଅଭିନେତ୍ରୀ..
ତାଙ୍କର ଶେଷ ସମୟ ଆସିଲେ, ଭାରତରେ ହିଁ ତାଙ୍କର ଅନ୍ତିମସଂସ୍କାର କରାଯାଉ। ଆଉ ତାଙ୍କ ଅସ୍ଥି ଅଷ୍ଟ୍ରିଆରେ ତାଙ୍କ ପୁଅ ସମଶେର ସହ ରଖାଯାଉ। ଜଣେ ମାଆର ଏହାଠୁ ଅଧିକ ବଡ଼ ଇଛା ଆଉ କଅଣ ହୋଇପାରେ।

ପୁଅର କବରରେ କାନ୍ଦିଲେ ସେଲିନା ଜେଟଲି। କହିଲେ, ମାଆର ସ୍ନେହ କେମିତି ବୁଝାଇବି କୋର୍ଟକୁ। ପୁଅ ସମଶେରର ଜନ୍ମଦିନରେ ତାଙ୍କ କବର ପାଖରେ ଭାବୁକ ହୋଇ ଏଭଳି ବାଗରେ ସ୍ମରଣ କରିଛନ୍ତି ସେଲିନା। ମନରେ ଥିବା କୋହ, ମାଆର ମାତୃତ୍ୱ ଓ ପରିବାର ସହ ଜଡ଼ିତ ସମସ୍ୟାକୁ ସେୟାର କରିଛନ୍ତି ସେଲିନା। ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି ନିଜ ଦିବଂଗତ ପୁଅର ଜନ୍ମଦିନରେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି। ଏ ଭିଡ଼ିଓ ଦେଖି ତାଙ୍କ ଫ୍ୟାନ୍ସ ବେଶ୍ ଭାବୁକ ହୋଇପଡ଼ିଛନ୍ତି। କବରରେ ଫୁଲ ରଖି ନିଜ ଲୁହକୁ ସମ୍ୱରଣ କରିପାରିନାହାନ୍ତି ସେଲିନା। ପୁଅକୁ ହରାଇବାର କଷ୍ଟ ତାଙ୍କ ଚେହେରା ଓ ଆଖିରେ ସ୍ପଷ୍ଟ ବାରିହୋଇପଡ଼ୁଥିଲା। ସେଲିନା ଏ ଭିଡ଼ିଓ ସହ ବେଶ୍ ଭାବବିହ୍ୱଳ ନୋଟ୍ ବି ଲେଖି ସେୟାର କରିଛନ୍ତି। ପୁଅ ବିନା ତାଙ୍କ ଜୀବନରେ କେମିତି ଶୂନ୍ୟତା ଭରିଯାଇଛି, ସେ କଥାର ଅବତାରଣା କରିଛନ୍ତି। ଏମିତିରେ ଏବେ ସେ ବେଶ୍ ସଂଘର୍ଷ ଓ ସମସ୍ୟାରେ ଜୀବନ କାଟୁଛନ୍ତି। ସେଲିନା ନିଜ ପୋଷ୍ଟର ଆରମ୍ଭରେ ହାସଟ୍ୟାଗ୍ #HappyBirthdayInHeaven ସହ କରିଛନ୍ତି। ସେ ତାଙ୍କର ଶେଷ ଇଛା ଜାହିର କରିଛନ୍ତି। ତାଙ୍କର ଶେଷ ସମୟ ଆସିଲେ, ଭାରତରେ ହିଁ ତାଙ୍କର ଅନ୍ତିମସଂସ୍କାର କରାଯାଉ। ଆଉ ତାଙ୍କ ଅସ୍ଥି ଅଷ୍ଟ୍ରିଆରେ ତାଙ୍କ ପୁଅ ସମଶେର ସହ ରଖାଯାଉ। ଜଣେ ମାଆର ଏହାଠୁ ଅଧିକ ବଡ଼ ଇଛା ଆଉ କଅଣ ହୋଇପାରେ। କାରଣ ସେ ତାଙ୍କ ପୁଅ ସହ ରହିବେ। ଯାହାକୁ ସେ ଅଧିକ ସମୟ ଧରି ନିଜ ବାହୁରେ ରଖିପାରିଲେନି। ସେଲିନା କହିଛନ୍ତି, ସେ ଯେତେବେଳେ ଏପ୍ରିଲରେ ଅଷ୍ଟ୍ରିୟା ଯାଇଥିଲେ, ସେତେବେଳେ ଏ ଭିଡ଼ିଓ ରେକର୍ଡ କରିଥିଲେ। ତାଙ୍କୁ ଜଣାନଥିଲା ଯେ, ଆଉ କେବେ ସେ ନିଜ ପୁଅର କବର ପାଖକୁ ଯାଇପାରିବେ କି ନାହିଁ। ସେଥିଲାଗି ସେ ମୂହୂର୍ତ୍ତକୁ ସେ କ୍ୟାମେରାରେ କଏଦ କରିଥିଲେ। ଏଥିଲାଗି ଯେ, ଯେବେ ବି ତାଙ୍କୁ ପୁଅ ସମଶେରଠୁ ଦୂର ହେବେ, ଏ ସ୍ମରଣର ଫୁଟେଜକୁ ମନେ ପକାଇବେ। ଏପ୍ରିଲରେ ଅଷ୍ଟ୍ରିୟା ଗସ୍ତ ବେଳେ ସେ ନିଜର ଆଉ ଏକ ପୁଅକୁ ଭେଟିପାରିଲେନି। ଏ ସ୍ଥିତି ତାଙ୍କୁ ଭିତରେ ଭିତରେ ଭାଙ୍ଗିସାରିଲାଣି। ତଥାପି ସେ ମଝଭୁତିର ସହ ଛିଡ଼ା ହେବେ। ନିଜ ପିଲାଙ୍କ ଲାଗି ଜିଇଁବେ। ସେଲିନା ନିଜ ୪ ସନ୍ତାନଙ୍କୁ ସ୍ମରଣ କରି କହିଛନ୍ତି ଯେ, ସେ ନିଜ ପିଲାଙ୍କୁ ସବୁବେଳେ ହୃଦୟରେ ରଖି ଚାଲିଛନ୍ତି। ସମଶେରର ଜାଆଁଳା ଭାଇ ଅର୍ଥୁର ଆଖିରେ ବି ସେ ନିଜ ଭାଇ ଲାଗି ଛଟପଟର ଅନୁଭବ କରିଛନ୍ତି। ପରିବାର ସହ ଚାଲିଥିବା ଆଇନଗତ ଲଢ଼େଇର ଅନିଶ୍ଚିତତାର କଥା ବି କହିଛନ୍ତି ସେଲିନା। ସ୍ୱାମୀଙ୍କ ସହ ସେଲିନାଙ୍କ ଛାଡ଼ପତ୍ର କେସ୍ ଚାଲିଛି। ପିଲାମାନେ ବାପା ପାଖରେ ଥିବାରୁ ସେ ସେମାନଙ୍କୁ ଭେଟିପାରୁନାହାନ୍ତି। କାରଣ ପିଲାଙ୍କୁ ଭେଟିବାକୁ ଅଦାଲତ ଅନୁମତି ଦେଇନାହାନ୍ତି। ଏହା ବ୍ୟତୀତ ତାଙ୍କ ଭାଇ ବି ବିଦେଶୀ ଜେଲରେ ଅଛନ୍ତି। ଭାଇକୁ ରିଲିଜ ଲାଗି ସେ ସମୟ ସମୟରେ ସରକାରଙ୍କୁ ଗୁହାରି ବି କରୁଛନ୍ତି। ସେଲିନାଙ୍କ ଭାଇ ଏକ୍ସ-ଆର୍ମି ଅଫିସର। ସେଲିନା ଦୀର୍ଘ ବର୍ଷ ପରେ ବଲିଉଡ ଫିଲ୍ମରେ କମବ୍ୟାକ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ଅଷ୍ଟ୍ରେଲିଆରେ ସେଟଲ ହୋଇଯାଇଥିଲେ। ସେଲିନା ଖୁବ ଶୀଘ୍ର ଫିଲ୍ମ ସିଷ୍ଟର ନିବେଦିତାରେ ନଜରକୁ ଆସିବେ।
