Brahmapur road: ବ୍ରହ୍ମପୁର ରାସ୍ତା ପାଲଟିଛି ମରଣଯନ୍ତା : ପ୍ରଶାସନର ନଜର ନାହିଁ
ସମସ୍ୟା ଭିତରେ ରେଶମ ସହର ଵ୍ରହ୍ମପୁରର ରାସ୍ତା ଘାଟ | ସହର ର ବିଭିନ୍ନ ମୁଖ୍ୟ ରାସ୍ତା ଖାଲ ଖମା ଭିତରେ ପଡିରହିଥିବାବେଳେ, ତୁରନ୍ତ ମରାମତି ପାଇଁ ପ୍ରଶାସନ କୁ ଦାବି |ସେପଟେ ରାଷ୍ଟ୍ରପତି ଗସ୍ତ ସମୟରେ କରିଥିବା ରାସ୍ତା ଏକ ମାଧ୍ୟରେ ବଡ ବଡ ଗର୍ତ ହୋଇ ଲୋକଙ୍କ ଯାତାୟାତ ରେ ସମସ୍ୟା ଉପୁଜୁଥୁବାବେଳେ, ପୋଷ୍ଟର ଲଗାଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ସହର ବାସିନ୍ଦା |

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରର ମୁଖ୍ୟ ରାସ୍ତାଘାଟ ଏବେ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି। ନିକଟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତରବରିଆ ଭାବେ ନିର୍ମାଣ ହୋଇଥିବା ରାସ୍ତା ମାସକ ମଧ୍ୟରେ ଧୋଇଯାଇ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ, ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ସହର ସାରା ପୋଷ୍ଟର ମାରି ଅଭିନବ ଢଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଛି। ହଳଦିଆ ପଦାର ବସ ଷ୍ଟାଣ୍ଡ ରୁ ଵ୍ରହ୍ମପୁର ସହରର କୁ ପ୍ରବେଶ କରିବା ରାସ୍ତା ସମସ୍ୟା ଲୋକଙ୍କ ଯାତାୟାତ କୁ ଆହୁରି ଦୁଇ ଗୁଣିତ କରିଛି, ଏକ କାଳୀନ 5 ଗୋଟି ସ୍ଥାନରେ ବଡ ବଡ ଖାଲ ଇଥିବାବେଳେ,ପ୍ରଶାସନ ଏଥିରେ ଦୃଷ୍ଟି ନ ପଡିବା ଯୋଗୁଁ କିଛି ସ୍ଥାନରେ ପୋଷ୍ଟର ମାରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ଆମ ଆଦମୀ ପାର୍ଟି, ପ୍ରତେକ ଦିନ ସକାଳ ପାହିଲେ ଏହି ରାସ୍ତା ଦେଇ ଲକ୍ଷାଧିକ ଯାନବାହନ ଯାତାୟାତ କରୁଛି, ଭାରି ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ଯାଉଛି ଗାଡ଼ି ଓଲଟୁ ଓଲଟୁ ବର୍ତ୍ତୁଛନ୍ତି ଲୋକେ ତଥାପି ପ୍ରଶାସନ ର ନିଘା ରାସ୍ତା ଉପରେ ପଡୁନଥିବା ଅଭିଯୋଗ ହୋଇଛି, ବାଇକ ରେ ଯିବା ଲୋକଙ୍କ ର ସମସ୍ୟାଠାରୁ ରୋଗୀଙ୍କୁ ନେଇ ଆମ୍ବୁଲେନ୍ସ ଯିବା ବି ମୁସ୍କିଲ୍ | ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ହେବା ସହ ଲୋକଙ୍କ ଗୋଡ ହାତ ଭାଙ୍ଗି ଖଣ୍ଡିଆ ଖାବରା ମଧ୍ୟ ହେଇଛି, ତେବେ କୌଣସି ଏକ ବଡ଼ ଧରଣର ପ୍ରାଣହାନି କିମ୍ବା ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ (BeMC) ଏବଂ ପୂର୍ତ୍ତ ବିଭାଗ ତୁରନ୍ତ ଏହି ରାସ୍ତାର ସ୍ଥାୟୀ ମରାମତି କରୁ ବୋଲି ଦୃଢ଼ ଦାବି ହୋଇଛି।
