ଡଙ୍ଗା ଓଲଟି ଜଣେ ନିଖୋଜ,୨ଜଣ ଉଦ୍ଧାର
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ସେତୁ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ଡଙ୍ଗା ଓଲଟି ଜଣେ ନିଖୋଜ ଅନ୍ୟ ୨ଜଣ ଉଦ୍ଧାର ।
B
By BHAKTILATA BARALPublished: Jun 18, 2026, 03:03 PM •1 min read •3 Views

ଭଦ୍ରକ : ଡଙ୍ଗା ଓଲଟି ଜଣେ ନିଖୋଜ,୨ଜଣ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ସେତୁ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ ଅନ୍ୟ ପଟକୁ କାର୍ଯ୍ୟ ପାଇଁ ନଦୀ ପାର ହେଉଥିବା ବେଳେ ଡଙ୍ଗାଟି ହଠାତ୍ ଓଲଟି ପଡିବାରୁ ଜଣେ ନିରୋଜ ଓ ୨ଜଣ ଉଦ୍ଧାର ହୋଇଛନ୍ତି । ଏହି ଦୁର୍ଘଟଣାରେ ଚକ୍ରଧର ବେହେରାଙ୍କ ପୁଅ ବିଜୟ ବେହେରା ନିଖୋଜ ଥିବା ବେଳେ ଅନ୍ୟ ୨ଜଣକୁ ସ୍ଥାନିୟୀ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି। ନିଖୋଜ ବିଜୟ ବେହେରା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତର ବାସିନ୍ଦା ବୋଲି ଜଣାପଡିଛି। ଖବର ପାଇବା ପରେ ତୁରନ୍ତ ଓଡ୍ରାଫ୍ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଘଟଣ ପରେ ସେତୁ ନିର୍ମାଣ କାର୍ଯ୍ୟର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି, ଏବଂ ଅଞ୍ଚଳବାସୀ ଏହାର ତୁରନ୍ତ ତଦନ୍ତ ଦାବି କରୁଛନ୍ତି।
B
BHAKTILATA BARALContent Writer
Comments0
Leave a Reply
Loading comments...
