Bear Terror : ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବୃଦ୍ଧା
ନୀଳଗିରି ଘଟଘାରସାହି ଅଞ୍ଚଳରେ ଭାଲୁ ଆତଙ୍କ। ସାଇକେଲରେ ଯାଉଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରମଣ ଉଦ୍ୟମ କରିଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ବଢ଼ିଥିବାରୁ ଭାଲୁର ଗତିବିଧି ଉପରେ ନଜର ରଖି ତୁରନ୍ତ ପଦକ୍ଷେପ ନେବାକୁ ବନ ବିଭାଗ ନିକଟରେ ଦାବି ହୋଇଛି।
ନୀଳଗିରି ଘଟଘାରସାହି ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଛି | ଜଣେ ବୃଦ୍ଧା ସାଇକେଲ ଯୋଗେ ଘରୁ ବାହାରକୁ ଯାଉଥିବା ସମୟରେ ହଠାତ୍ ଏକ ଭାଲୁ ତାଙ୍କ ନିକଟକୁ ଆସିଥିଲା | ଭାଲୁଟି ବୃଦ୍ଧାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେ ଭୟଭୀତ ହୋଇପଡ଼ିଥିଲେ | ତେବେ କୌଣସି ପ୍ରକାରେ ଭାଲୁ କବଳରୁ ନିଜକୁ ରକ୍ଷା କରି ସେ ଅଳ୍ପକେ ବର୍ତ୍ତିଯାଇଥିଲେ | ଏହା ଏକ ଘରର ସିସିଟିଭି ଫୁଟେଜ୍ରେ ଭାଲୁଟି ରେକର୍ଡ ହୋଇଥିଲା | ଘଟଣା ପରେ ଘଟଘାରସାହି ସମେତ ଏହାର ଆଖପାଖ ଅଞ୍ଚଳରେ ଭାଲୁକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି | ବିଶେଷକରି ଜଙ୍ଗଲ ନିକଟବର୍ତ୍ତୀ ରାସ୍ତାରେ ଲୋକେ ଏକାକୀ ଯାତାୟାତ ନକରିବାକୁ ଦାବି କରିଛନ୍ତି | ଅନ୍ୟପକ୍ଷରେ, ଭାଲୁର ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହ ଅଞ୍ଚଳବାସୀଙ୍କୁ ସଚେତନ କରିବା ଆବଶ୍ୟକ ହୋଇପଡ଼ିଛି | ଭାଲୁ ଆତଙ୍କରୁ ଲୋକଙ୍କୁ ସୁରକ୍ଷିତ ରଖିବା ସହ ଭାଲୁର ଗତିବିଧି ନିୟନ୍ତ୍ରଣ ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି | ଗତ କିଛି ଦିନ ଧରି ଏହିଭଳି ଭାଲୁ ଆକ୍ରମଣର ଘଟଣା ସାମ୍ନାକୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଏଥିସହ ବନ୍ୟଜୀବ ଆକ୍ରମଣ ରୋକିବା ଦିଗରେ ପ୍ରଶାସନ ଓ ବନ ବିଭାଗର ପଦକ୍ଷେପକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି |

