ବାଙ୍କିପୁରରେ ବାଜିଗର- ପିକେ ନା ପଦ୍ମ ?
ଜୁଲାଇ ୩୦ରେ ସରିଥିବା ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି। ୩ଟି ଏକଜିଟ ପୋଲରେ ଏଥର ବିଜେପିର ନିଜର ସବୁଠୁ ମଝଭୁତ୍ ଗଡ଼ ବାଙ୍କିପୁର କୁଆଡ଼େ ହାତରୁ ଖସିଯିବ।ଏକଜିଟ ପୋଲରେ ପିକେ ନମ୍ୱର ଓ୍ୱାନ ସିନା। ହେଲେ ଯଦି ଏକଜିଟ ପୋଲର ପୂର୍ବାନୁମାନ ସତ ହେବ। ତାହେଲେ ନମ୍ୱର ଟୁ ରେ କିଏ।

ବାଙ୍କିପୁରରେ ବିଜେପିର ଗଡ଼ ବଜାୟ ରହିବ ନା ଏଥର କରିସ୍ମା ହେବ। ଏକଜିଟ ପୋଲରେ ପିକେ ନମ୍ୱର ଓ୍ୱାନ ସିନା। ହେଲେ ଯଦି ଏକଜିଟ ପୋଲର ପୂର୍ବାନୁମାନ ସତ ହେବ। ତାହେଲେ ନମ୍ୱର ଟୁ ରେ କିଏ। ବିଜେପି ନା ଆରଜେଡି। ଅଗଷ୍ଟ ୩ରେ ରେଜଲ୍ଟ। ଏକଜିଟ ପୋଲର ପୂର୍ବାନୁମାନ ବି ସମସ୍ତଙ୍କ ଭିତରେ କୌତୁହଳ ସୃଷ୍ଟି କରୁଛି। ଜୁଲାଇ ୩୦ରେ ସରିଥିବା ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି। ୩ଟି ଏକଜିଟ ପୋଲରେ ଏଥର ବିଜେପିର ନିଜର ସବୁଠୁ ମଝଭୁତ୍ ଗଡ଼ ବାଙ୍କିପୁର କୁଆଡ଼େ ହାତରୁ ଖସିଯିବ। ୨୦୨୦ ବିଧାନସଭା ନିର୍ବାଚନରେ ବାଙ୍କିପୁରରେ ବିଜେପି ୬୨.୬ ପ୍ରତିଶତ ଭୋଟ୍ ସହ ପ୍ରଚଣ୍ଡ ଜିତ୍ ହାସଲ କରିଥିଲା। ହେଲେ ଏଥର ଉପନିର୍ବାଚନରେ ଚିତ୍ର କିଛିଟା ଅଲଗା ଦେଖାଯାଉଛି। ଜନସୁରାଜ ଦଳର ସଂସ୍ଥାପକ ପ୍ରଶାନ୍ତ କିଶୋର ନିର୍ବାଚନୀ ମୈଦାନରେ ଏଥର ପ୍ରତ୍ୟକ୍ଷ ଡେବ୍ୟୁ କରୁଛନ୍ତି। ଏକଜିଟ ପୋଲ କହୁଛି, ପ୍ରଶାନ୍ତ କିଶୋର ୪୦ ପ୍ରତିଶତ ଭୋଟ ପାଇ ନମ୍ୱର ଓ୍ୱାନରେ ରହିବେ। ବିଜେପି ୩୫ ପ୍ରତିଶତ ପାଇ ଦ୍ୱିତୀୟ ଓ ଆରଜେଡି ୨୦ ପ୍ରତିଶତ ସହ ତୃତୀୟ ନମ୍ୱରରେ ରହିବ। ଏହି ହଟ୍ ସିଟରେ ତ୍ରିକୋଣୀୟ ମୁକାବିଲା ଥୟ। ବିଜେପିରୁ ନୀରଜ ସିହ୍ନା, ଆରଜେଡିରୁ ରେଖା ଗୁପ୍ତା ଓ ଜନସୁରାଜ ପାର୍ଟିରୁ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ହାଇଭୋଲଟେଜ ଲଢ଼େଇ ହୋଇଛି। ଆରଜେଡି ନିଜର ପ୍ରାର୍ଥୀଙ୍କୁ ରିପିଟ୍ କରିଥିଲା ଏଥର। ୨୦୨୫ରେ ରେଖା ଗୁପ୍ତା ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ସିଟ୍ ଖାଲି ପଡ଼ିଛି। ଏମିତିରେ ବାଙ୍କିପୁର ସିଟ୍ ବିଜେପିର ଗଡ଼ ହୋଇଆସିଛି। ୧୯୯୫ରେ ସେତେବେଳେ ଏହା ପାଟନା ପଶ୍ଚିମ ଆସନ ଥିଲା। ଏଠାରୁ ନିତିନଙ୍କ ବାପା ନବୀନ କିଶୋର ପ୍ରସାଦ ସିହ୍ନା ଏଠାରୁ ବିଜୟୀ ହୋଇଥିଲେ। ଏହା ପରେ ୨୦୦୫ ଯାଏ ନବୀନଙ୍କ ବିଜୟ ଧାରା ଜାରି ରହିଲା। ତାଙ୍କର ଅକାଳ ବିୟୋଗ ପରେ ୨୦୦୬ରେ ହୋଇଥିଲା ଏହି ଆସନରେ ଉପନିର୍ବାଚନ। ଆଉ ପୁଅ ନିତିନ ନବୀନ ସେବେଠୁ ଲଗାତାର ଏହି ଆସନରେ ବିଜୟୀ ହୋଇ ଆସୁଛନ୍ତି। ୨୦୧୦ ପରଠୁ ଏହି ଆସନ ବାଙ୍କିପୁର ନାଁରେ ନାମିତ ହେବା ପରେ ନିତିନ ଲଗାତାର ୪ଥର ଜିତିଛନ୍ତି। ଆଉ ପାଟନା ପଶ୍ଚିମ ଆସନକୁ ମିଶାଇ ବିଜେପି ୯ଥର ଲଗାତାର ବିଜୟୀ ହୋଇଛି। ବାପା ନବୀନ କିଶୋର ୪ଥର ଓ ପୁଅ ନିତିନ ନବୀନ ୫ଥର ଜିତିଛନ୍ତି। ବାଙ୍କିପୁର ଆସନରେ ନବୀନ କିଶୋର ପ୍ରସାଦ ସିହ୍ନା ଓ ତାଙ୍କ ପୁଅ ନିତିନ ନବୀନଙ୍କ ପ୍ରଭାବ ରହିଆସିଛି। ଏହି କାରଣରୁ ଏହାକୁ ବିହାରରେ ବିଜେପିର ସବୁଠାରୁ ସୁରକ୍ଷିତ ବିଧାନସଭା ଆସନମାନଙ୍କ ମଧ୍ୟରୁ ଗଣାଯାଏ। ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ବିଜେପି ଅଭିଷେକ କୁମାର (ବଣ୍ଟି)ଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଦଳ ନୀରଜ କୁମାର ସିହ୍ନାଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଅଭିଷେକ କହିଥିଲେ ଯେ, ପାରିବାରିକ କାରଣ ଯୋଗୁଁ ସେ ନିର୍ବାଚନ ଲଢ଼ିବାରୁ ଓହରି ଯାଇଛନ୍ତି ଏବଂ ଏହି ନିଷ୍ପତ୍ତି ସମ୍ପର୍କରେ ବିଜେପି ନେତୃତ୍ୱକୁ ଜଣାଇଥିଲେ। ହେଲେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅଭିଷେକ କୁମାରଙ୍କ ବାପା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିଜେପି ଦୀର୍ଘଦିନ ଧରି ଏହି ପ୍ରସଙ୍ଗରେ ଆରଜେଡିକୁ ଘେରିଆସୁଥିବାରୁ, ବିରୋଧୀ ଦଳ ଏହି ମୁଦ୍ଦାକୁ ପ୍ରଚାରରେ ବ୍ୟବହାର କରିପାରେ ବୋଲି ଦଳ ଚିନ୍ତିତ ଥିବା ଚର୍ଚ୍ଚା ହୋଇଥିଲା। ବାଙ୍କିପୁର ଉପନିର୍ବାଚନରେ ବଦଳିଥିଲା ଏଥର ରାଜନୈତିକ ସମୀକରଣ। ପ୍ରଶାନ୍ତ କିଶୋରଙ୍କୁ ସମର୍ଥନ ଦେଇଥିଲେ ତେଜପ୍ରତାପ ଯାଦବ। ତେଜପ୍ରତାପଙ୍କ ଜନଶକ୍ତି ଜନତା ଦଳ ପିକେଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲା। ଜେଜେଡି ବା ଜନଶକ୍ତି ଜନତା ଦଳର ପ୍ରାର୍ଥୀ ବିଣା ମାନବୀଙ୍କ ନାମାଙ୍କନ ରଦ୍ଦ ପରେ ବିଜେପିକୁ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯିବାରୁ ଏହି ନିଷ୍ପତ୍ତି ବିହାର ରାଜନୀତିର ତାତିକୁ ଅଧିକ ହଲଚଲ କରିଦେଇଥିଲା। ବିଣା ମାନବୀଙ୍କୁ ପ୍ରାର୍ଥୀ କରିଥିଲା ଜେଜେଡି। ବିଣା ବି ଲମ୍ୱା ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ। ମହିଳା ଭୋଟବ୍ୟାଙ୍କ ବି ତାଙ୍କର ସୁଦୃଢ଼ ଥିଲା। କିନ୍ତୁ ଟେକ୍ନିକ କାରଣରୁ ତାଙ୍କର ନାମାଙ୍କନ ରଦ୍ଦ ହୋଇଯାଇଥିଲା। ଦଳ ପକ୍ଷରୁ ଆଉ କେହି ପ୍ରାର୍ଥୀ ନଥିବାରୁ ପିକେଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲେ ତେଜପ୍ରତାପ। ବିଜେପିକୁ କୌଣସି ପରିସ୍ଥିତିରେ ଜିତିବାକୁ ଦିଆନଯାଉ ବୋଲି ଏହା ପୁରା ଦେଶର ଇଛା ବୋଲି କହି ଉଭୟ ନେତା ଫୋନରେ କଥାବାର୍ତ୍ତା ପରେ ତେଜପ୍ରତାପ ଏଭଳି ଔପଚାରିକ ଘୋଷଣା କରିଥିଲେ। ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିବାରୁ ତେଜପ୍ରତାପଙ୍କୁ ବି ଜେଲ୍ ପଠାଯାଇଥିଲା। ଜେଲରୁ ଆସିବା ପରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରିଥିଲେ ତେଜପ୍ରତାପ।
