ଅଙ୍କିତ ଶର୍ମା ହତ୍ୟାକାଣ୍ଡ ମାମଲା-ଆଜି ସଜ୍ଜା ଶୁଣାଇବେ ଅଦାଲତ
ତାହିରଙ୍କ ଘରୁ ହିଁ ଦଙ୍ଗା ହିଂସାର ସବୁ ଅପରେସନ ହୋଇଥିଲା ବୋଲି ପୁଲିସ କହିଥିଲା। ଜୁନ୍ ୨୦୨୦। ଦିଲ୍ଲୀ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ ଥିଲା କି, ଅଙ୍କିତଙ୍କୁ ଭିଡ଼ ହିଂସା ଧରିଥିଲା। ନିର୍ମମ ଭାବେ ମାରିକି ତାଙ୍କ ଶବକୁ ଡ୍ରେନରେ ଫୋପାଡ଼ି ଦେଇଥିଲା।

୨୦୨୦ ଦିଲ୍ଲୀ ଦଙ୍ଗା ବେଳେ ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟାକାଣ୍ଡରେ ତାହିର ହୁସୈନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଅଦାଲତ। ଆମ୍ ଆଦମୀ ଦଳର ପୂର୍ବତନ କାଉନସିଲର ତାହିର ହୁସୈନ ଓ ଅନ୍ୟ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। କାରକରଡୁମା କୋର୍ଟ ତାହିରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ହାଇ ପ୍ରୋଫାଇଲ ମାମଲାରେ ଶର୍ମାଙ୍କୁ ଭିଡ଼ ହିଂସା ମାରିଦେଇଥିଲା। ଆଉ ଶବକୁ ଡ୍ରେନରେ ଫିଙ୍ଗି ଦିଆଯାଇଥିଲା। ସିଏଏକୁ ବିରୋଧ କରି ୧୭ରୁ ୨୩ ଫେବୃଆରୀ, ୨୦୨୦ରେ ଉତ୍ତେଜନା ବ୍ୟାପିଥିଲା। ଜାଫରବାଦ, ମୌଜୁପୁର, ଚାନ୍ଦବାଗ, କରାଓ୍ୱଲ ନଗର ଓ ଖଜୁରି ଖାସ ଏରିଆରେ ଦଙ୍ଗା ସ୍ଥିତି ଉପୁଜିଥିଲା। ଫେବୃଆରୀ ୨୪ରେ ନର୍ଥଇଷ୍ଟ ଦିଲ୍ଲୀରେ ଦଙ୍ଗାର ନିଆଁ ଲାଗିଥିଲା। ଫେବୃଆରୀ ୨୫। ୨୬ ବର୍ଷୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସର ଅଙ୍କିତ ଶର୍ମା ଘରସାମଗ୍ରୀ କିଣିବାକୁ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରିଲେନି। ତାଙ୍କ ଘର ଲୋକେ ଦିନତମାମ ତାଙ୍କୁ ଖୋଜିଥିଲେ ବି ଠାବ କରିପାରିନଥିଲେ। ସେହି ଦିନ ଚାନ୍ଦବାଗ ଏରିଆରେ ଥିବା ତାହିର ହୁସୈନଙ୍କ ଛାତ ଉପରୁ ପଥର ଓ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା। ଆଉ ଫେବୃଆରୀ ୨୬ରେ ଅଙ୍କିତଙ୍କ ଶହ ଖଜୁରୀଖାସ ଏରିଆର ଏକ ଡ୍ରେନରୁ ଉଦ୍ଧାର ହୋଇଥିଲା। ଶବ ବ୍ୟବଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା, ତାଙ୍କୁ ଧାରୁଆ ଅସ୍ତ୍ରରେ ହଣାଯାଇଛି। ଶରୀରରେ ଡଜନରୁ ଅଧିକ କ୍ଷତ ଚିହ୍ନ ଥିଲା। ଅଙ୍କିତଙ୍କ ବାପା ରବୀନ୍ଦ୍ର କୁମାର ଏ ଘଟଣାରେ ତାହିର ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ଫେବୃଆରୀ ୨୭ରେ ଦିଲ୍ଲୀ ପୁଲିସ ଏସଆଇଟି ଗଠନ କରିଥିଲା। ଆଉ ମାର୍ଚ୍ଚ ୨୦୨୦ରେ ତାହିରଙ୍କୁ ଗିରଫ କରିଥିଲା। ତାହିରଙ୍କ ଘରୁ ବିପୁଳ ପଥର, ପେଟ୍ରୋଲ ବୋମାରେ ବ୍ୟବହୃତ ସାମଗ୍ରୀ, ଏସିଡ୍ ପ୍ୟାକେଟ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା ପୁଲିସ। ତାହିରଙ୍କ ଘରୁ ହିଁ ଦଙ୍ଗା ହିଂସାର ସବୁ ଅପରେସନ ହୋଇଥିଲା ବୋଲି ପୁଲିସ କହିଥିଲା। ଜୁନ୍ ୨୦୨୦। ଦିଲ୍ଲୀ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ ଥିଲା କି, ଅଙ୍କିତଙ୍କୁ ଭିଡ଼ ହିଂସା ଧରିଥିଲା। ନିର୍ମମ ଭାବେ ମାରିକି ତାଙ୍କ ଶବକୁ ଡ୍ରେନରେ ଫୋପାଡ଼ି ଦେଇଥିଲା। ମାର୍ଚ୍ଚ ୨୩, ୨୦୨୩। କାରକରଡୁମା କୋର୍ଟ ହତ୍ୟା, ଦଙ୍ଗା ଓ ଅପରାଧିକ ଷଡ଼ଯନ୍ତ୍ର ସକାଶେ ତାହିର ଓ ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି ହୃଦବୋଧ କରିଥିଲେ। ଟ୍ରାଏଲ କୋର୍ଟ ଫରେନସିକ ଏକ୍ସପର୍ଟ, ସାକ୍ଷ୍ୟପ୍ରମାଣକୁ ଦେଖିବା ପରେ ଅଭିଯୁକ୍ତମାନେ ଭଦ୍ର ବୋଲି ଗ୍ରହଣ କରିପାରିନଥିଲେ। ଆଉ ଜୁଲାଇ ୧୩ରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଙ୍କିତ ଜଣେ ସିକ୍ୟୁରିଟି ଆସିଷ୍ଟାଣ୍ଟ ଭାବେ ଆଇବିରେ କାମ କରୁଥିଲେ। ପରିବାର ସହ ଖଜୁରୀ ଖାସ ଏରିଆରେ ରହୁଥିଲେ। ଜୁଲାଇ ୧୩ ଅର୍ଥାତ୍ କାଲି କଡ଼କଡ଼ୁମା କୋର୍ଟ ପୂର୍ବତନ କାଉନସିଲର ତାହିରଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଫୈସଲା ଶୁଣିବା ମାତ୍ରେ ହିଁ ତାହିର କାନ୍ଦି ପଡ଼ିଥିଲେ। କୋର୍ଟ ପରିସର ସୋମବାର ଦ୍ୱିପ୍ରହରରୁ ଗମ୍ଭୀର ଥିଲା। ଅଭିଯୁକ୍ତ ତାହିର, ନାଜିମ୍ ଓ କାସିମକୁ ନ୍ୟାୟିକ ହେପାଜତରେ କୋର୍ଟରେ ହାଜର କରାଯାଇଥିଲା। ଜାମିନରେ ଥିବା ଅନ୍ୟ ଅଭିଯୁକ୍ତ ବି ହାଜର ହୋଇଥିଲେ। ଆଉ ସଂଧ୍ୟା ୬ଟାରେ ବହୁ ପ୍ରତୀକ୍ଷିତ ଫୈସଲା ଶୁଣାଣୀ ଆରମ୍ଭ ହୋଇଥିଲା। ଅଦାଲତ ୧୧ ଅଭିଯୁକ୍ତଙ୍କ ଭିତରୁ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
