ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ଅଭିଯୋଗ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଅଭିଯୋଗ। ଆୟବ୍ୟୟର ହିସାବ ଦେଉନଥିବା ଅଭିଯୋଗ ଆଣି ଧାରଣା ଦେଲେ ଦୁଇ କଂଗ୍ରେସ କାଉଁସିଲର।
ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ଅଭିଯୋଗ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଅଭିଯୋଗ ଆଣି ଧାରଣା ଦେଲେ ଦୁଇ କାଉଁସିଲର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଦୁଇ କଂଗ୍ରେସ କାଉଁସିଲର । ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ, ଏଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆୟବ୍ୟୟର ହିସାବ ଦେଉନଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ଦୁଇ କାଉଁସିଲର। ଅନ୍ୟପଟେ ସ୍ବତନ୍ତ୍ର ଅଡିଟ୍ କରି ସମସ୍ତ ତଥ୍ୟ ନଦେବା ଯାଏଁ ଆମେ ଧାରଣାରେ ବସିବୁ ବୋଲି କହିଛନ୍ତି ଦୁଇ କଂଗ୍ରେସ କାଉଁସିଲର । ସୂଚନା ଅନୁସାରେ ଆଜି ଏନ୍ଏସି କାର୍ଯ୍ୟାଳୟରେ ସମିତି ବୈଠକ ଆରମ୍ଭରୁ ପୂର୍ବ ଆୟବ୍ୟୟର ହିସାବ ମାଗିଥିଲେ ଦୁଇ କଂଗ୍ରେସ କାଉଁସିଲର । ପ୍ରଥମେ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ପରେ ପୂର୍ବ ବିଷୟରେ ଆଲୋଚନା କରିବାକୁ କହିଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧିକାରୀ ବିବେକାନନ୍ଦ ଦଳାଇ ଓ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କିନ୍ତୁ କଂଗ୍ରେସ କାଉଁସିଲର କଥାକୁ ନମାନି ବୈଠକରୁ ଉଠିଯାଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏନ୍ଏସିରେ ବିଶେଷ ଦୁର୍ନୀତି ହୋଇଥିବାରୁ ଆଜକୁ ଚାରିବର୍ଷ ହେଲାଣି ହିସାବ ଦେଉନାହାନ୍ତି ଅଧିକାରି କହିବା ସହ ଏନେଇ ଭିଜିଲାନ୍ସ ତଦନ୍ତ କରାଯିବା ନେଇ କହିଛନ୍ତି ଧାରଣାରତ ଦୁଇ କାଉନସିଲର l
