ଅକ୍ଷିତାଙ୍କ ହାତ ଧରିଲେ ଆକାଶଦୀପ- କ୍ୟୁଆର କୋଡ୍ ସ୍କାନିଂରେ ଏଣ୍ଟ୍ରି କଲେ ଅତିଥି
ଡମ୍ୱରୁ, ନନ୍ଦି, ମହାଦେବଙ୍କ ଥିମ୍ ନଜରକୁ ଆସିଥିଲା। ବର କନ୍ୟାଙ୍କ ସାଜସଜ୍ଜା ଲାଗି ଦିଲ୍ଲୀରୁ ଆସିଥିଲେ ମେକଅପ୍ ଆର୍ଟିଷ୍ଟ। ଭୋଜପୁରୀ ଷ୍ଟାର ତଥା ବିଜେପି ବିଧାନପରିଷଦ ସଦସ୍ୟ ପଓ୍ୱନ ସିଂ ବି ଏହି ବିବାହ ଉତ୍ସବରେ ସାମିଲ ହୋଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ।

ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର ଆକାଶଦୀପ। ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ଜୀବନସାଥୀ ସାଜିଲେ ଅକ୍ଷିତା ରାଜ୍। ବାରାଣସୀର ହୋଟେଲ ତାଜ୍ ଗଙ୍ଗେଜରେ ହୋଇଥିବା ଭବ୍ୟ ସମାରୋହରେ ବରମାଳା ପିନ୍ଧି ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି ଆକାଶଦୀପ। ଆକାଶ ଓ ଅକ୍ଷିତାଙ୍କ ବିବାହ ଉତ୍ସବରେ ୩ଶହରୁ ଅଧିକ ଅତିଥି ଯୋଗ ଦେଇଥିଲେ। ହୋଟେଲରେ ଏଣ୍ଟ୍ରି କ୍ୟୁ-ଆର କୋଡ୍ ସ୍କାନରରେ କରିଥିଲେ ଅତିଥି। କାଶୀର ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ବିଧିବିଧାନ ସହ ବିବାହ ସମ୍ପନ୍ନ ହୋଇଛି। ବୁଧବାର ସଂଧ୍ୟା ସାଢ଼େ୭ଟାରେ ପୁରା ପରିବାର ବିହାରରୁ ବାରାଣସୀର ତାଜଗଙ୍ଗେଜ ହୋଟେଲରେ ପହଞ୍ଚିଥିଲେ। ସେଠାରେ ଅତିଥିଙ୍କୁ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ବିବାହର ଥିମ ପୁରା ବନାରସି ଅନ୍ଦାଜରେ ରଖାଯାଇଥିଲା। ଡମ୍ୱରୁ, ନନ୍ଦି, ମହାଦେବଙ୍କ ଥିମ୍ ନଜରକୁ ଆସିଥିଲା। ବର କନ୍ୟାଙ୍କ ସାଜସଜ୍ଜା ଲାଗି ଦିଲ୍ଲୀରୁ ଆସିଥିଲେ ମେକଅପ୍ ଆର୍ଟିଷ୍ଟ। ଭୋଜପୁରୀ ଷ୍ଟାର ତଥା ବିଜେପି ବିଧାନପରିଷଦ ସଦସ୍ୟ ପଓ୍ୱନ ସିଂ ବି ଏହି ବିବାହ ଉତ୍ସବରେ ସାମିଲ ହୋଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ। ଭାରତୀୟ କ୍ରିକେଟର ଆକାଶଦୀପ ମୂଳତଃ ବିହାରର ସାସାରାମ ଗାଁର। ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଥିବାରୁ ମୁଖ୍ୟ ଖେଳାଳୀ ଏ ବିବାହ ସମାରୋହରେ ସାମିଲ ହୋଇପାରିନାହାନ୍ତି। ସେଥିଲାଗି ମୁମ୍ୱାଇରେ ଭବ୍ୟ ରିସିପ୍ସନର ଆୟୋଜନ କରାଯିବ। ଜୁନ୍ ୨୨ରୁ ବିବାହ କାର୍ଯ୍ୟକ୍ରମ ବିହାରର ରୋହତାସରୁ ଆରମ୍ଭ ହୋଇଥିଲା। ୨୩ରେ ହଳଦୀ ମେହେନ୍ଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଧୁମଧାମରେ ହୋଇଥିଲା ତିଳକ ସମାରୋହ।
