ଟ୍ରେନର AC କୋଚରେ HONEYMOON ସୁଟ୍!
ପୁରା କେବିନ ଏଲଇଡି ଲାଇଟରେ ଝଲସୁଛି। ଆଉ ବ୍ୟାକଗ୍ରାଉଣ୍ଡରେ ସଲମାନ ଖାନଙ୍କ ମୁଭିର ଫେମସ ଗୀତ ଜଗ ଘୁମେୟା ଥାରେ ଜୈସା ନା କୋଇ ବାଜୁଛି। ଏ ଭିଡ଼ିଓ ପୋଷ୍ଟ ପରେ ସୋସିଆଲ ମିଡିଆରେ ୟୁଜର୍ସ ରେଳ ମନ୍ତ୍ରାଳୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପିଏମଓଙ୍କୁ ଟ୍ୟାଗ୍ କରି ଅନେକ ପ୍ରଶ୍ନ ପଚାରିଛନ୍ତି। ରେଲଓ୍ୱେ ପ୍ରଶାସନ କଅଣ ଏଭଳି କରିବାକୁ ଅନୁମତି ଦିଏ କି। ଅନେକ ଏହାକୁ ଚଉଠି ଏକ୍ସପ୍ରେସ ବୋଲି କହିଛନ୍ତି।

ଟ୍ରେନର ଫାଷ୍ଟ ଏସି କୋଚ୍ ସାଜିଲା ହନିମୁନ ସୁଟ୍। ଗୋଲାପ, ବେଲୁନରେ ସଜ୍ଜିତ ସହ ଆଇ ଲଭ ୟୁ ଲେଖାରେ ଝଲସିଲା ଏସି କୋଚ୍। ଏ ଭିଡ଼ିଓ ଏବେ ଜୋରଦାର ଭାଇରାଲ ହେଉଛି। ଏହାକୁ ଦେଖି ସମସ୍ତେ ତାଜୁବ। ଜଣେ ଯାତ୍ରୀ ଟ୍ରେନର ଫାଷ୍ଟ ଏସି କୋଚକୁ ଫାଇଭ ଷ୍ଟାର ହୋଟେଲର ହନିମୁନ ସୁଟ୍ ଭଳି ସଜାଇଛନ୍ତି। ନାଳନ୍ଦା ଇଣ୍ଡେକ୍ସ ନାମକ ଏକ୍ସ ଆକାଉଣ୍ଟରେ ଜୁଲାଇ ୭ରେ ଏହି ଭିଡ଼ିଓ ସେୟାର ହୋଇଛି। ୩୦ ସେକେଣ୍ଡର ଏହି ଭିଡ଼ିଓରେ ଏସି କୋଚର ଦ୍ୱାର ଖୋଲା ଅଛି। ହାର୍ଟ ଆକାରର ଝାଲେରି ପରଦା ଲାଗିଛି। ଆଉ ଭିତର ଦୃଶ୍ୟ ତ କୌଣସି ରୋମାଣ୍ଟିକ୍ ସୁଟରୁ କମ୍ ନଥିଲା। କେବିନର ତଳେ ଗୋଲାପ ଫୁଲ ବିଛାଯାଇଛି। ଛାତରେ ନାଲି ଓ ଧଳା ବେଲୁନ ଲଗାଯାଇଛି। ସିଟରେ ଧଳା ଚାଦର ବିଛାଇ ଗୋଲାପ ପାଖୁଡ଼ାରେ ହାର୍ଟର ଚିତ୍ର କରାଯାଇଛି। କେବଳ ଏତିକି ନୁହେଁ। ଉପର ସିଟରେ ବଡ଼ ବଡ଼ ଅକ୍ଷରରେ ଆଇ ଲଭ ୟୁ ଲେଖାଯାଇଛି। ଏଠାକୁ ଯିବାକୁ ସିଡ଼ିରେ ଆର୍ଟିଫିସିଆଲ ଦୀପ ବି ଲଗାଯାଇଛି। ଡଷ୍ଟବିନରେ ବି ଏକ ସୁନ୍ଦର ଫୁଲତୋଡ଼ା ରଖାଯାଇଛି। ପୁରା କେବିନ ଏଲଇଡି ଲାଇଟରେ ଝଲସୁଛି। ଆଉ ବ୍ୟାକଗ୍ରାଉଣ୍ଡରେ ସଲମାନ ଖାନଙ୍କ ମୁଭିର ଫେମସ ଗୀତ ଜଗ ଘୁମେୟା ଥାରେ ଜୈସା ନା କୋଇ ବାଜୁଛି। ଏ ଭିଡ଼ିଓ ପୋଷ୍ଟ ପରେ ସୋସିଆଲ ମିଡିଆରେ ୟୁଜର୍ସ ରେଳ ମନ୍ତ୍ରାଳୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପିଏମଓଙ୍କୁ ଟ୍ୟାଗ୍ କରି ଅନେକ ପ୍ରଶ୍ନ ପଚାରିଛନ୍ତି। ରେଲଓ୍ୱେ ପ୍ରଶାସନ କଅଣ ଏଭଳି କରିବାକୁ ଅନୁମତି ଦିଏ କି। ଅନେକ ଏହାକୁ ଚଉଠି ଏକ୍ସପ୍ରେସ ବୋଲି କହିଛନ୍ତି। ତେବେ ରେଳ ଅଧିକାରୀ କିଛି ମିଡିଆକୁ ସ୍ପଷ୍ଟ କରିଛନ୍ତି, ଏହା କରିବାକୁ କୌଣସି ସ୍ୱତନ୍ତ୍ର ନିୟମ ନାହିଁ। ଯେହେତୁ ଯାତ୍ରୀ ପୁରା କମ୍ପାର୍ଟମେଣ୍ଟ ବୁକ୍ କରିଥିଲେ। ସେଥିଲାଗି କେବିନ ଉପରେ ତାଙ୍କର ଅଧିକାର ଅଛି। ଏ ସାଜସଜ୍ଜା ସେ ନିଜେ କରିଛନ୍ତି। ଆଉ ଏଭଳି ସାଜସଜ୍ଜାରୁ ରେଳବାଇକୁ ବି କୌଣସି କ୍ଷତି ହୋଇନି ବି କୌଣସି ଯାତ୍ରୀ ଅସୁବିଧାରେ ପଡ଼ିନାହାନ୍ତି। ଅବଶ୍ୟ ଅନେକ ୟୁଜର୍ସ ବି କହିଛନ୍ତି, ଯାତ୍ରୀଙ୍କ ରୋମାଣ୍ଟିକ ଆଇଡିଆ ମାନିବାକୁ ପଡ଼ିବ। ଚଳନ୍ତା ଟ୍ରେନରେ ଚଉଠି ରାତି। ତେବେ ଯାତ୍ରୀଙ୍କ ନାଁ ସାର୍ବଜନୀନ ହୋଇନି। ହେଲେ ଏସି କେବିନ୍ ଡେକୋରେଟ କରିଥିଲା ମହାରାଷ୍ଟ୍ର ଭିତ୍ତିକ ରାହାତ ରୁମ୍ ଡେକୋରେସନ। ଏହି କମ୍ପାର୍ଟମେଣ୍ଟ ସିକ୍ରେଟ ବୁକ୍ ହୋଇଥିଲା। କୁହାଯାଉଛି ଚେନ୍ନାଇ ଟ୍ରେନରେ ଜଲନାର ନବଦମ୍ପତ୍ତିଙ୍କ ଲାଗି ଏହା ବୁକ୍ ହୋଇଥିଲା। ରେଲଓ୍ୱେ ରୁଲ୍ସ, ପାସେଞ୍ଜର କଣ୍ଡକ୍ଟ ଓ ସର୍ବୋପରୁ ଏଭଳି ଅଫିସିଆଲ ଓଭରସାଇଟ ଇଣ୍ଟରନେଟରେ ବିତର୍କର ପାହାଡ଼ ଛିଡ଼ା କରିଛି। ପ୍ରିମିୟମ ରେଲଓ୍ୱେ ସର୍ଭିସକୁ ଏଭଳି ବ୍ୟବସାୟୀକରଣକୁ ନେଇ ବି ବିତର୍କ ଚାଲିଛି।
ବ୍ୟୁରୋ ଇନପୁଟ୍ ସହ ସୁଭଦ୍ରା, ଭକ୍ତିଲତା ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।
