ଭାରତୀୟ ଟେଷ୍ଟ କ୍ରିକେଟ ପାଇଁ କାହିଁକି ଖାସ୍- ଜୁନ୍ ୨୦
ଟେଷ୍ଟ କ୍ରିକେଟରେ ୩ପୂର୍ବତନ ଭାରତୀୟ ଅଧିନାୟକ ଆଜିକା ଦିନରେ ଡେବ୍ୟୁ କରିଥିଲେ। ଏହି ୩ ଖେଳାଳୀଙ୍କ ସହ ଆଉ ଜଣେ ବି ଜୁନ୍ ୨୦ ବିଶେଷତ୍ୱରେ ଗଲା ବର୍ଷ ଯୋଡି ହୋଇଗଲେ।

ଜୁନ୍ ୨୦। ଟେଷ୍ଟ କ୍ରିକେଟରେ ୩ପୂର୍ବତନ ଭାରତୀୟ ଅଧିନାୟକ ଆଜିକା ଦିନରେ ଡେବ୍ୟୁ କରିଥିଲେ। ଠିକ୍ ୩୦ ବର୍ଷ ତଳେ। ୧୯୯୬, ଜୁନ୍ ୨୦। ରାହୁଲ ଦ୍ରାଭିଡ ଓ ସୌରଭ ଗାଙ୍ଗୁଲି ସେମାନଙ୍କ ଟେଷ୍ଟ ଡେବ୍ୟୁ କରିଥିଲେ ଆଜିକା ଦିନରେ। ଇଂଲଣ୍ଡ ବିରୁଦ୍ଧରେ ଲର୍ଡସରେ ଖେଳିଥିଲେ ଉଭୟ। ଗାଙ୍ଗୁଲି ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୧୩୧ ରନ୍ କରିଥିଲା ବେଳେ ୯୫ ରନ୍ କରି ଶତକ କରିବାରୁ ଅଳ୍ପକେ ରହିଗଲେ ଡ୍ରାଭିଡ୍। ଜୁନ୍ ୨୦, ୨୦୧୧। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ନିଜର ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ। ଓ୍ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ କୋହଲି। ତେବେ ଡେବ୍ୟୁ ମ୍ୟାଚରେ ମାତ୍ର ୧୯ ରନ୍ ହିଁ କରିପାରିଥିଲେ କୋହଲି। ଗଲା ବର୍ଷ ଅଚାନକ ଟେଷ୍ଟରୁ ଅବସର ନେଇଗଲେ କୋହଲି। ଟେଷ୍ଟରେ ୧୦ହଜାର ରନର ଜାଦୁ ସଂଖ୍ୟା ବି ଛୁଇଁପାରିଲେନି କୋହଲି। ଶହେରୁ ଅଧିକ ଟେଷ୍ଟ ଖେଳି ଟିମ୍ ଇଣ୍ଡିଆର ମଝଭୁତ ପିଲାର ଭାବେ ଭାରତର ଏହି ୩ ପୂର୍ବତନ କ୍ୟାପଟେନ୍ ନିଜର ଆଧିପତ୍ୟ ଓ ପରିଚୟ ସୃଷ୍ଟି କରିଛନ୍ତି। ନୂଆ କୀର୍ତ୍ତିମାନ୍ ରଚିଛନ୍ତି। ଟେଷ୍ଟ କ୍ରିକେଟରେ ଶହେ ମ୍ୟାଚ୍ ଖେଳିବା ଏକ ବଡ଼ ଉପଲବ୍ଧି କୁହାଯାଏ। ତେବେ ଏହି ୩ ଖେଳାଳୀଙ୍କ ସହ ଆଉ ଜଣେ ବି ଜୁନ୍ ୨୦ ବିଶେଷତ୍ୱରେ ଗଲା ବର୍ଷ ଯୋଡି ହୋଇଗଲେ। ସେ ହେଲେ ସାଇ ସୁଦର୍ଶନ। ଜୁନ୍ ୨୦,୨୦୨୫ରେ ସାଇ ସୁଦର୍ଶନ ଇଂଲଣ୍ଡ ବିରୁଦ୍ଧରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ।
