18th BRICS Summit: BRICS ବଜାରରେ ଇରାନୀ ରାଷ୍ଟ୍ରପତିଙ୍କ ଝିଅ
ନୂଆଦିଲ୍ଲୀ ର ନ୍ୟାସନାଲ କ୍ରାଫ୍ଟସ୍ ମ୍ୟୁଜିୟମ ରେ ଆୟୋଜିତ BRICS ବଜାର ରେ ଇରାନ ର ରାଷ୍ଟ୍ରପତିଙ୍କ ଝିଅ ଜହରା ପେଜେସ୍କିୟାନ ପହଞ୍ଚିଥିଲେ | ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କର ସ୍ୱାଗତ କରିଥିଲେ | 15 ସେପ୍ଟେମ୍ବର ଯାଏ ଚାଲିବାକୁଥିବା ଏହି ବଜାର ରେ ଦେଖିବାକୁ ମିଳୁଛି ଦେଶମାନଙ୍କର ପାରମ୍ପରିକ କଳା,ଟେକ୍ସଟାଇଲ,ଆଉ ସାଂସ୍କୃତିକ ଭିତ୍ତିଭୂମି ର ସୁନ୍ଦର ଝଲକ |
ଦିଲ୍ଲୀ ର ନ୍ୟାସନାଲ କ୍ରାଫ୍ଟସ୍ ମ୍ୟୁଜିୟମ ରେ ଲାଗିଥିବା BRICS ବଜାର ଏବେ ଲୋକଙ୍କର ଧ୍ୟାନ ଆକର୍ଷଣ କରୁଛି | ଯେଉଁଠି ରଙ୍ଗ ବେରଙ୍ଗି ହସ୍ତତନ୍ତ୍ର,ହସ୍ତଶିଳ୍ପ ଓ ଅନେକ ଦେଶର ସାଂସ୍କୃତିକ ଝଲକ ଦେଖିବାକୁ ମିଳିଛି | ଇରାନ ର ରାଷ୍ଟ୍ରପତି ମସୁଦ ପେଜେସ୍କିୟାନ ଙ୍କ ଝିଅ ଜହରା ପେଜେସ୍କିୟାନ ମଧ୍ୟ ନିଜ ସ୍ୱାମୀ ହସନ ମଜିଦିଙ୍କ ସହିତ ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ ରେ ଆୟୋଜିତ BRICS ବଜାର ପହଞ୍ଚିଥିଲେ | ଯେଉଁଠି ତାଙ୍କ ସହ କେନ୍ଦ୍ରୀୟ ମହିଳା ଏବଂ ବାଳବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଉପସ୍ଥିତ ଥିଲେ | BRICS ବଜାରରେ ଜହରା ପେଜେସ୍କିୟାନଙ୍କର ଖାସ ସ୍ୱାଗତ କରାଯାଇଥିଲା | ଏହି ସମୟରେ ତାଙ୍କର ପାରମ୍ପରିକ ଇରାନୀ ପୋଷାକରେ ସାଧା ସିଧା ଅନ୍ଦାଜ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିଥିଲା | ସେମାନେ BRICS ବଜାର ରେ ଲାଗିଥିବା ଅଲଗା ଅଲଗା ପାଭିଲିୟନ ବୁଲି ଦେଖିବା ସହ ଭାରତୀୟ କଳା ଓ ସଂସ୍କୃତି ସହ ନିକଟରୁ ଯୋଡି ହୋଇଥିଲେ | କେନ୍ଦ୍ରୀୟ ମହିଳା ଏବଂ ଵାଳବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ସାକ୍ଷାତକାର ର ଫୋଟୋ ସୋସିଆଲ ମିଡିଆରେ ଶେୟାର କରି ନିଜ ଖୁସି ବ୍ୟକ୍ତ କରିଥିଲେ | BRICS ବଜାରର ଆୟୋଜନ ବୟନ ଶିଳ୍ପ ଓ ବିଦେଶ ମନ୍ତ୍ରାଳୟ ତରଫ ରୁ ନ୍ୟାସନାଲ କ୍ରାଫ୍ଟସ୍ ମ୍ୟୁଜିୟମ ଆଣ୍ଡ୍ ହସ୍ତକଳା ଏକାଡେମୀ ରେ ଆୟୋଜିତ କରାଯାଇଛି | ବଜାର 10 ସେପ୍ଟେମ୍ବର ରୁ ଆରମ୍ଭ ହେଇଥିଲା ଓ 15 ସେପ୍ଟେମ୍ବର ଯାଏ ଚାଲିବ | ଏଠାକୁ ଆସୁଥିବା ଲୋକଙ୍କୁ ପାରମ୍ପରିକ ହସ୍ତତନ୍ତ୍ର,ହସ୍ତକଳା ପ୍ରଡକ୍ଟସ୍ ଓ ଅନ୍ୟ କ୍ରିଏଟିବ ପ୍ରଡକ୍ଟସ୍ ଦେଖିବାକୁ ମିଳୁଛି |
