ଦକ୍ଷିଣ ଅଞ୍ଚଳର ମାଦାପାଟନା ଗାଁ ନିକଟରେ କାଭେରୀ କ୍ରସର ପଥର ଖଣିରେ କାମ ଚାଲୁଥିବା ସମୟରେ ପ୍ରାୟ ୪୦ ଫୁଟ୍ ଉପରୁ ଏକ ବିଶାଳ ପଥର ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଫଳରେ ଅନେକ ଶ୍ରମିକ ଚାପି ହୋଇଯାଇଥିବାବେଳେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ, ସହ ୫ ଜଣ ଗୁରୁତର ଆହତ ।
ହରିୟାଣାର ଅମ୍ବାଲା ଜିଲ୍ଲାରେ ୨୨୦ ଫୁଟ ଗଭୀର ଖୋଲା ବୋରୱେଲରେ ଖସିପଡ଼ି ୪ ବର୍ଷର ଶିଶୁ ନିରବୈର ସିଂହଙ୍କର ମୃତ୍ୟୁ । ଦୀର୍ଘ ୨୧ ଘଣ୍ଟା ଧରି ଚାଲିଥିବା ଅକ୍ଲାନ୍ତ ପ୍ରୟାସ ସତ୍ତ୍ୱେ ପରେ ବୋରୱେଲରୁ ଉଦ୍ଧାର କରାଯାଇଥିଲା।