ଓଡ଼ିଶାର ରାଜନୀତିରେ ପୁଣି ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଉଭୟ ନେତାଙ୍କ ଗସ୍ତର ରାଜନୈତିକ ମହତ୍ତ୍ୱକୁ ନେଇ ଏବେ ଚର୍ଚ୍ଚା ଚାଲିଛି।
ଭୁବନେଶ୍ୱରରେ ରବିବାର ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ସମାରୋହ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବଗଠିତ ୨୮ଟି NAC ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା କରିଛନ୍ତି।
ଉଭୟ ରାଜ୍ୟ ଭିତରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳସମସ୍ୟାର ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାର କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ସରକାର। ବିଜେଡି ମୁଖ୍ୟମନ୍ତ୍ରୀଙ୍କଠୁ ୧୦ଟି ପ୍ରଶ୍ନର ଉତ୍ତର ମାଗିଛି। ମୋହନ ସରକାର ଛତିଶଗଡ଼ ପାଖରେ ଆତ୍ମସମର୍ପଣ କରିନାହାନ୍ତି ତ। ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀର ସ୍ୱାର୍ଥ ସୁରକ୍ଷା କୁଆଡ଼େ ଗଲା।