ନେପାଳ-ଚୀନ୍ ସୀମାରେ ଅଗଷ୍ଟ ୨୬ରେ ଆଇସ୍-ରକ୍ ଆଭାଲାଞ୍ଚ ପରେ ଆସିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ବିପର୍ଯ୍ୟସ୍ତ ହୋଇଛି ଉତ୍ତର ନେପାଳ। ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୧,୩୫୫ରେ ପହଞ୍ଚିଥିବାବେଳେ ୪,୯୯୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ପ୍ରାୟ ୫୮୯ ଜଣ ବିଦେଶୀ ନାଗରିକ ରହିଛନ୍ତି। ଏପର୍ଯ୍ୟନ୍ତ ୧୩,୩୯୬ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୨୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳ ସରକାର ଆଜି ଜାତୀୟ ଶୋକ ଦିବସ ପାଳନ କରୁଥିବାବେଳେ, ନିଖୋଜଙ୍କ ସନ୍ଧାନ ଓ ମୃତଦେହ ଚିହ୍ନଟ ପାଇଁ ଅଭିଯାନ ଜାରି ରହିଛି।
ନେପାଳ-ଚୀନ୍ ସୀମାନ୍ତରେ ଗ୍ଲେସିୟର ଧସିବା ପରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ୧,୨୫୨ରେ ପହଞ୍ଚିଛି। ପ୍ରାୟ ୪,୨୧୬ ଜଣ ନିଖୋଜ ଥିବାବେଳେ ୧୧,୯୯୩ ଜଣ ଉଦ୍ଧାର ହୋଇଛନ୍ତି। ଜଳବିଦ୍ୟୁତ ପ୍ରକଳ୍ପର ଟନେଲ୍ରେ ଫସିଥିବା ଶତାଧିକ ଲୋକଙ୍କୁ ଖୋଜିବା ଅଭିଯାନ ଜାରି ରହିଛି। ଭାରତର ବିହାର ଓ ଉତ୍ତରପ୍ରଦେଶ ସୀମାନ୍ତରେ ମଧ୍ୟ ବନ୍ୟା ପ୍ରଭାବକୁ ନେଇ ସତର୍କତା ବଢ଼ାଯାଇଛି।
ନେପାଳରେ ୪ ଓଡ଼ିଆ ଏବେ ବି ନିଖୋଜ। ପରିବାର ସଦସ୍ୟଙ୍କ DNA ନମୁନା ସଂଗ୍ରହ। ଅଜଣା ମୃତଦେହ ସହ DNA ମ୍ୟାଚିଂ ହେବ। ନେପାଳରେ ସନ୍ଧାନ ଓ ପରିଚୟ ପ୍ରକ୍ରିୟା ଜାରି । ଓଡ଼ିଶା ସରକାର ଓ ଭାରତୀୟ ଦୂତାବାସ ନେପାଳ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟରେ ଅଛନ୍ତି।
ଜଷ୍ଟିସ ଶିବଗଣନମ ତାମିଲ ତୀର୍ଥଯାତ୍ରୀଙ୍କ ଏକ ଗ୍ରୁପରେ ନେପାଳ ଯାଇଥିଲେ। ତାଙ୍କ ସହ ବସରେ ଯାତ୍ରା କରୁଥିବା ଲୋକଙ୍କ ସହ ତାଙ୍କର ଫଟୋ ଅଛି। ଅଗଷ୍ଟ ୨୬ ସକାଳେ ସେ ପତ୍ନୀଙ୍କୁ ଓ୍ୱାଟସଆପରେ ଫୋନ୍ କରିଥିଲେ। ଏହା ପରେ ତାଙ୍କ ସହ କୌଣସି ସମ୍ପର୍କ ହୋଇପାରୁନି।