କଳାହାଣ୍ଡିର ମାଟିରେ ମା’ଙ୍କ ଛତର ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଇତିହାସ, ରାଜପରମ୍ପରା ଓ ଜନଆସ୍ଥାର ଅନନ୍ୟ ସଙ୍ଗମ। ଏହି ମହାନ ପରମ୍ପରା ପଛରେ ଲୁଚି ରହିଛି ଅନେକ ଐତିହାସିକ କାହାଣୀ।
ମହାଳୟା ଅବସରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା’ଙ୍କ ଦର୍ଶନ କରିବା ସହ ନିଜ ପରିବାରର ମଙ୍ଗଳ କାମନା ଏବଂ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ ପାଇଁ ଶ୍ରଦ୍ଧାଳୁମାନେ ପୀଠରେ ପହଞ୍ଚିଛନ୍ତି।