ବ୍ରହ୍ମପୁର ସହରର ପ୍ରସିଦ୍ଧ ଓ ପ୍ରାୟ ୩ ଶହ ବର୍ଷର ପୁରୁଣା ପାରମ୍ପରିକ କଣ୍ଢେଇ ଯାତ୍ରା ଚଳିତ ବର୍ଷ ମଧ୍ୟ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଶାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପାସାହିରେ ଆୟୋଜିତ ଏହି ନିଆରା ଯାତ୍ରାରେ ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତିନିଜଣ ଅଭିଯୁକ୍ତଙ୍କ ଡିସଚାର୍ଜ ପିଟିସନ ଉପରେ ଆଜି ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ ବୋଲି ମାନ୍ୟବର ତୃତୀୟ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।