୮ ତାରିଖରେ ଓଡ଼ିଶା ବନ୍ଦ। ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଥିବା ନବନିର୍ମାଣ କୃଷକ ସଂଗଠନକୁ ସମର୍ଥନ କରିବନି ବୋଲି ସଫା ସଫା ଶୁଣାଇଦେଇଛି କଂଗ୍ରେସ। ଇଣ୍ଡିମେଣ୍ଟ ବି ସାମିଲ ହେବନି। କାରଣ ଏହାକୁ ନେଇ ବାମଦଳ ସହ ମତଭେଦ ଥିବା କଥା ସ୍ପଷ୍ଟ କରିଛନ୍ତି ଭକ୍ତ।ଆଗକୁ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି ବିଜେଡି
ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ବଳରେ ଖଣିଜ ସମ୍ପଦ ଉପରେ ଟିକସ କି ଲେଭି ବସାଇପାରିବେନି ସରକାର। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅବଜ୍ଞା କରି ଏଭଳି ଏକପାଖିଆ ନିଷ୍ପତ୍ତିକୁ କେରଳ ଓ ଝାଡ଼ଖଣ୍ଡ ସରକାର ବିରୋଧ କରିଛନ୍ତି। ଓଡ଼ିଶାରେ ବିଜେଡି, କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ ସରକାରଙ୍କ ଉଦାସୀନତାକୁ ବିରୋଧ କରିଛନ୍ତି।