ଡିସେମ୍ୱର ୧ ସୁଦ୍ଧା ସରେଣ୍ଡର କରିବାକୁ ଦେଲେ ନିର୍ଦ୍ଦେଶ। ଏହା ସହ ୪ ସପ୍ତାହ ଭିତରେ ତଦନ୍ତ ସାରିବାକୁ ବିହାର ପୁଲିସକୁ ବି ଦେଲେ ଆଦେଶ। ଦଳବିରୋଧୀ କାର୍ଯ୍ୟକଳାପରେ ଜେଡିୟୁରୁ ବହିଷ୍କୃତ ହୋଇସାରିଛନ୍ତି ଅନନ୍ତ ସିଂ।ଅପରାଧର ଗମ୍ଭୀରତା ଓ ଅନନ୍ତ ସିଂଙ୍କ ପୁରୁଣା ଅପରାଧିକ ଇତିହାସକୁ ଧ୍ୟାନ ଦେଇନାହାନ୍ତି ପାଟନା ହାଇକୋର୍ଟ।
ମୋକାମାର ବିଧାୟକ ଅନନ୍ତ ସିଂଙ୍କୁ ଜେଡିୟୁରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଆଉ ଏବେ ତାଙ୍କ ପତ୍ନୀ ନିଲମ ଦେବୀଙ୍କୁ ପାଟନାସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ଡେଡଲାଇନ ଦିଆଯାଇଛି। ନଭେମ୍ୱର ୨୫ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ମହଲତ ଦିଆଯାଇଛି। ନିଲମ ଦେବୀଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମନ୍ୱୟ କମିଟି ସଦସ୍ୟ ଭାବେ ଉପମନ୍ତ୍ରୀ ମାନ୍ୟତା ଦିଆଯାଇଥିଲା।