ପୁରୁଷ ବନ୍ଧୁ ସହଯୋଗରେ ସ୍ୱାମୀକୁ ହତ୍ୟା କରି ବିଲରେ ଫିଙ୍ଗିଲା ସ୍ତ୍ରୀ; ସ୍ତ୍ରୀ ଓ ପୁରୁଷବନ୍ଧୁ ଗିରଫ
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସାଗରପାଲି ସାହୁପଡା ଡୁଙ୍ଗୁରିପଡା ଗାଁରେ ପୁରୁଷ ବନ୍ଧୁର ସହଯୋଗରେ ସ୍ୱାମୀକୁ ହତ୍ୟା କରି ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ସ୍ତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି।

ଝାରସୁଗୁଡା: ପୁରୁଷ ବନ୍ଧୁ ସହଯୋଗରେ ସ୍ୱାମୀକୁ ହତ୍ୟା କରି ବିଲରେ ଫିଙ୍ଗିଲା ସ୍ତ୍ରୀ । ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପୁରୁଷ ବନ୍ଧୁର ସହଯୋଗରେ ସ୍ୱାମୀକୁ ହତ୍ୟା କରି ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ସ୍ତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି। ମୃତକ ହେଲେ ଶକ୍ତିଧର ସାହୁ। ଅଭିଯୁକ୍ତ ସ୍ତ୍ରୀ ଗୀତା ମିର୍ଦ୍ଧା ଏବଂ ତାଙ୍କ ପୁରୁଷ ବନ୍ଧୁ ଟିକିନୁ କିସାନ ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଶକ୍ତିଧର ଓ ଗୀତା ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ସେ ସମୟରେ ଟିକିନୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବଚସା ବେଳେ ଟିକିନୁ ଶକ୍ତିଧରକୁ ଠେଲାପେଲା କରି ତଳେ ପକାଇ ଦେଇଥିଲେ । ପରେ ଗୀତା ଏକ ଖଟର କାଠ ପୁହାରେ ଶକ୍ତିଧରଙ୍କ ମୁଣ୍ଡରେ ଆକ୍ରମଣ କରିଥିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହ କୁ ନିକଟସ୍ଥ ବିଲରେ ଫିଙ୍ଗି ଦେଇଥିଲେ। ଘଟଣା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
