ଓ୍ୱେଲକମ୍ ଟୁ ଦି ଜଙ୍ଗଲ ଫିଲ୍ମର ଟ୍ରେଲର ଲଞ୍ଚ, ଆସିଲେନି ପରେଶ, ସୁନୀଲ ଓ ରବୀନା!
‘Welcome To The Jungle’ ୨୬ ଜୁନ୍ ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିବ। ତେବେ ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପରେଶ, ସୁନୀଲ ଓ ରବୀନା ଉପସ୍ଥିତ ନଥିଲେ।

ଓ୍ୱେଲକମ୍ ଟୁ ଦି ଜଙ୍ଗଲ ଫିଲ୍ମର ଟ୍ରେଲର ଲଞ୍ଚ। ଅକ୍ଷୟ କୁମାର ଅଭିନୀତ ଏହି ଫିଲ୍ମର ଲଞ୍ଚ ସେରିମନିକୁ କିନ୍ତୁ ଆସିଲେନି ପରେଶ ରାଓ୍ୱଲ, ସୁନୀଲ ସେଟ୍ଟୀ ଓ ରବୀନା। ଯଦିଓ ଫିଲ୍ମରେ ଏମାନେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଡ୍ୟୁସର ଫିରୋଜ ନଡିଆଡ଼ାଓ୍ୱାଲା, ଲାରା ଦତ୍ତ ବି ଆସିଲେନି। ବହୁ ପ୍ରତୀକ୍ଷିତ ବଲିଉଡ୍ କମେଡି ଫିଲ୍ମ Welcome To The Jungleର ଅଫିସିଆଲ୍ ଟ୍ରେଲର ଆଜି ଭବ୍ୟ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି। ଫିଲ୍ମଟି Welcome ଫ୍ରାଞ୍ଚାଇଜ୍ର ତୃତୀୟ ଫିଲ୍ମ ଏବଂ ଏହାର ଟ୍ରେଲର ମୁକ୍ତି ପରେ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ରେଲରରେ ଅକ୍ଷୟ କୁମାରଙ୍କ କମେଡି ଟାଇମିଂ ଓ ଅନନ୍ୟ ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ବିଶେଷକରି ସୁନୀଲ ସେଟ୍ଟୀଙ୍କ ସହ ତାଙ୍କ ପୁନର୍ମିଳନ ‘Hera Pheri’ ସ୍ମୃତିକୁ ଫେରାଇ ଆଣିଛି। ଟ୍ରେଲରରେ ଭରପୂର କମେଡି, ଆକ୍ସନ୍, ଭୁଲଭୁଲିଆ ପରିସ୍ଥିତି ଓ ମଜାଦାର ଡାଏଲଗ୍ ଦେଖିବାକୁ ମିଳିଛି। ଟ୍ରେଲର ଲଞ୍ଚ ପୂର୍ବରୁ ରବୀନା ଟଣ୍ଡନ, ଅକ୍ଷୟ କୁମାର ଓ ସୁନୀଲ ଶେଟ୍ଟୀଙ୍କ ‘Mohra’ ଯୁଗର ପୁନର୍ମିଳନ ମଧ୍ୟ ଚର୍ଚ୍ଚାରେ ଥିଲା। ତିନି ଦଶକ ପରେ ଏହି ତାରକାମାନଙ୍କୁ ପୁଣି ଏକାଠି ଦେଖିବାକୁ ପାଇ ଫ୍ୟାନମାନେ ଉତ୍ସାହିତ ହୋଇଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅହମ୍ମଦ ଖାନ୍। ଏଥିରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ରବିନା ଟଣ୍ଡନ, ପରେଶ ରାଓ୍ୱଲ, ଅର୍ସଦ ଓ୍ୱାରସି, ଜନି ଲିଭର, ରାଜପାଲ ଯାଦବ, ଜାକଲିନ ଫର୍ଣ୍ଣାଣ୍ଡିଜ୍, ଦୀଶା ପଟ୍ଟାନୀଙ୍କ ସମେତ ଏକ ବଡ଼ ଷ୍ଟାର ଗ୍ରୁପ ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ୍ ପରେ X ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫ୍ୟାନମାନେ ଅକ୍ଷୟ କୁମାରଙ୍କ ପୁରୁଣା ‘ରାଜୀବ’ ଚରିତ୍ରର କମବ୍ୟାକକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଅନେକ ଏହାକୁ ଥଟ୍ଟା ପରିହାସରେ ଭରପୂର ଏକ ମନୋରଞ୍ଜନ ପ୍ୟାକେଜ୍ ବୋଲି କହିଛନ୍ତି। ‘Welcome To The Jungle’ ୨୬ ଜୁନ୍ ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିବ। ତେବେ ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପରେଶ, ସୁନୀଲ ଓ ରବୀନା ଉପସ୍ଥିତ ନଥିଲେ। ଟ୍ରେଲର ଲଞ୍ଚରେ ପ୍ରମୁଖ ଭାବେ ଅକ୍ଷୟ କୁମାର, ଅହମଦ ଖାନ୍, ଅର୍ସଦ ଓ୍ୱାରସି, ଜାକଲିନ ଫର୍ଣ୍ଣାଣ୍ଡିଜ୍, ଦିଶା ପଟ୍ଟାନି, ଜନି ଲିଭର ଯୋଗ ଦେଇଥିଲେ। ତେବେ ଏହି ତିନି ତାରକାଙ୍କ ଅନୁପସ୍ଥିତିକୁ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ବିବାଦ କିମ୍ୱା ମତଭେଦର କାରଣ ଦର୍ଶାଯାଇନାହିଁ। ରବୀନା ଟଣ୍ଡନ ଟ୍ରେଲର ଲଞ୍ଚ ପୂର୍ବରୁ ଅକ୍ଷୟ କୁମାର ଓ ସୁନୀଲ ଶେଟ୍ଟୀଙ୍କ ସହ ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ଦେଖାଯାଇଥିଲେ, ଏଥିରୁ ସେ ଫିଲ୍ମରୁ ଦୂରତା ରଖିବା ଭଳି କୌଣସି ସଙ୍କେତ ମିଳୁନାହିଁ। ସେହିପରି ପରେଶ ରାଓ୍ୱଲ ଓ ସୁନୀଲ ସେଟ୍ଟୀ ଫିଲ୍ମର ମୁଖ୍ୟ କଳାକାର ତାଲିକାରେ ଅଛନ୍ତି ଏବଂ ଟ୍ରେଲରରେ ମଧ୍ୟ ନଜର ଆସିଛନ୍ତି। ତେବେ ଏହି ୩ ଜଣ ଜାଣିଶୁଣି ଟ୍ରେଲର ଲଞ୍ଚକୁ ବୟକଟ୍ କରିଥିବା ଖବରର ପୁଷ୍ଟି ହୋଇନି।
