Viral Protest Slogan:ଏକ କଚୋଡ଼ି, ଦୋ ସମୋସା ନାରା- ପୁରୁଷ ସମାଜକୁ କାହିଁକି ଟାର୍ଗେଟ?
ଏହାରି ଭିତରେ ଏକ କଚୋଡ଼ି, ଦୋ ସମୋସା, ଇନ ମର୍ଦ୍ଦୋକା କ୍ୟା ଭରସାର ନାରାବାଜିର ଭାଇରାଲ ଭିଡ଼ିଓକୁ ନେଇ ସବୁଠି ଚର୍ଚ୍ଚା। ଏହି ନାରାକୁ ନେଇ ବିତର୍କର ପାହାଡ଼ ଛିଡ଼ା ହୋଇଛି। କାରଣ ଅନେକ ୟୁଜର୍ସ କହିଲେଣି, ଅପରାଧ କେହି ବି କରିପାରନ୍ତି। ସମସ୍ତ ପୁରୁଷ ଏକ ନୁହଁନ୍ତି। ଆଉ କେହି କହିଲେଣି, ପୁରୁଷ ମହିଳାଙ୍କ ସୁରକ୍ଷା କରିଥାଆନ୍ତି। ଭୁଲ୍ କରୁଥିବା ବ୍ୟକ୍ତି ଯେକୌଣସି ଲିଙ୍ଗର ହୋଇପାରେ। ପୁରା ପୁରୁଷ ସମାଜକୁ ଏହା ସହ ଯୋଡ଼ିବା ଅନୁଚିତ।

ସମୟ ବଦଳୁଛି। ଏହା ସହ ଯୁଗ ବି। ଏହାକୁ ତାଳ ଦେଇ ସ୍ଲୋଗାନ ଓ ବିରୋଧାଭାସର ଉପାୟ ବି ବଦଳିବାରେ ଲାଗିଛି। ଦିଲ୍ଲୀରେ କାଲକାଜି ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀ ୟୁନିଭରସିଟିର ଅନେକ ଛାତ୍ରୀ କ୍ୟାମ୍ପସକୁ ଓହ୍ଲାଇ ପୁରୁଷ ସମାଜ ବିରୁଦ୍ଧରେ ଜୋରଦାର ନାରାବାଜି କରିଥିଲେ। ଲେଡି ଶ୍ରୀରାମ, ଗାର୍ଗି ଓ ମିରାଣ୍ଡା ହାଉସ ଭଳି ପ୍ରମୁଖ କଲେଜର ପ୍ରାୟ ୨ଶହ ଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ। ଏମାନଙ୍କ ପ୍ରଦର୍ଶନର ଖାସ୍ କଥା ଥିଲା କି, ଏମାନେ ଚିରାଚରିତ ପୁରୁଣା ଓ ପ୍ରାୟ ମରିସାରିଥିବା ନାରା ବଦଳରେ ଜେନ୍-ଜି ଅନ୍ଦାଜରେ ପୁରୁଷ ସମାଜକୁ କଡ଼ା ସନ୍ଦେଶ ଦେଇଥିଲେ। ବିଶେଷ କରି ଯେଉଁ ପୁରୁଷ ମହିଳାଙ୍କ ସହ କିଛି ଭୁଲ କରିବାକୁ ପ୍ରୟାସ କରନ୍ତି ବା ମନରେ ରଖିଥାଆନ୍ତି। ଗୋଟିଏ କଚୋଡ଼ି, ଦୁଇଟି ସିଙ୍ଗଡ଼ା ନାରା ଆଜି କାହିଁକି ଜୋରଦାର ହେଉଛି ଭାଇରାଲ। ଲୋକେ କାହିଁକି ଏହାକୁ ଦେଖି କହୁଛନ୍ତି, ଦୁନିଆରେ ଯାହା ବି ହୋଇଯାଉ। ଏହି ନାରା ସହ ତାରକ ମେହେଟ୍ଟାଙ୍କ ସହ ରିଲେସନ ପଦାକୁ ବାହାରିଯାଉଛି। ମହିଳା ସୁରକ୍ଷାକୁ ନେଇ ଦିଲ୍ଲୀର ବିଭିନ୍ନ ଜାଗାରେ ଆନ୍ଦୋଳନ ଦେଖିବାକୁ ମିଳୁଛି। ଏହାରି ଭିତରେ ଏକ କଚୋଡ଼ି, ଦୋ ସମୋସା, ଇନ ମର୍ଦ୍ଦୋକା କ୍ୟା ଭରସାର ନାରାବାଜିର ଭାଇରାଲ ଭିଡ଼ିଓକୁ ନେଇ ସବୁଠି ଚର୍ଚ୍ଚା। ଏହି ନାରାକୁ ନେଇ ବିତର୍କର ପାହାଡ଼ ଛିଡ଼ା ହୋଇଛି। କାରଣ ଅନେକ ୟୁଜର୍ସ କହିଲେଣି, ଅପରାଧ କେହି ବି କରିପାରନ୍ତି। ସମସ୍ତ ପୁରୁଷ ଏକ ନୁହଁନ୍ତି। ଆଉ କେହି କହିଲେଣି, ପୁରୁଷ ମହିଳାଙ୍କ ସୁରକ୍ଷା କରିଥାଆନ୍ତି। ଭୁଲ୍ କରୁଥିବା ବ୍ୟକ୍ତି ଯେକୌଣସି ଲିଙ୍ଗର ହୋଇପାରେ। ପୁରା ପୁରୁଷ ସମାଜକୁ ଏହା ସହ ଯୋଡ଼ିବା ଅନୁଚିତ। ଅନ୍ୟପଟେ ତାରକ ମେହେଟ୍ଟା ଲଭର୍ସଙ୍କ କାନ କହିଲାଣି, କେଉଁଠି ତ ଏହି ନାରା ଶୁଣିଛି। ଏହାର ଅରିଜିନକୁ ଖୋଜିକି କାଢ଼। ଦିଲ୍ଲୀରେ ମହିଳା ସୁରକ୍ଷାକୁ ନେଇ ଏହି ପ୍ରତିବାଦର ନାରା ବିବାଦ ଓ ବିତର୍କ ସୃଷ୍ଟି କରିଛି। ମହିଳା ସୁରକ୍ଷା ମୁଦ୍ଦା ଉପରେ ଏହି ନାରା ସାଧାରଣ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଗଲା କିଛି ଦିନ ହେଲା ମହିଳା ବିରୋଧୀ ହିଂସା ବୃଦ୍ଧିକୁ ନେଇ ଦିଲ୍ଲୀ ୟୁନିଭରସିଟିରୁ ନେଇ ସାଧାରଣ ମହିଳା ରାସ୍ତାକୁ ଓହ୍ଲାଇ ରାଲି ଓ ମାର୍ଚ୍ଚ କରୁଛନ୍ତି। କିନ୍ତୁ ସେମାନଙ୍କ ଏକ କଚୋଡ଼ି, ଦୋ ସମୋସା ନାରା ଇଣ୍ଟରନେଟରେ ପ୍ରଖ୍ୟାତ ହୋଇଗଲା। ଏତିକିରେ ବି ଅଟକିନଥିଲା ଏ ନାରା। ଏହାର ତାଲିକା ଆହୁରି ଲମ୍ୱା ଥିଲା। ମେରେ ସିର୍ମେ ଦର୍ଦ ହେ, ଇସକା କାରଣ ମର୍ଦ୍ଦ ହେ। ନାରୀ ଅପନେ ଆପ୍ କି, ନହିଁ କିସିକେ ବାପ କି। ତୋଡ୍ କର ରଖ ଦୋ ଓ୍ୱ ସମାଜ, ନାରୀ ଜିସମେ ବନ୍ଧି ହେ ଆଜ୍। ତାହେଲେ ଏକ କଚୋଡ଼ି ନାରାକୁ ତାରକ ମେହେଟ୍ଟା ସୋ ସହ କାହିଁକି ଯୋଡ଼ା ଯାଉଛି। ତାରକ ମେହେଟ୍ଟା ଉଲଟା ଚଷମା ସୋର ଏକ ଏପିସୋଡରେ ଜିପିଏଲ (ଗୋକୁଳଧାମ ପ୍ରିମିୟର ଲିଗ୍,କ୍ରିକେଟ ମ୍ୟାଚ)ରେ ଆଗ ଦୟା ନିଜ ଅହମଦାବାଦର ପୋଲ ପାଖରେ ନିଜ ଗଳିର ଲୋକଙ୍କ ସହ କଥା ହେଉଛି। ଏହାରି ଭିତରେ ପ୍ଲେଟରେ ଗୋଟିଏ କଚୋଡ଼ି, ଦୁଇଟି ସିଙ୍ଗଡା ନେଇ କଲ୍ କରି ଦୟାକୁ ଜଣେ ଲୋକ କହୁଛି, ହାଲୋ। ଦୟାବେନ୍ ସଚିନ କହୁଛି। ଏକ କଚୋଡ଼ି, ଦୋ ସମୋସା, ଜିଜାକା ଟିମ୍ କା କ୍ୟା ଭରୋସା। ଏହାର ଜବାବରେ ଦୟା କହିଥିଲା, କଅଣ କରିବି। ଏହା ତ ମୋ ଲାଗି ଧର୍ମସଂକଟର କଥା।
