ଭଡୋଦରା ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ, ୩୦ ଆହତ
ଭଡୋଦରା: ଗୁଜରାଟର ଭଡୋଦରା–ଜରୋଦ୍ ରାସ୍ତାର କୋଟାମ୍ବି ଗାଁ ନିକଟରେ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ପ୍ରାଇଭେଟ୍ ଲକ୍ଜୁରୀ ବସ୍ ସ୍ଥିର ଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ,୩୦ ଜଣ ଆହତ ହୋଇଛନ୍ତି।

ଭଡୋଦରା: ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଲା ବସ, ୬ ଜଣ ଯାତ୍ରୀ ମୃତ,୩୦ ଜଣ ଆହତ । ଗୁଜରାଟର ଭଡୋଦରା–ଜରୋଦ୍ ରାସ୍ତାର କୋଟାମ୍ବି ଗାଁ ନିକଟରେ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ପ୍ରାଇଭେଟ୍ ଲକ୍ଜୁରୀ ବସ୍ ସ୍ଥିର ଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ବସ୍ ଡ୍ରାଇଭର ସହ ୬ ଜଣ ଯାତ୍ରୀଙ୍କ ମୃତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ । ପୋଲିସ ସୂଚନା ଅନୁସାରେ, ଟ୍ରକ୍ଟି ରାସ୍ତା କଡ଼ରେ ଛିଡା ହୋଇ ଡ୍ରାଇଭର ଟାୟାର ପ୍ରେସର ଯାଞ୍ଚ କରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସିଥିବା ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣା ବସ୍ଟି ରାଜସ୍ଥାନରୁ ସୁରତକୁ ଯାଉଥିବାବେଳେ ଭଡୋଦରା–ହାଲୋଲ ହାଇୱେର କୋଟାମ୍ବି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କାର ତୀବ୍ରତା ଏତେ ଜୋରଦାର ଥିଲା ଯେ ବସ୍ର ସାମ୍ନା ପଟ ସମ୍ପୂର୍ଣ୍ଣ ଚାପିଯାଇଥିଲା ଏବଂ ଅନେକ ଯାତ୍ରୀ ଭିତରେ ଫସି ଯାଇଥିଲେ। ଜୋରଦାର ଧକ୍କା ଯୋଗୁଁ ବସ୍ ଭିତରେ ଥିବା ପାଞ୍ଚ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକ ଦୁର୍ଘଟଣା ଶବ୍ଦ ଶୁଣିବା ପରେ ସହାୟତା ପାଇଁ ଦୌଡି ଆସିଥିଲେ । ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷୀୟ ଶିଶୁ ସମେତ ୬ ଜଣ ରହିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ, ପୋଲିସ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରି ଭିତରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଆହତମାନଙ୍କୁ ତୁରନ୍ତ ଭଡୋଦରା SSG ହସ୍ପିଟାଲକୁ ପଠାଯାଇଛି। ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିଲେ । ପରେ ହାଇୱେରେ ଯାତାୟାତ ଠପ ଯାଇଥିଲା , ପରେ ରାସ୍ତା ସଫା ପରେ ଯାତାୟାତ ସୋଭାବିକ ହୋଇଥିଲା । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

