ଆର୍ଜେଣ୍ଟିନା ପାଇଁ ଅନଲକି ରେଫରି!
ଆର୍ଜେଣ୍ଟିନା ଓ ସ୍ପେନ୍ ଭିତରେ ନ୍ୟୁଜର୍ସି ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ସ୍ଲାବକୋ ମୁଖ୍ୟ ରେଫରି ଭୂମିକା ନିର୍ବାହ କରିବେ। ୨୦୨୨ ବିଶ୍ୱକପରେ ଗ୍ରୁପରାଉଣ୍ଡରେ ଆର୍ଜେଣ୍ଟିନା ହେରାଫେରିର ଶୀକାର ହୋଇଥିବା ଅଭିଯୋଗ ହୋଇଥିଲା। ସାଉଦି ଆରବରୁ ଟିମ୍ ହାରିବା ପରେ ସମସ୍ତଙ୍କୁ ଚମକାଇଦେଇଥିଲା। ସେ ମୁକାବିଲାରେ ସ୍ଲାବକୋ ବିନସିକ ରେଫରିର ଭୂମିକା ତୁଲାଉଥିଲେ।

ଜୁଲାଇ ୧୯ରେ ଫିଫା ବିଶ୍ୱକପ୍ ଫାଇନାଲ। ଆର୍ଜେଣ୍ଟିନା ଓ ସ୍ପେନ ଭିତରେ ଚାମ୍ପିଅନ ଟ୍ରଫି ପାଇଁ ହେବ ବିଗ୍ ଫାଇଟ୍। ତେବେ ଆର୍ଜେଣ୍ଟିନା ଲାଗି ଅନଲକି ରେଫରି ସ୍ଲାବକୋ ବିନସିକଙ୍କୁ ମୁଖ୍ୟ ରେଫରି ଭୂମିକା ଦେଇଛି ଫିଫା। ଫିଫା ସମସ୍ତ ମ୍ୟାଚ୍ ଅଫିସିଏଟିଂ ନାଁ ଘୋଷଣା କରିଛି। ଆର୍ଜେଣ୍ଟିନା ଓ ସ୍ପେନ୍ ଭିତରେ ନ୍ୟୁଜର୍ସି ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ସ୍ଲାବକୋ ମୁଖ୍ୟ ରେଫରି ଭୂମିକା ନିର୍ବାହ କରିବେ। ସ୍ଲାବକୋଙ୍କୁ ସହାୟତା ଲାଗି ଟୋମାଜ କ୍ଲେଞ୍ଚନିକ୍ ଆସିଷ୍ଟାଣ୍ଟ ରେଫରି-୧ ଓ ଏଣ୍ଡ୍ରାଜ୍ କାଓ୍ୱାଚିକ୍ ଆସିଷ୍ଟାଣ୍ଟ ରେଫରି-୨ ଭୂମିକା ନିର୍ବାହ କରିବେ। ଅଧମ ମଖାଦମେହ ଚୌଥେ ଅଧିକାରୀ ଓ ମହମ୍ମଦ ଅଲ୍କାଲାଫ ରିଜର୍ଭ ଆସିଷ୍ଟାଣ୍ଟ ରେଫରି ରହିବେ। ୪୬ ବର୍ଷୀୟ ସ୍ୱାବକୋଙ୍କ ଲାଗି ଏହା ପ୍ରଥମ ବଡ଼ ବିଶ୍ୱକପ ଫାଇନାଲ। ଯେବେ ଫାଇନାଲରେ ରେଫରି ଲାଗି ତାଙ୍କ ନାଁ ଘୋଷଣା ହେଲା, ସେ ଭାବୁକ ହୋଇପଡ଼ିଥିଲେ। ସେ ୨୦୨୨ରେ କତାର ବିଶ୍ୱକପରେ ନିଜ ବିଶ୍ୱକପ୍ କ୍ୟାରିଅର ଆରମ୍ଭ କରିଥିଲେ। ସେ ଦୁଇଟି ମ୍ୟାଚରେ ରେଫରି ଦାୟିତ୍ୱ ତୁଲାଇଥିଲେ। ଫିଫା ବିଶ୍ୱକପ ୨୦୨୬ରେ ସେ ଏଯାଏଁ ୩ଟି ମ୍ୟାଚରେ ରେଫରି ରହିଆସିଛନ୍ତି। ଫାଇନାଲ ତାଙ୍କ ବିଶ୍ୱକପ୍ କ୍ୟାରିଅରର ଷଷ୍ଠ ମୁକାବିଲା ହେବ। ସ୍ଲାବକୋ ୨୦୧୦ରୁ ଫିଫା ସହ ତାଲିକାଭୁକ୍ତ ରହିଛନ୍ତି। ସେ ତାଙ୍କ କ୍ୟାରିଅରରେ ବଡ଼ ବଡ଼ ମୁକାବିଲାରେ ସାମିଲ ଅଛନ୍ତି। ୨୦୨୪ ଚାମ୍ପିଅନ୍ସ ଲିଗ୍ ଫାଇନାଲ ବି ସାମିଲ ଅଛି। ଯେଉଁଥିରେ ରିୟଲ ମାଡ୍ରିଡ ଓ ବୋରୁସିୟା ଡାର୍ଟମୁଣ୍ଡ ଭିତରେ ଲଢ଼େଇ ଚାଲିଥିଲା। ଏହା ବ୍ୟତୀତ ୟୁରୋପୀୟ ଚାମ୍ପିଅନସିପ୍, ବିଶ୍ୱକପ୍ କ୍ୱାଲିଫାୟାର, ୟୁରୋପ ଲିଗ୍, ନେସନ ଲିଗ୍ ଓ କ୍ଲବ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ରେଫରି ଭୂମିକା ଦାୟିତ୍ୱ ତୁଲାଇଛନ୍ତି। ୨୦୨୨ ବିଶ୍ୱକପରେ ଗ୍ରୁପରାଉଣ୍ଡରେ ଆର୍ଜେଣ୍ଟିନା ହେରାଫେରିର ଶୀକାର ହୋଇଥିବା ଅଭିଯୋଗ ହୋଇଥିଲା। ସାଉଦି ଆରବରୁ ଟିମ୍ ହାରିବା ପରେ ସମସ୍ତଙ୍କୁ ଚମକାଇଦେଇଥିଲା। ସେ ମୁକାବିଲାରେ ସ୍ଲାବକୋ ବିନସିକ ରେଫରିର ଭୂମିକା ତୁଲାଉଥିଲେ। ଏବେ ଆଉ ଥରେ ଆର୍ଜେଣ୍ଟିନା ମ୍ୟାଚରେ ରେଫରି ଭାବେ ସ୍ଲାବକୋ ଫାଇନାଲରେ ପହଞ୍ଚିଛି।
