Khaira Athletic Competition:୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
ଔପଦା ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଓ ଦୌଡ଼ ପ୍ରତିଯୋଗିତା ତଥା ଚୟନ ପ୍ରକ୍ରିୟା ଆଜି ଚିଞ୍ଚିଡ଼ା ଖେଳ ପଡ଼ିଆରେ ଏକ ମନୋରମ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ଔପଦା ବ୍ଲକ୍ର ଚାରିଗୋଟି ଜୋନ୍ରୁ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ା ଓ ଦୌଡ଼ ପ୍ରତିଯୋଗିତାରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।

ଔପଦା ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଓ ଦୌଡ଼ ପ୍ରତିଯୋଗିତା ତଥା ଚୟନ ପ୍ରକ୍ରିୟା ଆଜି ଚିଞ୍ଚିଡ଼ା ଖେଳ ପଡ଼ିଆରେ ଏକ ମନୋରମ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ଔପଦା ବ୍ଲକ୍ର ଚାରିଗୋଟି ଜୋନ୍ରୁ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ା ଓ ଦୌଡ଼ ପ୍ରତିଯୋଗିତାରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ୧୪ ଓ ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକାମାନେ ବିଭିନ୍ନ ବିଭାଗରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରିଣୀ ସୀତା ହାଂଶଦା ସଭାପତିତ୍ୱ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିଶି ଲିପ୍ସା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାକର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ାର ଗୁରୁତ୍ୱ ଓ ଶୃଙ୍ଖଳା ବିଷୟରେ ଉଦ୍ବୋଧନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ମୁନି ସିଂ, ଅଘିରାପଦା ସରପଞ୍ଚ ଅନୁପମା ବିଶ୍ୱାଳ, ସମିତି ସଭ୍ୟା ଶିକ୍ଷା ନାୟକ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବ୍ଲକ୍ କ୍ରୀଡ଼ା ସମ୍ପାଦକ ଚକ୍ରଧର ଜେନା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିବା ବେଳେ କୃଷ୍ଣଚନ୍ଦ୍ର ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଚୟନ ପ୍ରକ୍ରିୟା ମାଧ୍ୟମରେ ଉତ୍ତୀର୍ଣ୍ଣ କ୍ରୀଡ଼ାବିତ୍ମାନେ ପରବର୍ତ୍ତୀ ସ୍ତରର ପ୍ରତିଯୋଗିତାରେ ବ୍ଲକ୍କୁ ପ୍ରତିନିଧିତ୍ୱ କରିବେ।
