ପ୍ରୟାଗରାଜରେ ଟ୍ରିପଲ ମର୍ଡର
ସୋମବାର ରାତି ସାଢ଼େ ଗୋଟାଏ ପାଖାପାଖି ଏ ଘଟଣା ଘଟିଥିବା ଅନୁମାନ କରାଯାଉଛି। ୩ଜଣ ଶୋଇଥିବା ବେଳେ ହତ୍ୟା କରାଯାଇଛି। ଗରମରୁ ଘର ବାହାରେ ଶୋଇଥିଲେ ୩ଜଣ।

ପ୍ରୟାଗରାଜରେ ଟ୍ରିପଲ ମର୍ଡର। ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। କୁକରକଟଓ୍ୱା ଗାଁରେ ୩ ବୟସ୍କଙ୍କୁ ନୃଶଂସ ହତ୍ୟା। ମୃତକ ହେଲେ ୬୫ ବର୍ଷୀୟ ଶ୍ୟାମଲାଲ ଗୁପ୍ତା, ୫୫ ବର୍ଷୀୟା ଅମରାବତୀ ଦେବୀ ଓ ୫୦ବର୍ଷୀୟା ଇନ୍ଦ୍ରାବତୀ ଦେବୀ (ମଞ୍ଜୁ)। ଶ୍ୟାମଲାଲ ଓରଫ କଲ୍ଲୁ, ତାଙ୍କ ପତ୍ନୀ ମଞ୍ଜୁ ଓ ଭାଉଜ ଅମରାବତୀଙ୍କୁ ହତ୍ୟା କରାଯାଇଛି। ସୋମବାର ବିଳମ୍ୱିତ ରାତିରେ ମର୍ଡର। ଆଜି ସକାଳୁ ୩ଜଣଙ୍କ ଶବ ଘରୁ ୨୦ ମିଟର ଦୂରରେ ପଡ଼ିଥିଲା। ମେଜା ଥାନା ଅନ୍ତର୍ଗତ ନୀବୀ କୁକୁରକଟଓ୍ୱା ଗାଁରେ ସୋମବାର ବିଳମ୍ୱିତ ରାତିରେ ୩ ଜଣଙ୍କ ମୁଣ୍ଡକୁ ଛେଚି ନିର୍ମମ ହତ୍ୟା କରାଯାଇଛି। ପୁଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ଲାଗି ପଠାଇଛି। ଏହି ନୃଶଂସ ହତ୍ୟାକାଣ୍ଡ ପରେ ଗାଁରେ ଆତଙ୍କ ଖେଳିଯାଇଛି। ସୋମବାର ରାତି ସାଢ଼େ ଗୋଟାଏ ପାଖାପାଖି ଏ ଘଟଣା ଘଟିଥିବା ଅନୁମାନ କରାଯାଉଛି। ୩ଜଣ ଶୋଇଥିବା ବେଳେ ହତ୍ୟା କରାଯାଇଛି। ଗରମରୁ ଘର ବାହାରେ ଶୋଇଥିଲେ ୩ଜଣ। ହତ୍ୟା ପଛର ପ୍ରକୃତ କାରଣ ଓ କିଏ ମାରିଲା, ତାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି।
