୬କୋଟିର ସାଇବର ଠକେଇ,୩ ଗିରଫ
ଭଦ୍ରକ ଜିଲ୍ଲା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ୬ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତ—ଏନାୟତ୍ କାଦ୍ରୀ, ସେହବାଜ୍ କାଦ୍ରୀ ଏବଂ ଏମଡି ଫରହାନ ଖାନ୍ଙ୍କୁ ଗିରଫ
ଭଦ୍ରକ ଜିଲ୍ଲା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ୬ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୩ ଗିରଫ। ଭଦ୍ରକରୁ ଗୁଜରାଟ ପର୍ଯ୍ୟନ୍ତ ଲମ୍ବିଥିବା ଏକ ବଡ଼ ସାଇବର ଠକେଇ ଚକ୍ରର ପର୍ଦାଫାଶ କରିଛି ଭଦ୍ରକ ଜିଲ୍ଲା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା। ଅନଲାଇନ ଜରିଆରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ୬ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏନାୟତ୍ କାଦ୍ରୀ, ସେହବାଜ୍ କାଦ୍ରୀ ଓ ଏମଡି ଫରହାନ ଖାନ୍। ଅଭିଯୁକ୍ତମାନେ ସାଧାରଣ ଲୋକଙ୍କ ମୋବାଇଲକୁ ବିଭିନ୍ନ ପ୍ରକାରର ପ୍ରଲୋଭନକାରୀ ମେସେଜ ପଠାଉଥିଲେ। ଲୋକମାନେ ସେହି ଲିଙ୍କକୁ କ୍ଲିକ୍ କରିବାମାତ୍ରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଯାଉଥିଲା।ତଦନ୍ତ ସମୟରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଏଟିଏମ କାର୍ଡ ତଥ୍ୟ ଓ ଇଣ୍ଟରନେଟ ବ୍ୟାଙ୍କିଂ ଡାଟାକୁ ଆଧାର କରି ସାଇବର ପୋଲିସ ଏହି ଗ୍ୟାଙ୍ଗର ସନ୍ଧାନ ପାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଚକ୍ରର ଦେଶବ୍ୟାପୀ ଏଜେଣ୍ଟ ନେଟୱାର୍କ ରହିଥିଲା ଏବଂ ବିଭିନ୍ନ ରାଜ୍ୟରେ ଏହାର କାରବାର ବ୍ୟାପିଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ଦାମୀ ବାଇକ, ନଗଦ ୨ ଲକ୍ଷ ଟଙ୍କା, ସୁନା ଅଳଙ୍କାର, ପ୍ରି-ଆକ୍ଟିଭ ସିମ୍ କାର୍ଡ, ବ୍ୟାଙ୍କ ପାସବୁକ୍, ଚେକ୍ ବହି, ଏଟିଏମ କାର୍ଡ ସହ ଠକେଇରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରାଯାଇଛି। ଏହି ଚକ୍ରର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

