ଆତଙ୍କବାଦୀ ଗୁଳିମାଡ଼ରେ ଜଣେ ସୁରକ୍ଷାକର୍ମୀ ନିହତ
ଜମ୍ମୁ-କଶ୍ମୀର ଅନନ୍ତନାଗ ଲାଲ ଚୌକରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ । ଏଥିରେ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଥିଵା ଵେଳେ ଅନ୍ଯ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ଜମ୍ମୁ-କଶ୍ମୀର ଅନନ୍ତନାଗ ସହରର ଲାଲ ଚୌକରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରର ଅନନ୍ତନାଗ ସହରରେ ବୁଧବାର ସନ୍ଦିଗ୍ଧ ଆତଙ୍କବାଦୀମାନେ ପୋଲିସ ଦଳ ଉପରେ ଗୁଳିଚାଳନା କରିଥିବାରୁ ଏଥିରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ଅନ୍ୟ ପୋଲିସ କର୍ମୀ ଆହତ ହୋଇଥିଵା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାରୀମାନଙ୍କ କହିବା ଅନୁସାରେ, ବୁଧବାର ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଅନନ୍ତନାଗର ଲାଲ ଚକ ଅଞ୍ଚଳରେ ଏହି ଗୁଳିଚାଳନା ଘଟିଥିଲା। ପୋଲିସ ସୂଚନା ଅନୁଯାୟୀ, ଡ୍ୟୁଟିରେ ନିଯୁକ୍ତ ଥିବା ଜଣେ ହେଡ୍ କନଷ୍ଟେବଲ୍ ଏହି ଆକ୍ରମଣରେ ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଅନନ୍ତନାଗସ୍ଥିତ ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସହିଦ ପୋଲିସକର୍ମୀଙ୍କ ପରିଚୟ ମିଳିଛି । ଆଇଆରପି ଥାର୍ଡ ବାଟାଲିୟମର ଆସିକ୍ ହୁସେନ୍ ବୋଲି ଜଣାପଡିଛି । ସେ ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାର ବୀରବାହ ଅଞ୍ଚଳରେ ରହୁଥିଲେ । ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାଉ କରି ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଛନ୍ତି।
